You are here
Home > ଲାଟେଷ୍ଟ > ସରିଲା ପ୍ରସ୍ତୁତି : ୨୨ରେ ବିଜେଡିର ମହାନଦୀ ମହାସମ୍ମିଳନୀ

ସରିଲା ପ୍ରସ୍ତୁତି : ୨୨ରେ ବିଜେଡିର ମହାନଦୀ ମହାସମ୍ମିଳନୀ

ଭୁବନେଶ୍ବର : ୨୨ରେ ଭୁବନେଶ୍ବରରେ ହେବ ମହାନଦୀ ମହାସମ୍ମିଳନୀ । ସେଥିଲାଗି ଆଜି ବିଜେଡିର ସରିଛି ସଜବାଜ । ସମ୍ମଳନୀ ଲାଗି ଦଳର ଛାମୁଆ ନେତା ରାଜ୍ୟ କାର୍ଯ୍ୟଳୟରେ ଏକାଠି ହୋଇ ରଣନୀତି ପ୍ରସ୍ତୁତ କରିଛନ୍ତି । ମହାନଦୀର ମହାଦୁଖକୁ ନେଇ ୨୨ରେ ଏକାଠି ହେବେ ନେତା ଓ କର୍ମୀ ଏଥିରେ ଜନମତ ସୃଷ୍ଟିକରିବାକୁ ଦଳ ବୈଠକରେ ସ୍ଥିର ହୋଇଛି । ସେପଟେ ୧୬ ତାରିଖରେ କୋଲକତାରେ ହେବାକୁ ଥିବା ଆନ୍ତରାଜ୍ୟ ବୈଠକରେ ରାଜ୍ୟସରକାର ନିଜର ପକ୍ଷ ରଖିବେ ବୋଲି ସୂଚନା ଦେିଛି ଦଳ । ମହାନଦୀ ପାଇଁ ବିଜେଡି ଏତେସବୁ ରଣନୀତି କରୁଥିବା ବେଳେ ବିରୋଧୀ କିନ୍ତୁ କହୁଛନ୍ତି ଏସବୁ କେବଳ ରାଜନୀତି ।
ମହାନଦୀ ମହାରାଜନୀତି ଲାଗି ବିଜେଡିର ସଜବାଜ ସରିଲା । ୨୨ରେ ଭୁବନେଶ୍ବରରେ ହେବ ମହାନଦୀ ମହାସମ୍ମଳନୀ । ତା ପୂର୍ବରୁ ରାଜ୍ୟ କାର୍ଯ୍ୟଳୟରେ ସରିଛି ପ୍ରସ୍ତୁତି । ବୈଠକରେ ମହାନଦୀର ବିଭିନ୍ନ ସମସ୍ୟା ନେଇ ଆଲୋଚନା ହୋଇଛି । ମହାନଦୀ ପ୍ରସଙ୍ଗକୁ ନେଇ ବ୍ୟାପକ ଜନମତ ସୃଷ୍ଟି କରିବାକୁ ବୈଠକରେ ରଣନୀତି ତିଆରି କରିଛି ଦଳ । ମହାନଦୀ ଉପକୂଳିଆ ୧୫ ଜିଲ୍ଲାର ଦଳୀୟ ପ୍ରତିନିଧିଙ୍କୁ ନେଇ ୨୨ ତାରିଖରେ ରାଜ୍ୟ କାର୍ଯ୍ୟାଳୟରେ ହେବ ମହାନଦୀ ସମ୍ମଳନୀ । ଛତିଶଗଡ଼ର କଲମା ଗେଟ ବନ୍ଦ ଯୋଗୁଁ ମହାନଦୀର ସ୍ଥିତି ଉଦ୍ ବେଗଜନକ ରହିଛି । ମହାନଦୀରେ ଛତିଶଗଡ଼ ସରକାରଙ୍କ ନିର୍ମାଣକୁ ନେଇ ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ଦେଖାଉଛନ୍ତି । ଯାହାକୁ ସମ୍ମଳନୀରେ ଲୋକଙ୍କ ପାଖରେ ପହଁଞ୍ଚାଇବ ବିଜେଡି । ଏହା ସହିତ ମହାନଦୀ ପ୍ରସଙ୍ଗରେ ବ୍ୟାପକ ଜନମତ ସୃଷ୍ଟି କରାଯିବ ବୋଲି କହିଛନ୍ତି ବିଜେଡି ଉପ ସଭାପତି ପ୍ରସନ୍ନ ଆଚାର୍ଯ୍ୟ ।
ସେପଟେ ବିଜେଡିର ଏସବୁ ଯୋଜନା, କେବଳ ରାଜନୀତି ବୋଲି ବିରୋଧୀ କହୁଛନ୍ତି । ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ ହୋଇ ସାରିଛି । ଆଲୋଚନା କରିବାକୁ କେନ୍ଦ୍ର ବୈଠକ ଡାକୁଛି । ତେଣୁ ଏଭଳି ସ୍ଥିତିରେ ବିଜେଡି, କେବଳ ଲୋକଙ୍କୁ ବିଭ୍ରାନ୍ତ କରୁଛି ବୋଲି ବିଜେପି ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ, କହିଛନ୍ତି । ମହାନଦୀ ମହାବିବାଦ ସମାଧାନ ଲାଗି ଟ୍ରିବ୍ୟୁନାଲ ଗଠନ ସରିଛି । ସେପଟେ ଜଳ ବିବାଦ ସମସ୍ୟାକୁ ନେଇ ଆସନ୍ତା କାଲି କେନ୍ଦ୍ର ସରକାର କଲିକତାଠାରେ ଡାକିଛନ୍ତି ପବର୍ବାଞ୍ଚଳ ରାଜ୍ୟମାନଙ୍କର ବୈଠକ । ଏଥିରେ ମହାନଦୀ ସମେତ ବିଭିନ୍ନ ନଦୀ ସମସ୍ୟା ନେଇ ରାଜ୍ୟ ସରକାର ପକ୍ଷରଖିବେ ବୋଲି ସୂଚନା ମିଳିଛି ।

ONA

Leave a Reply

Top