You are here
Home > ବଡ଼ଖବର > ଡେରିରେ ଚେତିଲେ : ମହାନଦୀ ପାଇଁ ସରକାରଙ୍କ ମାଷ୍ଟର ପ୍ଳାନ, ୭ ବ୍ୟାରେଜ ଓ ୨୨ ପ୍ରକଳ୍ପ

ଡେରିରେ ଚେତିଲେ : ମହାନଦୀ ପାଇଁ ସରକାରଙ୍କ ମାଷ୍ଟର ପ୍ଳାନ, ୭ ବ୍ୟାରେଜ ଓ ୨୨ ପ୍ରକଳ୍ପ

ଭୁବନେଶ୍ବର : ସରକାରଙ୍କ ଚେତା ପଶିଲା। ଏବେ ମହାନଦୀ ପାଣିକୁ ଅଟକାଇବାକୁ ଅଣ୍ଟା ଭିଡିଛନ୍ତି । ମହାନଦୀ ପାଣି ଅଟକାଇବା ପାଇଁ ହୀରାକୁଦରୁ ପାରାଦୀପ ଭିତରେ ୭ଟି ବ୍ୟାରେଜ ସହ ଉପ ଓ ଶାଖା ନଦୀରେ ୨୨ଟି ପ୍ରକଳ୍ପ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି ସରକାର।

ବହୁ ବାଦ ବିବାଦ ପରେ ସରକାର ଚେଥିଛନ୍ତି । ମହାନଦୀ ପାଣି ଅଟକାଇବା ରାଜ୍ୟସରକାର ପ୍ରସ୍ତୁତ କରିଛନ୍ତି ମାଷ୍ଟର ପ୍ଲାନ ।  ହୀରାକୁଦଠାରୁ  ପାରାଦ୍ବୀପ ପର୍ଯ୍ୟନ୍ତ ୭ଟି ପ୍ରକଳ୍ପ ହେବ । ଏନେଇ ସ୍ଥାନ ଚିହ୍ନଟ ହୋଇ ସାରିଛି । ଦେଓଗାଓଁ, କପସିଙ୍ଗା,ଖଇରମାଲ, ଗୋଦେନଶ୍ବରୀ, ମଣିଭଦ୍ର, ସୁବଳିଆ, ମୁଣ୍ଡୁଳିରେ ବ୍ୟାରେଜ ପାଇଁ ଜାଗା ଚିହ୍ନଟ ହୋଇଛି। ଏହା ସହ ଶାଖା ଓ ଉପନଦୀରେ ୨୨ଟି ପ୍ରକଳ୍ପ ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛନ୍ତି। ଏସବୁ ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ- ପିଇବା ପାଣି, ଜଳସେଚନ ଏବଂ ଶିଳ୍ପକୁ ପାଣି ଯୋଗାଇବା। ସେପଟେ ମହାନଦୀ ଟ୍ରିବ୍ୟୁନାଲ ଗଠନ ନେଇ ଟର୍ମ ଅଫ ରେଫରେନ୍ସ ସରକାରଙ୍କ ହସ୍ତଗସ୍ତ ହୋଇନାହିଁ। ଏହା ମିଳିବା ପରେ ସରକାର ଟ୍ରିବ୍ୟୁନାଲରେ ଅପିଲ କରିବେ । ବିଭାଗୀୟ ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ଜଳସମ୍ପଦ ସଚିବ।

ସରକାରଙ୍କ ମାଷ୍ଟରପ୍ଲାନ କିନ୍ତୁ ବିରୋଧୀଙ୍କୁ ସନ୍ତୁଷ୍ଟ କରିପାରିନି। ନିର୍ବାଚନକୁ  ଆଖି ଆଗରେ ରଖି ସରକାର ଏଭଳି ଯୋଜନା ଧୂଆଁବାଣ କରୁଥିବା ଅଭିଯୋଗ କରିଛନ୍ତି । ଏତେ ସପନକୁ ରାତି କାହିଁ ବୋଲି ପ୍ରଶ୍ନ କରିଛି କଂଗ୍ରେସ।

 

ONA

Leave a Reply

Top