You are here
Home > ଇଣ୍ଡିଆ > ଆଫଗାନିସ୍ତାନରେ ୬ ଭାରତୀୟଙ୍କୁ ଅପହରଣ, ଅଜଣା ବନ୍ଧୁକଧାରୀ ଉଠାଇନେଲେ

ଆଫଗାନିସ୍ତାନରେ ୬ ଭାରତୀୟଙ୍କୁ ଅପହରଣ, ଅଜଣା ବନ୍ଧୁକଧାରୀ ଉଠାଇନେଲେ

ଆଫଗାନିସ୍ତାନ : ଆଫଗାନିସ୍ତାନରେ ୬ ଭାରତୀୟଙ୍କୁ ଅପହରଣ । ଅଜଣା ବନ୍ଧୁକଧାରୀ ୬ଭାରତୀୟଙ୍କ ସହ ଜଣେ ଆଫଗାନ ନାଗରିକଙ୍କୁ ବାଗଲନ ପ୍ରଦେଶରୁ ଅପହରଣ କରି ନେଇଛନ୍ତି । ଅପହୃତମାନେ ସମସ୍ତେ କେଇସି ନାମକ ଏକ କଂପାନୀର କର୍ମଚାରୀ । କଂପାନୀର ଇଲେକ୍ଟ୍ରିସିଟି ସବ୍‌ ଷ୍ଟେସନ୍ କାମରେ ଏହି କର୍ମଚାରୀମାନେ ନିୟୋଜିତ ଥିଲେ । କଂପାନୀ କାମରେ ସେହି ଅଞ୍ଚଳକୁ ଯାଇଥିବା ବେଳେ ସେମାନଙ୍କୁ ବନ୍ଧୁକମୁନରେ ଅପହରଣ କରାଯାଇଛି । ବାଗଲନ୍ ପ୍ରଦେଶ ରାଜଧାନୀ ପୁଲ୍‌-ଇ- ଖୋମରେ ର ବାଗ୍‌-ଏ-ସାମଲ୍ ଗାଁ ନିକଟରେ ଏହି ଘଟଣା ଘଟିଛି । ଅପହରଣ କର୍ତ୍ତମାନେ ତାଲିବାନୀ ଆତଙ୍କବାଦୀ ହୋଇପାରନ୍ତି ବୋଲି ସନ୍ଦେହ କରାଯାଉଛି । ତେବେ ଅପହରଣ ସଂପର୍କରେ ଏପର୍ଯ୍ୟନ୍ତ କୌଣସି ସଂଗଠନ ତାର ହାତ ଥିବା ନେଇ ସ୍ପଷ୍ଟ କରିନାହିଁ ।

ONA

Leave a Reply

Top