You are here
Home > ଅଧିକ ଖବର > ମାତ୍ର ୫ ବର୍ଷର କୁନିଝିଅକୁ ଦୁଷ୍କର୍ମ: ପଡ଼ୋଶୀ ଘର ଯୁବକ ଗିରଫ

ମାତ୍ର ୫ ବର୍ଷର କୁନିଝିଅକୁ ଦୁଷ୍କର୍ମ: ପଡ଼ୋଶୀ ଘର ଯୁବକ ଗିରଫ

ସମ୍ବଲପୁର: ମାତ୍ର ୫ ବର୍ଷର କୁନିଝିଅକୁ ଦୁଷ୍କର୍ମ ଅଭିଯୋଗ । ଲଜ୍ଜାଜନକ ନାବାଳିକା ଦୁଷ୍କର୍ମ ଘଟଣା ହ୍ରାସ ପାଇବା ପରିବର୍ତ୍ତେ ଏବେ ଏହିପରି ପାଶବିକ ଘଟଣା ବୃଦ୍ଧି ପାଇବା ଚିନ୍ତାଜନକ ହୋଇପଡ଼ିଛି । ସମ୍ବଲପୁର ବୁର୍ଲ୍ଲା ଅଞ୍ଚଳରେ ଘଟିଛି ଏହିପରି ଏକ ପୈଶାଚିକ ଶିଶୁ ଯୌନ ଦୁଷ୍କର୍ମ ଘଟଣା ।

ସାରା ଦେଶରେ କାଠୁଆ ଓ ଉନ୍ନାଓ ନାବାଳିକା ଦୁଷ୍କର୍ମର ବିକ୍ଷୋଭ ଚାଲିଥିଲା ବେଳେ ଏବେ ଓଡ଼ିଶାରେ ମଧ୍ୟ ବଢିଚାଲିଛି ନାବାଳିକା ଦୁଷ୍କର୍ମ ଅପରାଧ । ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଫାଣ୍ଡି ଅଞ୍ଚଳରେ ମାତ୍ର ୫ ବର୍ଷର ଶିଶୁକୁ ତାର ପଡ଼ୋଶୀ କରିଛି ଯୌନ ଦୁଷ୍କର୍ମ ।

ଦୁଷ୍କର୍ମ କରିଥିବା ଯୁବକ ଜଣକକୁ ଗିରଫ କରିଛି ବୁର୍ଲ୍ଲା ପୋଲିସ । ଏହି ନାବାଳିକା ଦୁଷ୍କର୍ମ ଘଟଣାର ତଦନ୍ତ କରୁଛି ପୋଲିସ । ଏହି ଲଜ୍ଜାଜନକ ଘଟଣା ଏବେ ସମ୍ବଲପୁର ଜିଲ୍ଲା ସମେତ ସାରା ରାଜ୍ୟରେ ଚର୍ଚ୍ଚା ହେବାସହିତ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

ONA

Leave a Reply

Top