You are here
Home > ପଲିଟିକ୍ସ > ପିସିସି ନୂଆ ଟିମର  ପ୍ରଥମ ବୈଠକ : କଂଗ୍ରେସ ଉଠିବ, ଓଡିଶା ହସିବ -ନିରଞ୍ଜନ

ପିସିସି ନୂଆ ଟିମର  ପ୍ରଥମ ବୈଠକ : କଂଗ୍ରେସ ଉଠିବ, ଓଡିଶା ହସିବ -ନିରଞ୍ଜନ

ଭୁବନେଶ୍ବର  : ନୂଆ ପିସିସି ସଭାପତି ତାଙ୍କ ଟିମ ଓଡିଶା ଫେରିବା ପରେ ଆଜି କଂଗ୍ରେସ ଭବନରେ ବସିଥିଲ ଘନ ଘନ ବୈଠକ ପ୍ରଥମେ ବିଧାୟକ, ତାପରେ ଯୁବ ଛାତ୍ର କଂଗ୍ରେସ, ସେବା ଦଳ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାପତିଙ୍କ ସହ ବୈଠକ ହୋଇଥିଲା ତୃଣମୂଳ ସ୍ତରରୁ କଂଗ୍ରେସ ସଙ୍ଗଠନ ମଜବୁତ କରିବା ପାଇଁ ବୈଠକରେ ନିଷ୍ପତି ହୋଇଛି ସେହିଭଳି ୪ଜଣ ପ୍ରଭାରୀଙ୍କୁ ୪ଟି ଜୋନର ଦାୟୀତ୍ବ ଦିଆଯାଇଛି

କଂଗ୍ରେସ ଉଠିବ, ଓଡିଶା ହସିବ । କଂଗ୍ରେସରେ ହେବ ଅମୂଳ ଚୂଳ ପରିବର୍ତ୍ତନ । ବ୍ଲକସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ ସଙ୍ଗଠନକୁ ମଜବୁତ କରାଯିବ । ନୂଆ ପିସିସି ସଭାପତିଙ୍କ ଅଭେଷକ ପରେ ରାଜ୍ୟ କଂଗ୍ରେସ ଏବେ ହୋଇ ଉଠିଛି ଏନର୍ଜେଟିକ୍‌ ।କଂଗ୍ରେସ ଭବନରେ ନୂଆ ପିସିସି ସଭାପତି ଓ ତାଙ୍କ ଟିମର ବସିଥିଲା ବୈଠକ । ବିଧାୟକ, ଯୁବ, ଛାତ୍ର, ମହିଳା ମୋର୍ଚ୍ଚା, ସେବା ଦଳ, ଜିଲ୍ଲସଭାପତିମାନଙ୍କ ସହ ବୈଠକ କରିଥିଲେ ପିସିସି ସଭାପତି ଓ ପ୍ରଭାରୀ । ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରିଯିବ ନାହିଁ । ତୃଣମୂଳ ସ୍ତରରେ ଏକାଠି ହୋଇ କର୍ମୀଙ୍କୁ କାମ କରିବାକୁ ଆହ୍ବାନ ଦେଇଥିଲେ ନିରଞ୍ଜନ । ସେହିପରି କେନ୍ଦ୍ର ଓ ରାଜ୍ୟସରକାରଙ୍କ ଉପରେ ବର୍ଷଥିଲେ ପିସିସି ସଭାପତି ।

କଂଗ୍ରେସକୁ ତୃଶମୂଳ ସ୍ତରରୁ ମଜବୁତ କରିବା ପାଇଁ ୪ଜଣ ପ୍ରଭାରୀଙ୍କୁ ୪ଟି ଜୋନ ଦାୟିତ୍ବ ଦିଆଯାଇଛି। ପ୍ରଭାରୀ ମାନେ ସିଧା ସଳଖ ତୃଣମୂଳ ସ୍ତରରେ ସଙ୍ଗଠନକୁ ମଜବୁତ କରିବା​‌ ପାଇଁ କାମ କରିବେ। ବିଧାୟକ ମାନଙ୍କୁ ଏଆଇସିସିର ମେମ୍ବର କରାଯିବ। ଯେଉଁ ଅଣ କଂଗ୍ରେସ କର୍ମୀ ଏଆଇସିସିର ମେମ୍ବର ହୋଇଛନ୍ତି ସେମାନଙ୍କୁ ବିରୋଧରେ ପଦକ୍ଷେପ ନିଆଯିବ। ଏହା ସହ ବିଧାୟକ ମାନଙ୍କୁ ସଙ୍ଗଠନରେ ଅଧିକ ପ୍ରଧାନ୍ୟ ଦିଆଯିବ। ବିଧାନସଭାରେ ଯେଉଁ ପ୍ରସଙ୍ଗ ଉଠାଇ ବିଧାୟକ ଦଳ ସରକାରଙ୍କୁ ଘେରୁଛନ୍ତି। ସେହି ସବୁ ପ୍ରସଙ୍ଗକୁ ନେଇ ଖୁବ ଶିଘ୍ର ଆନ୍ଦୋଳନକୁ ଓହ୍ଲାଇବ ବୋଲି ବୈଠକରେ ନିଷ୍ପତି ହୋଇଛି।

କଂଗ୍ରେସ ନୂଆ ଟିମ ବସି ରୋଡ ମ୍ୟାପ ପ୍ରସ୍ତୁତ କରିଥିବାବେଳେ ସେପଟେ କୋରାପୁଟ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଶିବ ପଟ୍ଟନାୟକ କଂଗ୍ରେସ ଛାଡିଛନ୍ତି।

ONA

Leave a Reply

Top