You are here
Home > ପଲିଟିକ୍ସ > କାଲି ହେବ ବିଧାନସଭାରେ ମହାନଦୀ ଆଲୋଚନା: ସର୍ବଦଳୀୟ ବୈଠକରେ ସହମତି

କାଲି ହେବ ବିଧାନସଭାରେ ମହାନଦୀ ଆଲୋଚନା: ସର୍ବଦଳୀୟ ବୈଠକରେ ସହମତି

ଭୁବନେଶ୍ୱର: ଏବେ ବିଧାନସଭାର ବଜେଟ ଅଧିବେଶନ ଚାଲିଛି । ତେବେ ବିଧାନସଭାରେ ମହାନଦୀ ତାତି କମୁନାହିଁ ବରଂ ଏହି ପ୍ରସଙ୍ଗକୁ ନେଇ ଚାଲିଛି ପାଟିତୁଣ୍ଡ ଏବଂ ହଟ୍ଟଗୋଳ । ଆସନ୍ତା କାଲି କିନ୍ତୁ ମହାନଦୀ ପ୍ରସଙ୍ଗକୁ ନେଇ ବିଧାନସଭାରେ ସ୍ୱତନ୍ତ୍ର ଆଲୋଚନା ରହିବ ।
ଗତକାଲି ମହାନଦୀକୁ ନେଇ ଶାସକ ବିଜେଡ଼ି ବିଧାୟକମାନେ ଧାରଣା ଦେଇଥିବା ବେଳେ ଗୃହ ଚାଲିବା ସମ୍ଭବ ନହେବାରୁ ମୁଲତବୀ ରଖିବାକୁ ବାଧ୍ୟ ହୋଇଥିଲେ ମାନ୍ୟବର ବାଚସ୍ପତି । ତେବେ ଏହି ମହାନଦୀକୁ ନେଇ ଆସନ୍ତାକାଲି ବିଧାନସଭାରେ ଆଲୋଚନା ହେବ ବୋଲି ଆଜି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି । ଆଜି ମହାନଦୀ ପ୍ରସଙ୍ଗକୁ ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏସମ୍ପର୍କରେ କଂଗ୍ରେସ ପକ୍ଷରୁ ତାରା ବାହିନୀପତି ଏବଂ ବିଜେଡ଼ି ତରଫରୁ ସଂଜୟ ଦାସବର୍ମା ଦଳର ସହମତି ରହିଛି ବୋଲି ସୂଚନା ଦେଇଛନ୍ତି । ତେବେ ଯାହାବି ହେଉ, ମହାନଦୀ ପ୍ରସଙ୍ଗ ଓଡ଼ିଶା ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଦଳମତ ନିର୍ବିଶେଷରେ ସବୁ ଦଳର ବିଧାୟକ ଓଡ଼ିଶାର ସ୍ୱାର୍ଥ ଲାଗି ମହାନଦୀ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ହୋଇଛି ।

ONA

Leave a Reply

Top