You are here
Home > ବଡ଼ଖବର > ଧର୍ମେନ୍ଦ୍ରଙ୍କୁ ନିରଞ୍ଜନଙ୍କ କଟାକ୍ଷ

ଧର୍ମେନ୍ଦ୍ରଙ୍କୁ ନିରଞ୍ଜନଙ୍କ କଟାକ୍ଷ

ଭୁବନେଶ୍ୱର : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଡ଼ା ସମାଲୋଚନା କରି ମତ ରଖିଛନ୍ତି । ଧର୍ମେନ୍ଦ୍ର ଆଜି ଓଡ଼ିଶା ଆସି କଟାକ୍ଷ କରି ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି ବୋଲି ରଖିଥିବା ମତ ଓ କଂଗ୍ରେସଠାରୁ ରାଜ୍ୟସଭା ଉପଧ୍ୟକ୍ଷ ପଦ ଛଡ଼ାଇ ଆଣିବା ବିଜେପିର ଲକ୍ଷ୍ୟ ସମ୍ପର୍କରେ ରଖିଥିବା ବକ୍ତବ୍ୟକୁ ଆଧାର କରି ନିରଞ୍ଜନ ପାଲଟା ସମାଲୋଚନା କରିଛନ୍ତି । ନିରଞ୍ଜନ କହିଛନ୍ତି ମହାନଦୀ ପାଣି ଗୋଳିଆ,ଏହା ଲୁଚିଛି ନା ଗୋଡ଼ ଦିଟା ଦିଶୁଛି ଭଳି କାହା ପାଇଁ ପ୍ରଯୁଜ୍ୟ, ବିଜେପି-ବିଜେଡି ପାଇ ନୁହେଁ କି? ପ୍ରତି ସପ୍ତାହରେ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଓଡ଼ିଶା ଆସି ସରକାରଙ୍କ ବିରୋଧରେ କହୁଛନ୍ତି । ସେପଟରେ ରାତିରେ ମୋଦି ଓ ଦିନରେ ଅମିତ ଶାହଙ୍କ ସହ କଥା ହେଉଛନ୍ତି । ଧର୍ମେନ୍ଦ୍ର ବାବୁ ଏହି କାରବାର ଜାଣନ୍ତି କି ନାହିଁ କହିପାରିବି ନାହିଁ । ଏକଥା ସତ ମହାନଦୀ ପାଣିକୁ ବିଜେପି ଗୋଳିଆ କରି ଛତିଗଡ଼କୁ ଛାଡ଼ିଛି ବୋଲି ନିରଞ୍ଜନ କହିଛନ୍ତି ।

ONA

Leave a Reply

Top