You are here
Home > ଲାଟେଷ୍ଟ > କେନ୍ଦ୍ରୀୟ ପୁରସ୍କାରକୁ ନେଇ ବିଜେପି ବିଜେଡ଼ି ଭିତରେ କାଦୁଅ ଫିଙ୍ଗା

କେନ୍ଦ୍ରୀୟ ପୁରସ୍କାରକୁ ନେଇ ବିଜେପି ବିଜେଡ଼ି ଭିତରେ କାଦୁଅ ଫିଙ୍ଗା

ଭୁବନେଶ୍ବର : ପୁଣି ଏକ କେନ୍ଦ୍ରୀୟ ପୁରସ୍କାରକୁ ନେଇ ବିଜେପି ବିଜେଡ଼ି ଭିତରେ କାଦୁଅ ଫିଙ୍ଗା । କେନ୍ଦ୍ର ପୂରସ୍କାରକୁ ନେଇ ବିଜେଡ଼ିର ପ୍ରଚାର ପ୍ରସାରକୁ ସହଜରେ ହଜମ କରିପାରିନି ବିଜେପି । କୌଶଲ ବିକାଶ ଯେ।ଜନା ରେ ରାଜ୍ୟ ପାଇଥିବା ପୁରସ୍କାର ଉପରେ ପ୍ରଶ୍ନ ଉଠାଇଛି ବିଜେପି । ଯାହାକୁ ନେଇ ବିଜେଡ଼ି ଭିତରେ ତୁ ତୁ ମେମେ ଆରମ୍ଭ ହେ।ଇ ଯାଇଛି ।

ବିବାଦରେ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା ପୁରସ୍କାର । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଦେଇଥିବା ଏହି ପୁରସ୍କାର ସହ ପ୍ରଧାନମନ୍ତ୍ରୀଙ୍କ ନାଁ ଲେଖି ବିଜେଡ଼ି ଦେଇଥିବା ବିଜ୍ଞାପନ ଉପରେ ଆପତ୍ତି ଉଠାଇଛି ବିଜେପି । ପୁର​ସ୍କାର ପଛରେ ପ୍ରଧାନମନ୍ତ୍ରୀଙ୍କ ଅଫିସ୍ ସହ କୌଣସି ସମ୍ପର୍କ ନାହିଁ, ଏହା କେବଳ ଗ୍ରାମ୍ୟ ଉନ୍ନୟନ ବିଭାଗର କାମ ବୋଲି କହିଛି । ବିଜେପିର ଅଭିଯେ।ଗ, ପ୍ରଧାନମନ୍ତ୍ରୀଙ୍କ ନାଁକୁ ବିକିବାକୁ ପ୍ରୟାସ କରୁଛନ୍ତି ନବୀନ । ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯେ।ଜନାରେ ରାଜ୍ୟ ସରକାର ତିନି ବର୍ଷରେ ୩୭ ହଜାର ଓଡ଼ିଆ ଯୁବକ ଯୁବତୀଙ୍କୁ ତାଲିମ୍ ଓ ନିଯୁକ୍ତି ଦେବାପାଇଁ ଲକ୍ଷ୍ୟ ରଖିଥିଲେ, ହେଲେ କେବଳ ୫୯ ଛାତ୍ରଛାତ୍ରୀଙ୍କୁ ପଞ୍ଜୀକରଣ କରି ପାରିଥିବା ଅଭିଯୋଗ କରିଚି ବିଜେପି ।

ରାଜ୍ୟର ବିଭାଗୀୟ ମନ୍ତ୍ରୀ କିନ୍ତୁ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯେ।ଜନାକୁ ଏଡ଼ାଇ ଯାଇଛନ୍ତି । କହିଛନ୍ତି ସେ ତଥ୍ୟ ମେ। ପାଖରେ ନାହିଁ । ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯେ।ଜନାରେ ଓଡ଼ିଶା ୧ ନମ୍ବର ରହିଛି । ତେଣୁ କେନ୍ଦ୍ର ସରକାର ଆମକୁ ପୁରସ୍କାର ଦେଇଛନ୍ତି । ତେବେ କାହିଁକି ପ୍ରଧାନମନ୍ତ୍ରୀଙ୍କ ଫଟୋ ବିଜ୍ଞାପନରେ ଦିଆଗଲା ନାହିଁ ସେ ପ୍ରସଙ୍ଗ ଏଡ଼ାଇ ଯାଇଛନ୍ତି ମନ୍ତ୍ରୀ ।

ଅନେକ କେନ୍ଦ୍ରୀୟ ଯେ।ଜନାକୁ ରାଜ୍ୟ ସରକାର ଭିନ୍ନ ଢଙ୍ଗରେ ଲେ।କଙ୍କ ପାଖରେ ଉପସ୍ଥାପନ କରିଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କିଛି କମ୍ ରାଜନୀତି ବି ହେ।ଇନାହିଁ । ଏବେ ସେଥିରେ କୌଶଳ ବିକାଶ ଯେ।ଜନା ବିବାଦ ସାମିଲ ହେ।ଇ ଯାଇଛି ।

 

ONA

Leave a Reply

Top