You are here
Home > Breaking News > ପଞ୍ଜାବ ନାଭା ଜେଲ ଉପରେ ଆକ୍ରମଣ : ଆତଙ୍କବାଦୀ ସହ ୫ କଏଦୀ ଚମ୍ପଟ

ପଞ୍ଜାବ ନାଭା ଜେଲ ଉପରେ ଆକ୍ରମଣ : ଆତଙ୍କବାଦୀ ସହ ୫ କଏଦୀ ଚମ୍ପଟ

ଚଣ୍ଡିଗଡ଼ : ପଞ୍ଜାବର ନାଭା ଜେଲ୍ ଉପରେ ପୋଲିସ ବେଶରେ ଆସିଥିବା ୧୦୦ ବନ୍ଧୁକଧାରୀ ଆକ୍ରମଣ କରିଛନ୍ତି । ଆଉ କଡା ସୁରକ୍ଷା ବଳୟରେ ଥିବା ନାଭା ଜେଲରେ ୫ କଏଦୀଙ୍କୁ ଖସାଇ ନେଇଛନ୍ତି । ଫେରାର କଏଦୀଙ୍କ ମଧ୍ୟରେ ଅଛନ୍ତି ଆତଙ୍କବାଦୀ ସଙ୍ଗଠନ ଖଲିସ୍ତାନ ଲିବରେସନ ଫୋର୍ସର ମୁଖ୍ୟ ହରମିନ୍ଦର ସିଂ ମିଣ୍ଟୋ ରହିଛି । ଅଭିଯୁକ୍ତ ହରମିନ୍ଦରଙ୍କ ନାଁରେ ୧୦ଟି ମାମଲା ବିଭିନ୍ନ କୋର୍ଟରେ ବିଚାରଧିନ ରହିଛି । ସେହିପରି ଗ୍ୟାଙ୍ଗଷ୍ଟର ଗୁରପିତ ସିଂ, ଭିକି ଗୁଣ୍ଡ୍ରା, ନିତିନ୍ ଦେଓଲ ଓ ବିକ୍ରମଜିତ ସିଂହ ମଧ୍ୟ ଜେଲରୁ ଚମ୍ପଟ ମାରିଛନ୍ତି। ଏହି ଘଟଣାକୁ ନେଇ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ବାଦଲ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଆଲୋଚନା କରିଛନ୍ତି । ଆତଙ୍କବାଦୀ ହରମିନ୍ଦର ଚମ୍ପଟ ପଛରେ ପାକିସ୍ଥାନର ହାତ ଥାଇ ପାରେ ବୋଲି ପଞ୍ଜାବ ସରକାର ଆଶଙ୍କା କରୁଛନ୍ତି ।

ଖଲିସ୍ତାନ ଲିବରେସନ ଫୋର୍ସର ମୁଖ୍ୟ ମିଣ୍ଟୋ ଚମ୍ପଟ

ଜେଲ୍ ଡିଜି ନିଲମ୍ବିତ, ଜେଲ ସୁପରିଟେଣ୍ଡଟ ବହିଷ୍କୃତ

ସୂଚନା ଦେଲେ ମିଳିବ ୨୫ ଲକ୍ଷ ଟଙ୍କା  

କଏଦୀ ଫେରାର ହେବା ପରେ ପଞ୍ଜାବ-ହରିଆନରେ ହାଇଆଲର୍ଟ ଜାରି କରାଯାଇଛି। ସେପଟେ ନାଭା ଜେଲ୍ ଉପରେ ଆକ୍ରମଣକୁ ନେଇ ପଞ୍ଜାବ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଘଟଣାରେ ଜେଲ୍ ଡିଜି ଏମ୍.କେ.ତିଓ୍ବାରୀଙ୍କୁ ନିଲମ୍ବିତ କରିଛନ୍ତି।ଜେଲ ସୁପରିଟେଣ୍ଡଟ ଓ ଡେପୁଟି ଜେଲ୍ ସୁପରିଟେଣ୍ଡଣ୍ଟଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି । ତେବେ ଘଟଣାର ତଦନ୍ତ ଲାଗି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜଗପାଲ ସିଂ ସାନ୍ଧୁ ଏକ ଟାସ୍କଫୋର୍ସ ଗଠନ ହୋଇଛି । ତେବେ ଫେରାର କଏଦୀଙ୍କ ବାବଦରେ ସୂଚନା ଦେଲେ ୨୫ ଲକ୍ଷ ଟଙ୍କା ପୁରୁସ୍କାର ଦେବାକୁ ପଞ୍ଜାବ ସରକାର ଘୋଷଣା କରିଛନ୍ତି । ସେପଟେ କେନ୍ଦ୍ର ଗୃହମନ୍ତ୍ରାଳୟ ପଞ୍ଜାବ ସରକାରଙ୍କ ଠାରୁ ରିପୋର୍ଟ ତଲବ କରିଛି । ଏହସହ କଏଦୀଙ୍କୁ ଧରିବା ଲାଗି ସମସ୍ତ ସହଯୋଗ କରାଯିବ ବୋଲି ଗୃହମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।  ତେବେ ଜେଲରୁ ଆତଙ୍କବାଦୀ ଘଟଣା ଏହା ପ୍ରଥମ ନୁହେଁ । ପୂର୍ବରୁ ଗତ ଅକ୍ଟୋବର ୩୧ରେ ଭୋପାଳ ସେଣ୍ଟ୍ରାଲ ଜେଲରୁ ୮ସିମି ଆତଙ୍କବାଦୀ ହେଡ୍ କନେଷ୍ଟବଳଙ୍କୁ ହତ୍ୟା କରି ଫେରାର ହୋଇଯାଇଥିଲେ । ଅବଶ୍ୟ ପରେ ଭୋପାଳ ସହରର ଉପକଣ୍ଠରେ ଏନକାଉଣ୍ଟରରେ ପୋଲିସ ଗୁଳିରେ ଫେରାର ୮ଆତଙ୍କବାଦୀ ନିହତ ହୋଇଥିଲେ ।

ONA

Leave a Reply

Top