You are here
Home > ବଡ଼ଖବର > ଜୁଏଲ ଓ ଧର୍ମେନ୍ଦ୍ରଙ୍କୁ କଂଗ୍ରେସ ଯୋଗ ଦେବାକୁ ନିରଞ୍ଜନଙ୍କ ପ୍ରସ୍ତାବ

ଜୁଏଲ ଓ ଧର୍ମେନ୍ଦ୍ରଙ୍କୁ କଂଗ୍ରେସ ଯୋଗ ଦେବାକୁ ନିରଞ୍ଜନଙ୍କ ପ୍ରସ୍ତାବ

ଭୁନନେଶ୍ୱର : ରାଜ୍ୟ ରାଜନୀତିରେ ଏବେ ଭିନ୍ନମୋଡ଼ ନେଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟ କରି ଓଡ଼ିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ କଂଗ୍ରେସରେ ଆସି ସାମିଲ ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏଥିସହିତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ କଂଗ୍ରେସକୁ ନିରଞ୍ଜନ ଆମନ୍ତ୍ରଣ କରିଛନ୍ତି । ଏହି ଟ୍ୱିଟରେ ନିରଞ୍ଜନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି । ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀକରି ନିରଞ୍ଜନ ବିଜେଡି ଉପରେ ବର୍ଷିଥିଲେ । ଟ୍ୱିଟରେ ନିରଞ୍ଜନ କହିଛନ୍ତି ପ୍ରକୃତରେ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଯଦି ଓଡ଼ିଶା ଲୋକଙ୍କର ସେବା କରିବାକୁ ଚାହୁଁଛନ୍ତି ତେବେ ଉଭୟ ଆସି କଂଗ୍ରେସରେ ଯୋଗ ଦିଅନ୍ତୁ କାରଣ ଓଡ଼ିଶାରେ କଂଗ୍ରେସ ହିଁ ଏକମାତ୍ର ବିଶ୍ୱସନୀୟ ବିରୋଧୀ ଦଳ । ଏପରି କି ସେ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ କଂଗ୍ରେସରେ ସାମିଲ ହେବାକୁ ପ୍ରସ୍ତାବ ଦେଇଛନ୍ତି । ବିଜେପି କେବଳ ଓଡ଼ିଶା ଲୋକଙ୍କୁ ନୁହେଁ ନି କ୍ୟାଡରଙ୍କ ପ୍ରତି ମଧ୍ୟ ବିଶ୍ୱାସଘାତକ କାର୍ଯ୍ୟ କରିଛି । ବିଜେପିର ମିଶନ ୧୨୦ ଏବେ ମିଶନ ୪୨୦ରେ ପରିଣତ ହୋଇଛି । ବିଜେଡିକୁ ସମାଲୋଚନା କରି ନିରଞ୍ଜନ ଟ୍ୱିଟରେ କହିଛନ୍ତି ବିଜେଡି ଯେଉଁ ସମଦୂରତା କଥା କହି ଆସୁଥିଲା ତାହା ଏବେ ସମ ବୁଝାମଣାରେ ପରିଣତ ହୋଇଛି । ବିଜେପି-ବିଜେଡିର ଖେଳ ସମ୍ପୂର୍ଣ୍ଣ ପଦାରେ ପଡ଼ିଯାଇଛି । ଦୁଃଖର କଥା ବିଜେଡି ବିଜେପି ସହ ଯିବା ପାଇଁ ବାଛିଚି, ଯେଉଁ ଦଳ ଓଡ଼ିଶାକୁ ପ୍ରତି କ୍ଷେତ୍ରରେ ପ୍ରତାରିତ କରିଛି । ସେ ମହାନଦୀ ପ୍ରସଙ୍ଗ ହେଉ ଜମି ଜବରଦଖଲ ଘଟଣା ହେଉ କି ରାଉରକେଲା ଲୋକଙ୍କୁ ଭୂଆଁ ବୁଲାଇବା ଘଟଣା ହେଉ ବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଅପମାନିତ କରିବା କଥା ହେଉ ସବୁ କ୍ଷେତ୍ରରେ ସେ ଦଳ ବିଶ୍ୱାସ ଘାତକତା କରିଛି । ବିଜେଡି ସରକାରଙ୍କ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବା ଓ ଲୋକଙ୍କ ସେବା କରିବା ପାଇଁ କଂଗ୍ରେସ ହିଁ ଏକମାତ୍ର ବିକଳ୍ପ ବିରୋଧୀ ଦଳ ହୋଇଥିବାରୁ ଏଥିରେ ଯୋଗ ଦେବାପାଇଁ ଧର୍ମେନ୍ଦ୍ର, ଜୁଏଲ ଓ ବୈଜୟନ୍ତଙ୍କୁ ନିରଞ୍ଜନ ଆହ୍ୱାନ ଦେଇଛନ୍ତି ।

ONA

Leave a Reply

Top