You are here
Home > ଲାଟେଷ୍ଟ > ଶ୍ରୀମନ୍ଦିର ପ୍ରସଙ୍ଗରେ ଗୃହରେ ଆଇନ ମନ୍ତ୍ରୀଙ୍କ ଉତ୍ତର : ମହାପ୍ରଭୁ ଉପବାସ ରହି ନାହାନ୍ତି

ଶ୍ରୀମନ୍ଦିର ପ୍ରସଙ୍ଗରେ ଗୃହରେ ଆଇନ ମନ୍ତ୍ରୀଙ୍କ ଉତ୍ତର : ମହାପ୍ରଭୁ ଉପବାସ ରହି ନାହାନ୍ତି

ଭୁବନେଶ୍ବର : ଶ୍ରୀମନ୍ଦିର ନିତୀ ବିଭ୍ରାଟ ଓ ମହାପ୍ରଭୁ ଉପବାସ ରହିବା ପ୍ରସଙ୍ଗରେ ବିଧାନ ସଭାରେ ବିବୃତ୍ତି ରଖିଛନ୍ତି ଆଇନ ମନ୍ତ୍ରୀ ପ୍ରତାପ ଜେନା । ନିତୀ ବିଭ୍ରାଟକୁ ମନ୍ତ୍ରୀ ସ୍ବିକାକର କରିଥିଲେ ବି ମହାପ୍ରଭୁ ଉପବାସ ରହି ନାହାନ୍ତି ବୋଲି ଗୃହରେ କହିଛନ୍ତି । ନିତୀ ବିଳମ୍ବ ହୋଇଛି ,ହେଲେ ମହାପ୍ରଭଉ ଉପବାସ ରହି ନାହାନ୍ତି । ଏପରି ଅଭିଯୋଗ ଅମୂଳକ ବୋଲି ବିଧାନସଭାରେ ବିବୃତି ରକଇଛନ୍ତି ମନ୍ତ୍ରୀ । ସୂପକାରଙ୍କ ଅସହଯୋଗ ଯୋଗୁ ଭୋଗ ମଣ୍ଡପ ହୋଇ ପାରି ନଥିଲା । ସାତ ଆଠ ଟ୍ରକ ଅହ୍ମୁଣିଆ ସଫା ହେବାରେ ସମୟ ଲାଗିଲା ରାତି ୧୦ଟା ୫୦ରେ ସଫା ହେବା ପରେ ନୀତି ଆରମ୍ଭ ହୋଇଥିଲା । ଆଜି ନୀତି ଠିକ ଚାଲିଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ । ସମସ୍ୟା ସମାଧାନ ଲାଗି ମୁଖ୍ୟ ପ୍ରଶାସକଙ୍କୁ ନିର୍ଦେଶ ଦିଆଯାଇଥିବା ମନ୍ତ୍ରୀ କହିଛନ୍ତି । ଶ୍ରୀମନ୍ଦିରରେ ନିତୀ ବିଭ୍ରାଟ ଓ ମହାପ୍ରଭୁ ଉପବାସ ରହିବା ପ୍ରସଙ୍ଗକୁ ନେଇ ଦୁଇ ଦିନ ହେଲା ବିଧାନସଭା ଚାଲିପାରୁନଥିଲା । ସରକାରଙ୍କ ଠୁ ଜବାବ ମାଗିବାରେ ଅଡିବସିଥିଲେ ବିରୋଧି । ଆଜି ଆଇନ ମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାକୁ ରୁଂଲି ଦେଇଥିଲେ ବାଚସ୍ପତି । ପରେ ଅପରାହ୍ନ୫ଟାରେ ଗୃହରେ ବିବୃତ୍ତି ରଖିଥିଲେ ଆଇନ ମନ୍ତ୍ରୀ । ଏହା ପରେ ଗୃହ ସ୍ବଭାବିକ ହୋଇଥିଲା ।

ONA

Leave a Reply

Top