You are here
Home > ଲାଇଫ୍ ଷ୍ଟାଇଲ୍ > କେନିଆ ସୁନ୍ଦରୀଙ୍କୁ ହତ୍ୟା ଅଭିଯୋଗରେ ଫାଶୀ

କେନିଆ ସୁନ୍ଦରୀଙ୍କୁ ହତ୍ୟା ଅଭିଯୋଗରେ ଫାଶୀ

ନାଇରୋବି: କେନିଆରେ ସୁନ୍ଦରୀଙ୍କୁ ଏକ ହତ୍ୟା ଅଭିଯୋଗରେ ନାଇରୋବିର ଏକ କୋର୍ଟ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି । କେନିଆ ସୁନ୍ଦରୀ ରୁଥ କାମାଣ୍ଡେ ତାଙ୍କ ପୁରୁଷ ବନ୍ଧୁ ଫରିଦ ଅହମ୍ମଦଙ୍କୁ ଅତି ନୃଶଂସ ଭାବରେ ୨୦୧୫ରେ ହତ୍ୟା କରିଥିଲେ । ୨୪ ବର୍ଷୀଆ ରୁଥ କେନିଆ ସୁନ୍ଦରୀ ପ୍ରତିଯୋଗିାରେ ବିଜୟୀ ହୋଇଥିଲେ । କୌତୁହଳର ବିଷୟ ରୁଥ ଏକ ଅପରାଧ ମାମଲାରେ ବିଚାରାଧୀନ କଏଦୀଭାବେ ଥିଲାବେଳେ ଏହି ସୁନ୍ଦରୀ ପ୍ରତିଯୋଗିତାରେ ଭାଗ ନେଇ ବିଜୟୀ ହୋଇଥିଲେ । ସେ ଜେଲ୍ରେ ଥିବା ସମୟରେ କୌଣସି ଏକ କାରଣରୁ ତାଙ୍କ ପୁରୁଷ ବନ୍ଧୁ ଫରିଦଙ୍କ ସହ ତାଙ୍କର କିଛି ମନୋମାଳିନ୍ୟ ଘଟିଥିଲା ଯାହାକୁ ନେଇ ଶେଷରେ ସେ ପୁରୁଷ ବନ୍ଧୁଙ୍କୁ ହତ୍ୟା କରିଥିଲେ । ଏହି ହତ୍ୟାଘଟଣାରେ କୋର୍ଟ ବିଚାରକି ରୁଥଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇଛନ୍ତି ।

ONA

Leave a Reply

Top