You are here
Home > ଲାଟେଷ୍ଟ > ଚକୋଲେଟ ଦେଇ ୪ବର୍ଷର କନ୍ୟାକୁ ଦୁଷ୍କର୍ମ ଘଟଣା : ୩ଦିନ ପରେ ବି ଅପରାଧିର ଟେର ପାଉନି ପୋଲିସ

ଚକୋଲେଟ ଦେଇ ୪ବର୍ଷର କନ୍ୟାକୁ ଦୁଷ୍କର୍ମ ଘଟଣା : ୩ଦିନ ପରେ ବି ଅପରାଧିର ଟେର ପାଉନି ପୋଲିସ

ବାଲେଶ୍ବର : ନୀଳଗିରିରେ ଚକୋଲେଟ ଲୋଭ ଦେଖାଇ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣାକୁ ୩ ଦିନ ବିତିଲାଣି । ଏଯାଏ ଅଭିଯୁକ୍ତ ଗିରଫ ହୋଇନି । ଏହି ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ସେଇ ବାଲେଶ୍ବର ସୋରର ଘଟିଛି ଆଉ ଏକ ଜଘନ୍ୟ ଘଟଣା । ମନ୍ଦିରକୁ ଭୋଗ ନେବାକୁ ଆସିଥିବା ବେଳେ ଖେରଣା ଗାଁରେ ଜଣେ ୧୦ ବର୍ଷର ନାବାଳିକାକୁ ମନ୍ଦିରର ୧୦୦ ମିଟର ଦୂରରେ ଦୁଷ୍କର୍ମର ଶିକାର ହୋଇଛି । ପୀଡିତାଙ୍କ ସଂପର୍କୀୟଙ୍କ ମାଡ଼ରେ ଲହୁ ଲୁହାରଣ ହୋଇଛି ଅଭିଯୁକ୍ତ । .. ..
ଚକୋଲେଟ ଲୋଭ ଦେଖାଇ ନୀଳଗିରିରେ ୪ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଘଟଣାରେ ଏବେବି ପୋଲିସ ହାତ ଖାଲି । ୧୩ ତାରିଖର ଘଟଣା, କିନ୍ତୁ ତିନି ଦିନ ପରେ ବି ଧରାପଡିନି ଅଭିଯୁକ୍ତ । ତଦନ୍ତ ନେଇ ମଧ୍ୟ ମୁହଁ ଖୋଲୁନି ପୋଲିସ । ଜିଲ୍ଲା ଶିଶୁ ସୁରକ୍ଷା ସମିତିର କର୍ମକର୍ତା ହାଟସାହିରେ ପହଞ୍ଚି ପୀଡିତା ସମେତ ତାଙ୍କ ବାପା ମା’ ମାଆଙ୍କୁ କାଉନସେଲିଂ କରିଛନ୍ତି । ନୀଳଗିରି ହସ୍ପିଟାଲରେ ପିଡିତାର ଡାକ୍ତରୀମାନଇନା କରାଯିବା ସହ ବାଲେଶ୍ବରରେ ୧୬୪ ଧାରାରେ ବୟାନ ରେକର୍ଡ଼ କରାଯାଇଛି ।
୪ ବର୍ଷୀୟ ଶିଶୁ କନ୍ୟାକୁ ଦୁଷ୍କର୍ମ ନେଇ ବାଲେଶ୍ବର ଜିଲ୍ଲା ରାଜନୀତି ସରଗରମ ହୋଇଛି । ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି କାଦୁଅ ଫିଙ୍ଗା । ଫେରାର ଅଭିଯୁକ୍ତ ନିତ୍ୟଚନ୍ଦନ ଜେନାର ବାପାଙ୍କ ବିଜେଡି ଲିଙ୍କ୍ ଏବଂ ସ୍ଥାନୀୟ ବିଜେଡି ବିଧାୟକଙ୍କ ସହ ସଂପର୍କ କଥା ଉଠାଇ ଦଳକୁ କାଠଗଡ଼ାକୁ ଟାଣିଛି ବିଜେପି । ସେପଟେ ବିଜେଡି ମଧ୍ୟ ପାଲଟା ଅଭିଯୋଗ କରିଛି । ଅଭିଯୁକ୍ତ ଜଣକ ସ୍ଥାନୀୟ ବିଜେପି ନେତା ତଥା ବ୍ଲକ ଉପାଧ୍ୟକ୍ଷଙ୍କ ସଂପର୍କୀୟ ଭଣାଜ ବୋଲି ବିଜେଡି କହିଛି । ବିଜେପି-ବିଜେଡିର କାଦୁଅ ଫିଙ୍ଗା ଭିତରେ କଂଗ୍ରେସ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ।
ନୀଳଗିରି ଘଟଣା ଆଲୋଡନ ସୃଷ୍ଟି କରିଥିବା ବେଳେ ସେଇ ବାଲେଶ୍ବରରେ ଆଉ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଛି । ପାଖର ପଞ୍ଚାୟତ ଖେରଣା ଗାଁରେ ଅଭାବନୀୟ ଘଟଣାଟି ଘଟିଛି । ୧୦ ବର୍ଷୀୟ ନାବାଳିକା ଜଣକ ରବିବାର ଠାକୁରାଣୀ ମନ୍ଦିରକୁ ଭୋଗ ଆଣିବାକୁ ଯାଇଥିଲା । ସେହି ଗାଁର ଶ୍ୟାମ ଖୁଣ୍ଟିଆ ନାବାଳିକାକୁ ମନ୍ଦିର ଠାରୁ ଶହେ ମିଟର ଦୂରରେ ଥିବା ଶୁଖିଲା ପୋଖରୀ ଭିତରକୁ ନେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପିଡିତାଙ୍କ ବାପା, ଭାଇ ଓ ଅନ୍ୟ ସଂପର୍କୀୟ ଅଭିଯୁକ୍ତକୁ ନିସ୍ତୁକ ମାଡ ମାରିଛନ୍ତି । ଆହତ ଅଭିଯୁକ୍ତ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସିଳାୟରେ ଭର୍ତ୍ତି ହୋଇଛି । ଉଭୟ ପକ୍ଷର ଅଭିଯୋଗ ଅନୁଯାୟୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
ଏଭଳି ଘଟଣା ରାଜ୍ୟ ପାଇଁ, ସମାଜ ପାଇଁ ଲଜ୍ଜା । ତେଣୁ ଦୋଷୀ ଯିଏ ହୁଅନ୍ତୁନା କାହିଁକି େପାଲିସ ସଠିକ୍ ତଦନ୍ତ କରି ସେମାନଙ୍କ ବିରୋଧରେ ଆକ୍ସନ ନେବା ଜୁରିରୀ ।

ONA

Leave a Reply

Top