You are here
Home > ଲାଟେଷ୍ଟ > ସଇତାନ୍ ବାପା : ମାଟ୍ରିକ ରେଜଲ୍ଟ ଖରାପ ଆଶଙ୍କାରେ ଝିଅକୁ ହତ୍ୟା ଉଦ୍ୟମ

ସଇତାନ୍ ବାପା : ମାଟ୍ରିକ ରେଜଲ୍ଟ ଖରାପ ଆଶଙ୍କାରେ ଝିଅକୁ ହତ୍ୟା ଉଦ୍ୟମ

ନୀଳଗିରି : ଆସନ୍ତାକାଲି ବାହାରିବ ମାଟ୍ରିକ ପରୀକ୍ଷା ଫଳ । ଫଳ ପକାଶକୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ନାନା ଉତ୍ସାହ ଦେଖାଯାଉଥିବା ବେଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଂଚଳରେ ଏହାର ବୀପରିତ ଦୃଶ୍ୟ ଦେଖିବାକୁ ମିଳିଛି । ରେଜଲ୍ଟ ନବାହାରୁଣୁ ଫଳାଫଳ ଖରାପ ଆଶଙ୍କାରେ ଝିଅକୁ ପୋଡି ମାରିଦେବାକୁ ଉଦ୍ୟମ କରିଛି ସଇତାନ୍ ବାପା ।
ସୂଚନାଯୋଗ୍ୟ କି , ନୀଳଗିରି ଅନ୍ତର୍ଗତ ଜାମ୍ବୁଡିହା ଗ୍ରାମରେ ରହୁଥିବା ପୀଡିତା ଜଣଙ୍କ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ । କିନ୍ତୁ ତାଙ୍କ ଫଳାଫଳ ଖରାପ ହେବା ନେଇ ସେ ଆଶଙ୍କା କରୁଥିଲେ । ଏହି କଥାକୁ ଗୁରୁତର ଭାବେ ନେଇ ଯାଇଥିଲେ ପୀଡିତାଙ୍କ ବାପା । ନିଜ ଝିଅଙ୍କୁ ଅତି ନୃଶଂସ ଭାବେ ଏକ କୋଠରୀରେ ଭର୍ତୀ କରି ମାଡ ମାରିଥିଲେ । ପରେ ସେ ଝିଅଙ୍କୁ ପୋଡି ମାରିବାକୁ ଉଦ୍ୟମ କରୁଥିବା ଜଣା ପଡିଥିଲା । କୌଣସି ସୂତ୍ରରୁ ଖବର ପାଇ ପୋଲିସ୍ ଘଟଣାସ୍ଥଳରେ ପହଂଚି ଝିଅଟିକୁ ଉଦ୍ଧାର କରିଥିଲା । ଏନେଇ ସଇତାନ ବାପାକୁ ଅଟକ ରଖି ତଦନ୍ତ ଜାରି ରଖିଛି ନୀଳଗିରି ପୋଲିସ୍ ।

ONA

Leave a Reply

Top