You are here
Home > କ୍ରାଇମ୍‍ > ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା

ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ହତ୍ୟା

ବଲାଙ୍ଗିର : ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ଆତ୍ମହତ୍ୟା କରିଛି ସ୍ୱାମୀ । ଏମିତି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା କଲୋନୀ ପଡ଼ା ଗାଁରେ। ସାମାନ୍ୟ କଳହରୁ ଘଟିଛି ଏକ ହତ୍ୟାକାଣ୍ଡ । ନିଜ ସ୍ରୀ ସହ ବଚସା ହେବା ପରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ୱାମୀ । ଏହା ପରେ ନିଜେ ସ୍ୱାମୀ ଆତ୍ମ ହତ୍ୟା କରିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ୱିତ ରାତିରେ କୁପରଚନ୍ଦ ବଛାଙ୍କର କୌଣସି ଏକ କଥାକୁ ନେଇ ସ୍ତ୍ରୀ ସହ ଝଗଡ଼ା ହୋଇଥିଲା। ଏଥିରେ କପୁରଚାନ୍ଦ ଉତ୍‌କ୍ଷିପ୍ତ ହୋଇ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ। ଏହାପରେ ସେ ନିଜେ ବେକରେ କପଡ଼ା ଲାଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

 

ONA

Leave a Reply

Top