You are here
Home > Breaking News > “ଦୁର୍ନୀତି ହଟାଇବାକୁ ଆହୁରି ଯୋଜନା ଅଛି” : ପ୍ରଧାନମନ୍ତ୍ରୀ

“ଦୁର୍ନୀତି ହଟାଇବାକୁ ଆହୁରି ଯୋଜନା ଅଛି” : ପ୍ରଧାନମନ୍ତ୍ରୀ

ପାନାଜି : କଳାଧନ ରୋକିବାକୁ ନଭେମ୍ବର ୮ତାରିଖ ମଧ୍ୟରାତ୍ରିରୁ ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଉପରେ ହେଲା ସର୍ଜିକାଲ ଷ୍ଟ୍ରାଇକ । କଳାଧନକୁ ରୋକିବା ପାଇଁ ୫୦୦ ଓ ହଜାର ଟଙ୍କିଆ ନୋଟକୁ ଅଚଳ କରିବା ଜରୁରୀ ଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୋଆରେ  କହିଛନ୍ତି । “ଦେଶକୁ ଦୁର୍ନୀତିମୁକ୍ତ କରିବା ପାଇଁ ତାଙ୍କର ମନରେ ଅନେକ ଯୋଜନା ରହିଛି”।  ଏଥିପାଇଁ ସବୁ ଆହ୍ବାନର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି  ବୋଲି ମୋଦି କହିଛନ୍ତି। ଦେଶରୁ ଦୁର୍ନୀତିର ମୁଳୋତ୍ପାଟନ ପାଇଁ  ସେ  ସାଧାରଣ ଜନତାଙ୍କୁ ମାଗିଛନ୍ତି ୫୦ ଦିନ। ୫୦୦ ଓ ହଜାର ଟଙ୍କିଆ ନୋଟକୁ ବଦଳାଇବାପାଇଁ ବ୍ୟାଙ୍କ ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ଲୋକେ ହଇରାଣ ହେଉଛନ୍ତି। ଏସବୁ ସେ ବୁଝି ପାରୁଛନ୍ତି ବୋଲି  କହିଛନ୍ତି। କିନ୍ତୁ ଦେଶର ହିତ ପାଇଁ ଏହି ଅସୁବିଧାକୁ ଧୈର୍ଯ୍ୟର ସହିତ ମୁକାବିଲା କରିବାକୁ କହିଛନ୍ତି ମୋଦି।

“ମୁଁ ବଡ଼ ଅଫିସ୍ ରେ ଚୌକିରେ ବସିବା ପାଇଁ ଜନ୍ମ ନେଇନାହିଁ । ମୁଁ ଘର ଦ୍ୱାର ଛାଡିଛି,  ମୋ ଦେଶବାସୀଙ୍କ ସେବା ପାଇଁ । ଆପଣମାନେ ମଧ୍ୟ ଜାଣିକି ଆଶ୍ଚର୍ଯ୍ୟ ହେବେ ଯେ ସୁନା କିଣିବାବେଳେ କେତେଜଣ ସାଂସଦ ପ୍ୟାନ କାର୍ଡ ବାଧ୍ୟତାମୂଳକ ନକରିବାକୁ ମୋତେ ପ୍ରସ୍ତବା ଦେଇଥିଲେ । କିନ୍ତୁ ବେଇମାନୀଙ୍କୁ କେବେ ହେଲେ ଛଡାଯିବନି” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଯଦି ୧ଲକ୍ଷ ଯୁବକଙ୍କୁ ଏହି କାମରେ ମୁଁ ନିୟୋଜିତ କରେ , ତେବେ ସ୍ୱାଧୀନତା ପରଠାରୁ ସବୁ ଦୁର୍ନୀତିର ପର୍ଦ୍ଦାଫାଶ କରିବି । କଳାଧନ ଉପରେ ଅଂକୁଶ ଲଗାଇବା ପାଇଁ ପୂର୍ବରୁ ସରକାର କାର୍ଯ୍ୟାନୁଷ୍ଠାନ ନେବାର ଥିଲା । ୨୦୧୪ରେ ଲୋକମାନେ ଭୋଟ ଦେଇଥିଲେ ଦୁର୍ନୀତିମୁକ୍ତ ସରକାର ପାଇଁ । ଏ ପଦକ୍ଷେପ ହେଉଛି ଦୁର୍ନୀତିମୁକ୍ତ ପାଇଁ ଏକ ବଳିଷ୍ଠ ପଦକ୍ଷେପ ।  ଭାରତକୁ ଦୁର୍ନୀତିମୁକ୍ତ କରିବା ପାଇଁ ମୋ ମୁଣ୍ଡରେ ବହୁତ ଭାବନା ଉଙ୍କି ମାରୁଛି ବୋଲି ଗୋଆରେ ପ୍ରଧାନମନ୍ତ୍ରୀ ଏକ ଜନସଭାରେ କହିଛନ୍ତି । ତେବେ ମୋର ଦୁର୍ନୀତିମୁକ୍ତ ଅଭିଯାନରେ କ୍ଷତିଗ୍ରସ୍ତ ବ୍ୟକ୍ତିମାନେ ମୋତେ ଛାଡିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ  

 

ONA

Leave a Reply

Top