You are here
Home > Uncategorized > ମେଣ୍ଟକୁ ନେଇ ନେତାଜୀ କି ମୋହର

ମେଣ୍ଟକୁ ନେଇ ନେତାଜୀ କି ମୋହର

ୟୁପିର ୨ଟି ଲୋକସଭା ଉପ ନିର୍ବାଚନରେ ବିଏସପି ଏବଂ ଏସପି ମେଣ୍ଟ ସଫଳତା ପାଇବା ପରେ ମୁହଁ ଖୋଲିଛନ୍ତି ନେତାଜୀ ମୁଲାୟମ୍ ।ଏସପିର ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟିର ପ୍ରମ୍ମୁଖ ମାୟାବତୀ ରାଜନୈତିକ ତିକ୍ତତା ଭୁଲି ପରସ୍ପର ସହ ହାତ ମିଳାଇଛନ୍ତି । ଏହି ମେଣ୍ଟରେ ମୋହର ମାରିଛନ୍ତି ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବ । ଆଗାମୀ ୨୦୧୯ ଲୋକସଭା ନିର୍ବାଚନରେ ଏସପି-ବିଏସପି ମେଣ୍ଟକୁ ନେଇ ଖୁସିରେ ଗଦ୍ଗଦ୍ ହୋଇ ପଡିଛନ୍ତି ମୁଲାୟମ । ମେଣ୍ଟକୁ ନେଇ ମୁଲାୟମ କହିଛନ୍ତି ଏହା ଏକ ସଫଳ ପ୍ରୟାସ । ଏହାକୁ ଆଗକୁ ଜାରି ରଖିବା ଆବଶ୍ୟକ; ୨ଜଣ ହାତ ମିଳାଇଲେ ଆଗାମୀ ଲୋକସଭା ନର୍ବାଚନରେ ଦିଲ୍ଲୀ ଯିବାକୁ କେହି ରୋକି ପାରିବେନି । କେବଳ ଏତିକି ନୁହେଁ ଆଉ ପାଦେ ଆଗକୁ ଯାଉ ମୁଲାୟମ କହିଛନ୍ତି ଏସପି-ବିଏସପି ମେଣ୍ଟକୁ କେହି ହରାଇ ପାରିବେନି । ଟିକଟ ବଣ୍ଟା ଠିକ୍ଠାକରେ ହୋଇଗଲେ କେବଳ ମେଣ୍ଟ ହିଁ ମେଣ୍ଟ ଦେଖାଯିବ । ଏସପି ପାଖରେ ଯେଉଁ ନୀତି ଆଦର୍ଶ ଅଛି ତାହା କୈଣସି ରାଜନୈତିକ ଦଳ ପାଖରେ ନାହିଁ ବୋଲି କହିଛନ୍ତି ନେତାଜୀ । ଏହାସହ ଏସପି ସହ ବିଏସପି ମେଣ୍ଟ କରିଥିବାରୁ ମାୟାବତୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଲାୟମ । ମୁଲାୟମ ମେଣ୍ଟକୁ ନେଇ ଏତେ ଖୁସି ହୋଇଛନ୍ତି ଯେ ସଭାରେ ଏସପି ପତାକା ସହ ବିଏସପିର ପତାକା ଲଗାଇବାକୁ ପରାମର୍ଶ ଦେଇଛନ୍ତି ।

ONA

Leave a Reply

Top