You are here
Home > ଅଧିକ ଖବର > ଜୀବନ ହାରିଲେ ପ୍ରେମୀଯୁଗଳ

ଜୀବନ ହାରିଲେ ପ୍ରେମୀଯୁଗଳ

ଜଗତସିଂହପୁର : ପ୍ରେମବ୍ୟାପାରକୁ ନେଇ ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି । ଜଗତସିଂହପୁର ଜିଲ୍ଲା ଏରସମା ଅଂଚଳରେ ଘଟିଯାଇଛି ଏହି ଅଭାବନୀୟ ଘଟଣା
ପରସ୍ପରକୁ ବହୁ ଭଲ ପାଉଥିଲେ ଏହି ପ୍ରେମୀଯୁଗଳ। ଜଣକୁ ଛାଡ଼ି ଅନ୍ୟ ଜଣେ ରହିପାରୁ ନଥିଲେ। କ’ଣ ହେଲା କେଜାଣି ଆଜି ଦୁଇ ଜଣ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।ସୂଚନା ଅନୁଯାୟୀ, ପଦ୍ମପୁର ଗାଁର ଜଣେ ଯୁବକ କିଆମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଗତକାଲିଠାରୁ ସେମାନେ ଘର ଛାଡ଼ି କେଉଁଆଡ଼େ ଚାଲି ଯାଇଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜି ଥିଲେ ହେଁ ପାଇନଥିଲେ। ଆଜି ସକାଳେ ରାମତରା ଗାଁର ପୋଲ ପାଖରେ ଥିବା ଏକ ନିମ୍ୱ ଗଛରେ ଉଭୟଙ୍କୁ ଝୁଲନ୍ତା ଅବସ୍ଥା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ କାରଣରୁ ସେମାନେ ଆତ୍ମହତ୍ୟା କଲେ ତାହା ଜଣାପଡ଼ି ନାହିଁ।

ONA

Leave a Reply

Top