You are here
Home > ଲାଟେଷ୍ଟ > ମାଲକାନଗିରି: ଜଣଙ୍କୁ ହତ୍ୟା, ଅନ୍ୟ ଜଣଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି: ଜଣଙ୍କୁ ହତ୍ୟା, ଅନ୍ୟ ଜଣଙ୍କୁ ଅପହରଣ କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରିରେ ମାଓବାଦୀ ପୁଣି ବର୍ବର କାଣ୍ଡ ଘଟାଇଛନ୍ତି । ମାଓବାଦୀଙ୍କ ଭୟରେ ଗାଁ ଛାଡିଥିବା ଜଣେ ବ୍ୟକ୍ତିଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ବେଳେ ଅନ୍ୟ ଜଣଙ୍କୁ ଅପହରଣ କରି ନେଇଥିବା ଅଭିଯୋଗ ହୋଇଛି । ମୃତକ ଜଣଙ୍କ ହେଲେ ରାଜୁ ପୂଜାରୀ । ଗତକାଲି ବିଳମ୍ବିତ ରାତିରେ କୁଡୁମୁଲୁଗୁମା ଫାଣ୍ଡିଠାରୁ ମାତ୍ର ୮୦୦ ମିଟର ଦୂରରେ ଏଭଳି କାଣ୍ଡ ଘଟିଥିବା ସୂଚନା ମିଳିଛି । ଘଟଣାକ୍ରମରେ ପ୍ରାୟ ୫୦ରୁ ୬୦ଜଣ ମାଓବାଦୀ ରାଜୁଙ୍କୁ ହତ୍ୟା କରିଥିବା ବେଳେ ନନ୍ଦ ଗୋଲାରୀଙ୍କୁ ଅପହରଣ କରି ନେଇଥିଲେ । ମାଓବାଦୀଙ୍କ ସାଙ୍ଗରେ ମାଓବାଦୀ ନେତା ଆରକେ ଆସିଥିବା ଗାଁ ଲୋକେ କହିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣା ପ୍ରତିବାଦରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଗୋବିନ୍ଦପଲ୍ଲିରୁ ବାଲିମେଳାକୁ ଯାତାୟତ ଠପ ହୋଇଯାଇଛି ।

ONA

Leave a Reply

Top