You are here
Home > ଲାଟେଷ୍ଟ > ଚା ପିଇବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆମନ୍ତ୍ରଣ କଲେ କୃଷି ମନ୍ତ୍ରୀ : ଧର୍ମେନ୍ଦ୍ର ମୋ ଜାତି ଭାଇ,ସେ ମହାନଦୀ ଆମେ ଖରସ୍ରୋତା- ମହାରଥୀ

ଚା ପିଇବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆମନ୍ତ୍ରଣ କଲେ କୃଷି ମନ୍ତ୍ରୀ : ଧର୍ମେନ୍ଦ୍ର ମୋ ଜାତି ଭାଇ,ସେ ମହାନଦୀ ଆମେ ଖରସ୍ରୋତା- ମହାରଥୀ

ଭୁବନେଶ୍ୱର : ରାଜନୀତିରେ ନୂଆ ଫଣ୍ଡା  ଆପଣାଇଛନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ ।କେତେବେଳେ ବିରୋଧୀଙ୍କୁ କଡା ସମାଲୋଚନା କରୁଛନ୍ତି ତ ପୁଣି କେତେବେଳେ ନରମ ଭାବ ଦେଖାଉଛନ୍ତି । ବିଜେପି- ବିଜେଡି ଭିତରେ ତୁ ତୁ ମେ ମେ ଚାଲିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହାରଥୀ ଧର୍ମେନ୍ଦ୍ରଙ୍କୁ ଜାତି ଭାଇ ବୋଲି ସମ୍ବୋଧନ କରିଛନ୍ତି । ଏତିକି ନୁହେଁ ନିଜଘରକୁ ଚା ପିଇବାକୁ ଆମନ୍ତ୍ରଣ ବି କରିଛନ୍ତି ।

କେତେବେଳେ କଟାକ୍ଷର ବାଣ ତ, କେତେବେଳେ ଚାହା ପିଇବାକୁ କରୁଛନ୍ତି ଆମନ୍ତ୍ରଣ । କଥା କଥାକେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଡିଆରେ କଟାକ୍ଷ କରନ୍ତି ମନ୍ତ୍ରୀ ପ୍ରଦୀପ ମହାରଥୀ । ହେଲେ ଆଜି ମନ୍ତ୍ରୀ ମହାରଥୀ ନିଜ ଭାଷା ବଦଳାଇଛନ୍ତି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମହାନଦୀ ସହ ତୁଳନା କରି ନିଜକୁ ଖରୋସ୍ରୋତା ସହ ଯୋଡିଛନ୍ତି । ମହାନଦୀ ପଛେ ଶୁଖିଯିବ ହେଲେ ଖରସ୍ରୋତାର ସବୁବେଳେ ଖର ଖର ଧାର ଥିବ ବୋଲି କହିଛନ୍ତି ମନ୍ତ୍ରୀ । ଆଉ ଏହାରି ଭିତରେ ମହାନଦୀ ଶୁଖେଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କୁ ଦାୟୀ କରିବାକୁ ଭୁଲି ନାହାନ୍ତି ମହାରଥୀ ।କେବଳ ଏତିକି ନୁହେଁ ଧର୍ମେନ୍ଦ୍ରଙ୍କୁ ନିଜର ଜାତି  ଭାଇ ସମ୍ବୋଧନ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଗଣମାଧ୍ୟମ ଜରିଆରେ  ଚାହା ପିଇବାକୁ ଆମନ୍ତ୍ରଣ କରିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ  ।

ଗଲା ଗୁରୁବାର ମନ୍ତ୍ରୀ ମହାରଥୀ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ  ମାରିଥିଲେ କଟାକ୍ଷ ବାଣ ଦୁଇମାସ ହେଲା ଓଡ଼ିଶାରେ କେନ୍ଦ୍ରମନ୍ତ୍ରୀଙ୍କ ଦେଖାଦର୍ଶନ ନାହିଁ । ଟିଭି ପେପରରେ ଆଉ ଆଗ ଭଳି ମୁହଁ ଦିଶୁନି ବୋଲି କହି ଚର୍ଚ୍ଚାକୁ ଆସିଥିଲେ ମନ୍ତ୍ରୀ ମହାରଥୀଆଉ ଜବାବରେ ଧର୍ମେନ୍ଦ୍ର କହିଥିଲେ, ମହାରଥୀ ଡାକିଲେ ମୁଁ କଦଳୀ ଖାଇବାକୁ ଯିବି । ମହାରଥୀଙ୍କ ନୂଆ ଫଣ୍ଡାକୁ ହାଲକା ଭାବେ ନେଇ ବିଜେପି କହିଛି ମହାରଥୀ ଜଣେ ନାଟୁଆ ସେ କେତେବେଳେ କଣ କହନ୍ତି ତାହା ନିଜେବି ଜାଣନ୍ତିନି

ONA

Leave a Reply

Top