You are here
Home > ପଲିଟିକ୍ସ > ବିଜେପି ନା କଂଗ୍ରେସ: କିଏ ଜିତିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ?

ବିଜେପି ନା କଂଗ୍ରେସ: କିଏ ଜିତିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନ?

ବେଙ୍ଗାଲୁରୁ: ମେ ୧୨ ତାରିଖରେ ହେଉଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏବଂ ଫଳାଫଳ ଘୋଷଣା ହେବ ମେ ୧୫ ତାରିଖରେ । ଏବେ ସମଗ୍ର କର୍ଣ୍ଣାଟକରେ ବିରୋଧି ବିଜେପି ଓ ଶାସକ କଂଗ୍ରେସ ମଧ୍ୟରେ ଚାଲିଛି କ୍ଷମତା ହାସଲ ଲାଗି ଘମାଘୋଟ ଲଢେଇ । କିଏ ଜିତିବ ଏହି ନିର୍ବାଚନ ବୈତରଣୀ? ବିଜେପି ନା କଂଗ୍ରେସ? ନିର୍ବାଚନ ପୂର୍ବରୁ ବିଭିନ୍ନ ଓପିନିଅନ ପୋଲ ସଂସ୍ଥା ପକ୍ଷରୁ ସର୍ଭେ କରାଯାଇଛି । ତେବେ ସମସ୍ତ ଓପିନିଅନ ପୋଲ ସଂସ୍ଥା ଅନୁମାନ କରିଛନ୍ତି ଯେ, ବିଜେପି କିମ୍ବା କଂଗ୍ରେସ କାହାରିକୁ ମିଳିବନି ନିରଙ୍କୁଶ ସଂଖ୍ୟା ଗରିଷ୍ଠତା । ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ାଙ୍କ ଜେଡ଼ି(ଏସ) ସରକାର ଗଠନରେ ନେବ ଏକ ପ୍ରମୁଖ ଭୂମିକା ।

କର୍ଣ୍ଣାଟକ ବିଧାନସଭାରେ ରହିଛି ୨୨୪ଟି ସିଟ୍ । ସରକାର ଗଢିବାକୁ ହେଲେ ଦରକାର ୧୧୩ଟି ସିଟ୍ । ତେବେ ଗତ ନିର୍ବାଚନରେ ଶାସକ କଂଗ୍ରେସ ୧୨୨, ବିଜେପି ୪୦ ଏବଂ ଜେଡ଼ି(ଏସ)୪୦ଟି ସିଟ ହାସଲ କରିପାରିଥିଲେ । କିନ୍ତୁ ଓପିନିଅନ ପୋଲ୍ ଅନୁସାରେ କେହି ସଂଖ୍ୟା ଗରିଷ୍ଠତା ହାସଲ ନକରି ପାରି କଂଗ୍ରେସ ଓ ବିଜେପି ପ୍ରାୟ ପାଖାପାଖି ସିଟ୍ ହାସଲ କରିବେ । ଫଳରେ ସରକାର ଗଢିବାକୁ ଜେଡ଼ି(ଏସ)ର ସାହାଯ୍ୟ ମାଗିପାରନ୍ତି ଉଭୟ କଂଗ୍ରେସ ଓ ବିଜେପି । ସୂଚନାଯୋଗ୍ୟ ଆଞ୍ଚଳିକ ଦଳ ଜେଡ଼ି(ଏସ) ବହୁଜନ ସମାଜ ପାର୍ଟି ସହିତ ନିର୍ବାଚନୀ ମେଣ୍ଟ କରି ଏଥର ନିର୍ବାଚନରେ ଅବତୀର୍ଣ୍ଣ ହୋଇଛି ।

