You are here
Home > ଲାଟେଷ୍ଟ > ଛିଡୁନି ମହାନଦୀ ମହା ଦ୍ୱନ୍ଦ : ମୋଦିଙ୍କ ମନ୍ତବ୍ୟକୁ ନେଇ ପୁଣି ବିଜେଡି ବିଜେପି ମୁହାଁ ମୁହିଁ

ଛିଡୁନି ମହାନଦୀ ମହା ଦ୍ୱନ୍ଦ : ମୋଦିଙ୍କ ମନ୍ତବ୍ୟକୁ ନେଇ ପୁଣି ବିଜେଡି ବିଜେପି ମୁହାଁ ମୁହିଁ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୪ବର୍ଷ ସରକାରର ହିସାବ ଦେଇ ଚାଲିଗଲେ, ହେଲେ ମହାନଦୀ ହିସାବକୁ ଗଡବଡ କରିଦେଲେ । ଟ୍ରିବ୍ୟୁନାଲ ନେଇ ମୋଦି ଦେଇଥିବା ମନ୍ତବ୍ୟକୁ ଗଣ୍ଠି କରି ଏବେ ବିଜେଡି ମୋଦିଙ୍କୁ ଟାର୍ଗେଟ କରିଛି ବିଜେଡି । ବିଜେଡି ସହ ତାଳ ଦେଇ ବି​‌ଜେପିର ବରିଷ୍ଠ ନେତା ମଧ୍ୟ ତାଙ୍କ ରାଗ ସୁଝାଇଛନ୍ତି। ବିଜେପି କହିଛି ରାଜ୍ୟସରକାର କୁମ୍ଭୀର କାନ୍ଦଣା କାନ୍ଦୁଥିବା ପାଇଁ ମୋଦି ଶକ୍ତ ଚାପୁଡା ମାରିଛନ୍ତି । ମହାନଦୀ ଟ୍ରିବୁନାଲ ନେଇ ମୋଦିଙ୍କର ଏହି ମନ୍ତବ୍ୟ ଉପରେ କଡା ପ୍ରତିକ୍ରିୟା ରଖିଛି ବିଜେଡି । ଟ୍ରିବ୍ୟୁନାଲକୁ ରାଜ୍ୟସରକାର ନୁହେଁ କେନ୍ଦ୍ରସରକାର ପ୍ରତ୍ୟାଖାନ କରିଥିଲେ, ଟ୍ରିବ୍ୟୁନାଲ ନେଇ ଓଡିଶାବାସୀଙ୍କୁ ମୋଦି ବିଭ୍ରାନ୍ତ କରିଥିବା ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । କଟାକ୍ଷ କରି ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମୋଦିଙ୍କ ଭାଷଣରେ ଜନତା ଭ୍ରମିତ ହେବେ ନାହିଁ ।

ବିଜେପିର ଜନକଲ୍ୟାଣ ଦିବସରେ ଅନୁପସ୍ଥିତ ଥିବା ବିଜେପିର ବରିଷ୍ଠ ନେତା  ବିଜୟ ମହାପାତ୍ର ବି ବିଜେଡି ତାଳରେ ତାଳ ଦେଇଛନ୍ତି। ଟ୍ରିବ୍ୟୁନାଲ ନେଇ ମୋଦି ଦେଇଥିବା ବକ୍ତବ୍ୟରେ ସତ୍ୟତା ନାହିଁ ବୋଲି ସିଧାସିଧା କହିଛନ୍ତି । ରାଜ୍ୟ ସରକାର ହିଁ ପ୍ରଥମେ ଟ୍ରିବ୍ୟୁନାଲ ଦାବି କରିଥିଲେ । କିନ୍ତୁ ଏହାକୁ କେନ୍ଦ୍ରସରକାର ଗ୍ରହଣ ନକରି ସୁପ୍ରିମକୋର୍ଟରେ ବିରୋଧ କରିଥିଲେ। ତେବେ ଆସନ୍ତା ୬ମାସ ଭିତରେ ନ୍ୟାୟ ମିଳିବା ଭଳି ଦେଖାଯାଉନଥିବା ବିଜୟ କହିଛନ୍ତି । ପିସିସି ସଭାପତି ମଧ୍ୟ କଡା ପ୍ରତିକ୍ରିୟା  ରଖିଛନ୍ତି ।ଟ୍ରିବ୍ୟୁନାଲ ନେଇ ବିଜେଡି କରିଥିବା ଆଟାକ୍‌ର ଜବାବ ରଖି ବିଜେପି କହିଛି ମୋଦି ତଥ୍ୟ ଉପରେ ଅଧାରିତ କଥା କହିଛନ୍ତି। ରାଜ୍ୟସରକାର ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରି ମହାନଦୀ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ମୋଦି ଶକ୍ତ ଚାପୁଡା ମାରିଥିବା କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ତା। ଆଗକୁ ନିର୍ବାଚନ । ତେଣୁ ମହାନଦୀ ପ୍ରସଙ୍ଗରୁ କିଏ କେତେ ରାଜନୈତିକ ଫାଇଦା​‌ ପାଇବ ସେନେଇ କେନ୍ଦ୍ର ଓ ରାଜ୍ୟସରକାର ଉଭୟ ଜୋରଦାର ପ୍ରୟାସ କରୁଛନ୍ତ

ONA

Leave a Reply

Top