You are here
Home > ପଲିଟିକ୍ସ > ମୋଦି ଓ ନବୀନଙ୍କ ଫୋକ୍ସରେ କୋଷ୍ଟାଲ ଓଡ଼ିଶା

ମୋଦି ଓ ନବୀନଙ୍କ ଫୋକ୍ସରେ କୋଷ୍ଟାଲ ଓଡ଼ିଶା

ଭୁବନେଶ୍ବର : ଉପକୂଳ ଓଡ଼ିଶାରେ ବିଜେପି-ବିଜେଡି ଶୋ । ବିଜେଡି ଗଡ଼ରେ ଗେରୁଆ ବାନା ଉଡାଇବାକୁ ବିଜେପିର ଯୋଜନା । ସେପଟେ ନିଜ ଗଡ଼କୁ ଆହୁରି ମଜଭୁତ୍ କରିବାକୁ ବିଜେଡିର ବ୍ଲୁପ୍ରିଣ୍ଟ । ସେଥିପାଇଁ ମୋଦିଙ୍କ କାର୍ଯ୍ୟକ୍ରମ ପୂର୍ବ ଦିନ ବିଜେଡି ଜାକଜମକରେ ସାରିବ ମହାନଦୀ ସୁରକ୍ଷା ଯାତ୍ରା । କଟକରେ ୨୬ ତାରିଖରେ ମୋଦି, ୪ ବର୍ଷର ସଫଳତା ଗାଇବା ଆଗରୁ ବିଜେଡି ସମାପନ କରିବ ମହାନଦୀ ସୁରକ୍ଷା ଯାତ୍ରା । ଯାହା ଦୁଇ ଦଳର କେବଳ ଶୋ-ବାଜି ବୋଲି କହୁଛି କଂଗ୍ରେସ ।

ମୋଦିଙ୍କ ଫୋକସରେ କୋଷ୍ଟାଲ ଓଡ଼ିଶା । ବିଜେଡି ଗଡ଼ରେ ପଦ୍ମ ଫୁଟାଇବାକୁ ବିଜେପିର ଲକ୍ଷ୍ୟ ୨୬ ତାରିଖରେ କଟକରେ ନିଜ ସରକାରର ୪ ବର୍ଷର ସଫଳତା ଗାଇବେ ମୋଦି । ଆଉ ସେହି ମୌକାରେ ବାଲେଶ୍ବରରୁ ପୁରୀ, ପୂରା ଉପକୂଳ ଜିଲ୍ଲାରେ ମୋଦି ମନ୍ତ୍ର ଗୁଞ୍ଜରିତ କରିବାକୁ ଅଣ୍ଟା ଭିଡିଛି ବିଜେପି ସେପଟେ ମୋଦିଙ୍କ କାର୍ଯ୍ୟକ୍ରମର ଦିନେ ଆଗରୁ ଅର୍ଥାତ ୨୫ ତାରିଖରେ ପାରାଦୀପରେ ମହାନଦୀ ସୁରକ୍ଷା ଯାତ୍ରା ସମାପନ କରିବ ବିଜେଡି । ତା ପୂର୍ବରୁ ମହାନଦୀ ଅବବାହିକାରେ ଥିବା ସମସ୍ତ ଉପକୂଳ ଜିଲ୍ଲାରେ ମହାନଦୀ ସୁରକ୍ଷା ଯାତ୍ରାକୁ ବେଶ୍ ପ୍ରଭାବୀ ଢଙ୍ଗରେ ଆୟୋଜନ କରୁଛି ବିଜେଡି । ଲାଗୁଛି, ଆଗକୁ ମିଶନ କୋଷ୍ଟାଲ ଓଡ଼ିଶା ଲଢେଇ ଆହୁରି ଜୋରଦାର ହେବ ।

୨୦୧୪ ନିର୍ବାଚନରେ ଉପକୂଳ ଓଡ଼ିଶାରେ ପାଖାପାଖି ୪୦ ସିଟରେ ଖାତା ଖୋଲି ପାରିନଥିଲା ବିଜେପି କଂଗ୍ରେସ ଅବସ୍ଥା ବି ଠିକ୍ ସେଇଆ ଥିଲା । ଏକ ପାଖିଆ ଭାବେ କୋଷ୍ଟାଲ ଓଡ଼ିଶାରେ ବିଜେଡି ଆଧିପତ୍ୟ ବିସ୍ତାର କରିଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନରେ ସ୍ଥିତି ବଦଳିଗଲା । ତେଣୁ ଆଗକୁ ବିଜେଡି ଗଡ଼ରେ ବିଜେପି ଦମ୍ ଦେଖାଇବାକୁ ସଜବାଜ ହେଉଛି । କଂଗ୍ରେସ ବି ତା ସ୍ଥିତି ଜାହିର କରିବାକୁ କମର କସିଛି । ବିଜେଡି-ବିଜେପି ପ୍ରତିନ୍ଦ୍ୱନ୍ଦିତାମୂଳକ ମୁଡରେ ଥିବା ବେଳେ କଂଗ୍ରେସ ସଂଗଠନ ବି ଚଳଚଞ୍ଚଳ ହେଲାଣି ।

ONA

Leave a Reply

Top