You are here
Home > ଲାଟେଷ୍ଟ > ଭଦ୍ରକ ଧାମନଗରରେ ସାପ ଆତଙ୍କ: ଆଉ ଜଣଙ୍କ ଘରୁ ୧୦ ନାଗ ଉଦ୍ଧାର

ଭଦ୍ରକ ଧାମନଗରରେ ସାପ ଆତଙ୍କ: ଆଉ ଜଣଙ୍କ ଘରୁ ୧୦ ନାଗ ଉଦ୍ଧାର

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗରରେ ସାପ ଆତଙ୍କ । ଗତ ଶନିବାର ଧାମନଗର ବ୍ଲକ ପାଇକ ସାହିର ରବୀନ୍ଦ୍ର ଭୂୟାଁଙ୍କ ଘରୁ ୧୨୬ଟି ସାପ ମିଳିଥିଲା । ପାଇକସାହିଠୁ ଅଧକିଲୋମିଟର ଦୂର ଜୟନଗର କଣ୍ଟାବଣିଆରୁ ଆଜି ପୁଣି ନାଗ ସାପ ଉଦ୍ଧାର ହୋଇଛି । ଗୌରାଙ୍ଗ ଜେନାଙ୍କ ଘରୁ ୧୦ରୁ ଅଧିକ ନାଗ ସାପ ମିଳିଛି । ଚକି ତଳେ ନାଗ ସାପ ଦେଖି ପରିବାର ଲୋକେ ସ୍ନେକ୍ ହେଲ୍ ପ ଲାଇନକୁ ଖବର ଦେଇଥିଲେ । ସ୍ନେକ୍ ହେଲ୍ ପ ଲାଇନ୍ ସଦସ୍ୟ ସାପ ଗୁଡିକୁ ଉଦ୍ଧାର କରିଥିଲେ । ନାଗ ସାପ ଦେଖିବାକୁ ଆଖପାଖ ଅଞ୍ଚଳରେ ଲୋକଙ୍କ ଭିଡ ଜମିଛି । ନାଗ ସାପ ଦେଖି ଲୋକେ ଛାନିଆ ହୋଇ ଯାଇଛନ୍ତି ।

ONA

Leave a Reply

Top