You are here
Home > ଏଣ୍ଟରଟେନମେଣ୍ଟ > ପୁଣି ଗୋଟିଏ ଫିଲ୍ମରେ ବଚ୍ଚନ ଏବଂ ରାୟବଚ୍ଚନ

ପୁଣି ଗୋଟିଏ ଫିଲ୍ମରେ ବଚ୍ଚନ ଏବଂ ରାୟବଚ୍ଚନ

ଦୀର୍ଘ ଆଠବର୍ଷର ବ୍ୟବଧାନ ପରେ ଏକାଠି ଗୋଟିଏ ଫିଲ୍ମରେ ଅଭିନୟ କରିବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନ । ୨୦୧୦ରେ ଦୁହିଁଙ୍କୁ ଶେଷ ଥର ପାଇଁ ଏକତ୍ର ‘ରାବଣ’ ଫିଲ୍ମରେ ଦେଖିବାକୁ ମିଳିଥିଲା । ଅନୁରାଗ କାଶ୍ୟପଙ୍କ ପ୍ରୟୋଜନା ସଂସ୍ଥାରେ ପିଲ୍ମ ‘ଗୁଲବ ଜାମୁନ’ରେ ଅଭିନୟ କରିବା ପାଇଁ ଦୁହେଁ ରାଜି । ଫିଲ୍ମର କଥାବସ୍ତୁ ସାମାଜିକ ପାରିବାରିକ ନାଟକ ଶ୍ରେଣୀୟ । ଦୁହେଁ ପୂର୍ବରୁ ଏକତ୍ର ଅଭିନୟ କରିଥିବା ଫିଲ୍ମଗୁଡ଼ିକ ହେଲା : ଢ଼ାଇ ଅକ୍ଷର ପ୍ରେମ କେ, କୁଛ ନା କହୋ, ବଣ୍ଟି ଔର ବବଲୀ, ଉମରାୱ ଜାନ, ଧୂମ୨, ଗୁରୁ ସରକାର ରାଜ । ଉଲ୍ଲେଖ ଯୋଗ୍ୟ ଯେ, ୨୦୧୬ରେ ହାଉସ୍ଫୁଲ-୩ ପରେ ଦେଖିବାକୁ ମିଳି ନ ଥିବା ଅଭିଷେକ ବଚ୍ଚନ ଏବେ ଅନୁରାଗ କଶ୍ୟପଙ୍କ ଫିଲ୍ମ ‘ମନମଜିୟାଁ’ର ସୁଟିଂରେ ବ୍ୟସ୍ତ । ? ଐଶ୍ୱର୍ଯ୍ୟା ମଧ୍ୟ ଶେଷ ଥର ପାଇଁ ୨୦୧୬ରେ ଦେଖିôବାକୁ ମିଳିଥିଲେ ଏ ଦିଲ ହୈ ମୁଶକିଲରେ । ତାଙ୍କ ଆଗାମୀ ଫିଲ୍ମ ଫନ୍ନେ ଖାନ ଏହି ଆସନ୍ତାକାଲି ମୁକ୍ତିଲାଭ କରିବ ।

ONA

Leave a Reply

Top