You are here
Home > ଲାଟେଷ୍ଟ > ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କଲା ଏନ୍ଆଇଏ

ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କଲା ଏନ୍ଆଇଏ

ରାୟଗଡା: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାର ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ତଦନ୍ତ ଆରମ୍ଭ କରିଛି । ଆଜି ସକାଳେ ବିଶାଖାପାଟଣା ଡିଆଇଜିଙ୍କ ସହ ଏନଆଇଏର ଏକ ୫ଜଣିଆ ପ୍ରତିନିଧି ଟିମ୍ କୁନେରୁ ଷ୍ଟେସନ୍ ଯାଇ ଯାଞ୍ଚ ଆରମ୍ଭ କରିଛନ୍ତି । ଏହା ପୂର୍ବରୁ ପ୍ରତିନିଧି ଦଳ ରାୟଗଡା ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିଦୁର୍ଘଟଣା ସମ୍ପର୍କରେ ପଚାରିବୁଝିଥିଲେ । ଆନ୍ଧ୍ରପ୍ରଦେଶ କ୍ରାଇମବ୍ରା ଏଡିଜିଙ୍କ ସହ ସିଆଇଡିର ଏକ ଟିମ ମଧ୍ୟ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ।
ଗତ ଶନିବାର ରାୟଗଡା ସହରରୁ ୧୨ କିଲୋମିଟର ଦୂର ଆନ୍ଧ୍ର ଓ ଓଡ଼ିଶା ସୀମା କୁନେର ଷ୍ଟେସନରେ ଭୟଙ୍କର ଦୁର୍ଘଟଣାରେ ୪୩ଜଣଙ୍କ ଶୋଚନୀୟ ମୃତୁ୍ୟ ହୋଇଥିଲା । ଏହି ଦୁର୍ଘଟଣାରେ ୭୫ରୁ ଊଦ୍ଧ୍ୱର୍ ଗୁରୁତର ଆହତ ହୋଇ ଓଡ଼ିଶା ଓ ବିଶାଖାପାଟଣାର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଦୁର୍ଘଟଣା ପାରେ କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସମେତ ରାଜ୍ୟ ପ୍ରମୁଖ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି, ପୋଲିସ ମହାନିର୍ଦେଶକ କେ.ବି. ସିଂ, ସ୍ୱାସ୍ଥୟ୍ୟ ସଚିବ ପ୍ରମୋଦକୁମାର ମେହେର୍ଦ୍ଦାଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଥିଲେ । ଅନ୍ୟପକ୍ଷରେ ଦୁର୍ଘଟଣା ପଛରେ ଥିବା ପ୍ରକୃତ କାରଣ ଖୋଜି ବାହାର କରିବା ଲାଗି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଏନଆଇଏକୁ ଦାୟିତ୍ୱ ଦିଆଯାଇଥିଲା । ବେସାମରିକ ବିମାନ ଚଳାଚଳ ବିଭାଗ ଅଧୀନସ୍ଥ ରେଳ ସୁରକ୍ଷା କମିଶନର ତଦନ୍ତ ଦାୟିତ୍ୱ ନେଇଛନ୍ତି ।
ଦକ୍ଷୀଣ ମଧ୍ୟ ସର୍କଲ, ସିକନ୍ଦରାବାଦର ରେଳପଥ ନିରାପତ୍ତା ଆୟୁକ୍ତ ଶ୍ରୀ ରାମ କ୍ରିପାଲ ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିଧିବଦ୍ଧ ଭାବେ ଦୁର୍ଘଟଣାର କାରଣ ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲେ । ବିଶାଖାପାଟଣା ଅନ୍ତର୍ଗତ ଦୋଣ୍ଡାପାର୍ଥୀ ଠାରେ ଥିବା ମଣ୍ଡଳ ରେଳ ପ୍ରବନ୍ଧକଙ୍କ କାର୍ଯ୍ୟାଳୟରେ ପହିଞ୍ଚ ତଥ୍ୟ ସଂଗ୍ରହ କରାଯାଇଛି । ଏହି ଅବସରରେ ରେଳ ସୁରକ୍ଷା ଆୟୁକ୍ତ ବିଭିନ୍ନ ଦସ୍ତାବିଜ ଯାଚ କରିବା ସହିତ ରେଳବାଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଘଟଣା କ୍ରମରେ ଗତ ଶନିବାର ଭୁବନେଶ୍ୱର ଅଭିମୁଖେ ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ରାତି ପ୍ରାୟ ସାଢ଼େ ୧୧ଟାରେ କୁନେରୁ ଷ୍ଟେସନରୁ ଅଳ୍ପ ଦୂରରେ ଲାଇନଚୁ୍ୟତ ହୋଇଯାଇଥିଲା । ୯ଟି ବଗି ରେଳଧାରଣାରୁ ଲାଇନଚୁ୍ୟତ ହୋଇଯାଇଥିଲା । ଦୁର୍ଘଟଣାଗ୍ରସ୍ତ ବଗି ଗୁଡ଼ିକ ଏକ ମାଲବାହୀ ଟ୍ରେନର ବଗି ସହ ଧକ୍କା ହୋଇ ଭୂଇଁରେ ଲୋଟି ପଡ଼ିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ନିମିଷକେ ୩୯ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା । ରାତିର ଘନ ଅନ୍ଧକାରରେ ଶବ ଉଦ୍ଧାର କରିବା ସମ୍ଭବପର ନ ଥିଲେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରସୋର କରାଯାଇଥିଲା । ଦୁର୍ଘଟଣାରେ ୭୫ରୁ ଊଦ୍ଧ୍ୱର୍ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଆନ୍ଧ୍ରର ପାର୍ବତୀପୁରମ ସମେତ ବିଶାଖାପାଟଣାର କିଙ୍ଗଜର୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷରେ ରାୟଗଡ଼ାରୁ ଜନତାଙ୍କ ସୁଅ ଛୁଟିଥିଲା ଦୁର୍ଘଟଣାସ୍ଥଳକୁ । ଜିଲ୍ଲାପାଳ, ପୋଲିସ ବିଭାଗ ସମେତ ସିଆରପିଏଫ ଓ ବିଏସଏଫ ଯବାନ ଓ ଜରୁରୀକାଳୀନ ସମସ୍ତ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ । ରାୟଗଡା ଜିଲ୍ଲାର ସରକାରୀ ଯାତ୍ରୀବାହୀ ବସ ସହ ମା’ ମଝିଘରିଆଣି ମନ୍ଦିରର ବସ ଯାତ୍ରୀଙ୍କୁ ରାୟଗଡା ସହରକୁ ସ୍ଥାନାନ୍ତର କରିବା ସହ ୧୦୮ ଆମ୍ବୁଲାନ୍ସ ମାଧ୍ୟମରେ ସମସ୍ତ ଆହତଙ୍କୁ ରାୟଗଡା ସ୍ଥାନାନ୍ତର କରାଯାଇଥିଲା ।
ସେପଟେ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଥିବା ବେଳେ ଓଡ଼ିଶାର ଯେଉଁ ଯାତ୍ରୀମାନେ ପ୍ରାଣ ହରାଇଛନ୍ତି ପ୍ରତି ମୃତକଙ୍କ ଆତ୍ମୀୟଙ୍କ ପାଇଁ ରାଜ୍ୟ ସରକାର ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ରାଜ୍ୟ ସରାକର ଘୋଷଣା କରିଥିଲେ । ସେହିପରି ଦୁର୍ଘଟଣାରେ ଆହତ ହୋଇଥିବା ଓଡ଼ିଶାର ଯାତ୍ରୀମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହିନ କରିବେ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଥିଲେ ।

ONA

Leave a Reply

Top