You are here
Home > ଲାଟେଷ୍ଟ > ନିଜ ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ବିଧାୟକ ଅରୁଣ ସାହୁଙ୍କୁ ଦଳୀୟ କର୍ମୀଙ୍କ ବିରୋଧ,କଳି ଟାଳିଲା ପୋଲିସ

ନିଜ ଜିଲ୍ଲାରେ ଦଳୀୟ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ବିଧାୟକ ଅରୁଣ ସାହୁଙ୍କୁ ଦଳୀୟ କର୍ମୀଙ୍କ ବିରୋଧ,କଳି ଟାଳିଲା ପୋଲିସ

ନୟାଗଡ : ପୂର୍ବତନ ମନ୍ତ୍ରୀ ବିଧାୟକ ଅରୁଣ ସାହୁଙ୍କୁ ବିରୋଧ । କେଉଁ ଦୂର ଦୂରାନ୍ତ ଜିଲ୍ଲା ନୁହେଁ କି ବିରୋଧୀ ବିଧାୟକ ଅରୁଣ ସାହୁଙ୍କୁ ବିରୋଧ କରିନାହାନ୍ତି ବରଂ ନିଜ ଜିଲ୍ଲା ଓ ନିଜ ଦଳର କର୍ମୀଙ୍କ ବିରୋଧର ଶିକାର ହୋଇଛନ୍ତି ନିଜେ ବିଧାୟକ । ପରିସ୍ଥିତି ଏପରି ହେଲା ଯେ ଶେଷରେ ପୋଲିସକୁ ହସ୍ତକ୍ଷେପ କରିବାକୁ ପଡିଲା । ମହାନଦୀ ସୁରକ୍ଷା ଅବିଯାନ ସମୟରେ ନୟାଗଡରେ ଘଟିଛି ଏହି ଘଟଣା । ଦଶପଲ୍ଲାରେ କାଯ୍ୟକ୍ରମ ହେଉଥିବାବେଳେ ସେଠାରେ ନୟାଗଡ ବିଧାୟକ ଅରୁଣ ସାହୁ ଓ ଦଶପଲ୍ଲା ବିଧାୟକ ପୂଣ୍ଣଚନ୍‍ଦ୍ର ନାୟକ ଯୋଗଦେିଥିଲେ । ଏହାକୁ ବିରୋଧକରିଥିଲେ ବିଜେଡିର ଏକ ଗୋଷ୍ଟି । ଏହାକୁ ନେଇ ବିଧାୟକ ଓ ବିରୋଧୀ ଗୋଷ୍ଠିଙ୍କ ଭିତରେ ଗଣ୍ଡଗୋଳ ହେବାରୁ ଉତେଜନା ଦେଖାଯାଇଥିଲା । ଶେଷକୁ ବିଧାୟକ ଅରୁଣ ସାହୁ ଓ ପୂଣ୍ଣଚନ୍ଦ୍ର ନାୟକ ହଟ୍ଟ ହଟ୍ଟା ହେବାର ଦେଖି ପୋଲିସ ଦସ୍ତକ୍ଷେପ କରିବାରୁ ପରିସ୍ଥିନ୍ରେ ସୁଧାର ଆସିଥିବା ଦେଖିବାକୁ ମିଳିଥିଲା ।
ମନ୍ତ୍ରୀ ପଦରୁ ବିଦା ହେବା ପରେ ବିଧାୟକ ଅରୁଣ ସାହୁଙ୍କର ଦଳରେ ସେତେଟା ଦବ ଦବା ନାହିଁ । କେବଳ ଛାତ୍ର ଶାଖା ଦାୟିତ୍ୱରେ ଅଛନ୍ତି । ହେଲେ ନୟାଗଡ ଜିଲ୍ଲାରେ ତାଙ୍କୁ ବିରୋଧ କରାଯିବାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଗତ କିଛି ଦିନ ଧରି ନୟାଗଡ ବିଧାୟକଙ୍କ ବିରୋଧରେ ଜିଲ୍ଲାରେ ଥିବା ଜନ ଅସନ୍ତୋଷର ଏହା ଏକ ନମୁନା ବୋଲି ଆଲୋଚନା ଚାଲିଛି ।

ONA

Leave a Reply

Top