You are here
Home > କ୍ରାଇମ୍‍ > ଗୁଣୁପୁର-ପୁରୀ ଟ୍ରେନରେ ମହିଳାଙ୍କ ମୃତଦେହ :  ଡେଲାଙ୍ଗରୁ ମିଳିଲା ମୁଣ୍ଡ, ପୁରୀରେ ଗଣ୍ଡି

ଗୁଣୁପୁର-ପୁରୀ ଟ୍ରେନରେ ମହିଳାଙ୍କ ମୃତଦେହ :  ଡେଲାଙ୍ଗରୁ ମିଳିଲା ମୁଣ୍ଡ, ପୁରୀରେ ଗଣ୍ଡି

ପୁରୀ  : ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ  ପୁରୀରେ ଗଣ୍ଡି, ଡେଲାଙ୍ଗରେ ମୁଣ୍ଡ । ପୁରୀରେ ଟ୍ରେନରୁ ଜଣେ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ମିଳିଛି । ଗୁଣୁପୁର-ପୁରୀ ପାସେଞ୍ଜର ଟ୍ରେନ୍ ପାଇଖାନାରୁ ମହିଳାଙ୍କ ରକ୍ତାକ୍ତ ଶବ ଉଦ୍ଧାର ହୋଇଛି । ସେପଟେ ଡେଲାଙ୍ଗ ଗାନ୍ଧୀ ପୀଠ ଫାଟକ ନିକଟ ରେଳ ଧାରଣାରୁ ଗୋଟିଏ କଟା ମୁଣ୍ଡ ଉଦ୍ଧାର ହୋଇଛି । ଗଣ୍ଡି ମୁଣ୍ଡ ସେହି ମହିଳାଙ୍କର ବୋଲି ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍, ଜିଆରପି ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି । ତେବେ ମୃତ ମହିଳାଙ୍କର ପରିଚୟ ମିଳିପାରିନି ।

ଆଜି ସକାଳ ୬ ଟାରେ ଟ୍ରେନଟି ପୁରୀରେ ରହିବା ପରେ ବଗି ସଫା କରିବାକୁ ଯାଇଥିବା ଜଣେ ସ୍ୱିପର ଶୌଚାଳୟ ଭିତରେ ମୃତଦେହକୁ ଦେଖି ଜିଆରପିକୁ ସୂଚନା ଦେଇଛନ୍ତି । ଖବର ପାଇବା ପରେ ଜିଆରପି ପହଂଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

ପ୍ରାଥମିକ ସୂଚନା ମୁତାବକ, ମହିଳାଙ୍କ ମୃତ ଦେହ ଟ୍ରେନ୍‌ର ଶୌଚାଳୟରୁ ମିଳିଥିବାବେଳେ ମୁଣ୍ଡ ଡେଲାଙ୍ଗ ଷ୍ଟେସନ୍‌ ନିକଟରେ ପଡ଼ିଥିବା ଜଣାପଡ଼ିଛି । ଏହି ବଗିଟି ଗତକାଲି ଖୋର୍ଦ୍ଧା- ପୁରୀ ଏକ୍ସପ୍ରେସରେ ଖୋର୍ଦ୍ଧା ଯାଇଥିଲା । ତେଣୁ ଏହି ଅଘଟଣ କେଉଁ ସ୍ଥାନରେ ଘଟିଛି ତାହା ପୋଲିସକୁ ଅଡୁଆରେ ପକାଇଛି । କେହି ବିଭତ୍ସ ଭାବରେ ମହିଳାକୁ ହତ୍ୟା କରିଥିବା ସନ୍ଦେହ ଦୃଢ଼ୀଭୂତ ହୋଇଛି

ONA

Leave a Reply

Top