ଏକ ଝୁଲା ବିଧାନସଭାର ସଙ୍କେତ ଦେଉଛି ବିଭିନ୍ନ ସଂସ୍ଥା ମାନଙ୍କ ପକ୍ଷରୁ ହୋଇଥିବା ଏହି ଓପିନିୟନ ପୋଲ । ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟା କଂଗ୍ରେସକୁ ନେତୃତ୍ୱ ଦେଉଥିବା ବେଳେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଖୁବ ଆଗରେ ରହିଛନ୍ତି ପୂର୍ବତନ ବିଜେପି ମୁଖ୍ୟମନ୍ତ୍ରୀ ୟେଦିୟୁରାପ୍ପା । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦେବେଗୌଡ଼ାଙ୍କ ପୁତ୍ର ଜେଡ଼ି(ଏସ)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ।

ଏହି ନିର୍ବାଚନରେ ବିଜେପି ପୂର୍ବାପେକ୍ଷା ବେଶ୍ ଭଲ ସିଟ୍ ଜିତିପାରିବ ବୋଲି ଅନୁମାନ କରିଥିବା ବେଳେ ସଂଖ୍ୟାଗରିଷ୍ଠତା ହାସଲ କରିପାରିବା କଷ୍ଟକର ବୋଲି ଦର୍ଶାଇଛନ୍ତି । ତେବେ ଶାସକ କଂଗ୍ରେସକୁ ଏହି ନିର୍ବାଚନରେ ଅନେକ ଜିତିଥିବା ସିଟ୍ ହରାଇବାକୁ ପଡ଼ିପାରେ ବୋଲି ଓପିନିଅନ ପୋଲ କହୁଛି । ଏବିପି ନ୍ୟୁଜ-ସିଏସଡ଼ିଏସ ର ଓପିନିଅନ ପୋଲ କହୁଛି, ବିଜେପିକୁ ୮୯-୮୫, କଂଗ୍ରେସକୁ ୮୫-୯୧ ଏବଂ ଜେଡ଼ି(ଏସ)କୁ ୩୨ରୁ ୩୮ଟି ସିଟ୍ ମିଳିପାରେ । ଟାଇମ୍ସ ନାଓ ଭିଏମଆର ସର୍ଭେ କରିଛି ୨୨୪ଟି ସିଟ୍ ରୁ ବିଜେପି ଜିତିବ ୮୯ଟି କଂଗ୍ରେସକୁ ମିଳିବ ୯୧ଟି ତଥା ଜେଡ଼ି(ଏସ)କୁ ମିଳିପାରେ ୪୦ଟି ସିଟ୍ । ସେହିପରି ଟିଭି ୯ଙ୍କ ଦ୍ୱାରା ଭୋଟର ସର୍ଭେ କରାଯାଇ ପୋଲ କହୁଛି ବିଜେପି ଓ କଂଗ୍ରେସ ପ୍ରାୟ ପାଖାପାଖି ସିଟ୍ ଜିତିବେ ଏବଂ ଜେଡ଼ି(ଏସ)ର ସାହାଯ୍ୟ ଲୋଡ଼ିବେ ସରକାର ଗଠନ ପାଇଁ ।

ତେବେ ଯାହାବି ହେଉ, ନିର୍ବାଚନ ସରିନାହିଁ । ଭୋଟରଙ୍କ ମତଦାନ ଉପରେ ନିର୍ଭର କରୁଛି ସବୁ ଦଳର ଭାଗ୍ୟ ଏବଂ କେଉଁ ଦଳ ସରକାର ଗଠନ କରିବ ଆଗାମୀ ନିର୍ବାଚନରେ । ସବୁଦଳ ଏବେ ବ୍ୟସ୍ତ ନିର୍ବାଚନ ପ୍ରଚାରରେ । ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି କର୍ଣ୍ଣାଟକର ବିଭିନ୍ନ ନିର୍ବାଚନୀ ସଭାରେ ଯୋଗ ଦେଇ ଭୋଟ ଲାଗି ଭୋଟରଙ୍କୁ ଆକୃଷ୍ଟ କରିବା ଆରମ୍ଭ କରିଦେଇଛନ୍ତି । ଏବେ ଦେଖିବାକୁ ବାକି ରହିଲା ମେ ୧୨ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମତଦାନ ମେ ୧୫ ତାରିଖରେ କେଉଁ ଫଳାଫଳ ଦେଉଛି ।

ONA

Leave a Reply

Top