You are here
Home > ବଡ଼ଖବର > ଚାବି ହଜିବା ଘଟଣାର ତଦନ୍ତ କମିଶନଙ୍କ ପୁରୀରେ ଶୁଣାଣି

ଚାବି ହଜିବା ଘଟଣାର ତଦନ୍ତ କମିଶନଙ୍କ ପୁରୀରେ ଶୁଣାଣି

ଭୁନନେଶ୍ୱର: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଘଟଣାରେ ଜଷ୍ଟିସ ରଘୁବିର ଦାଶ କମିଶନଙ୍କ ଶୁଣାଣି ପୁରୀରେ ଚାଲିଛି । ଜଷ୍ଟିସ ଦାଶ ପୁରୀରେ ପହଞ୍ôଚ ପ୍ରଥମେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଦର୍ଶନ ପରେ ସର୍କିଟ ହାଉସକୁ ଆସି ପଦାଧିକାରୀମାନଙ୍କ ସହ ଚାବି ହଜିବା ଘଟଣା ଉପରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ ପୁରୀ ଜିଲ୍ଲାପାଳ, ଏସ୍ପି, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ , ଟ୍ରେଜେରୀ ଅଫିସର ପ୍ରମୁଖ ଭାଗ ନେଇଛନ୍ତି । ଜଗନ୍ନାଥ ସେନା ମଧ୍ୟ ଯାଇ ତାର ସତ୍ୟପାଠ ଦେଇଛନ୍ତି ଏବଂ ଚାବି ହଜିବା ଘଟଣାର ବିଚାରବିଭାଗ ତଦନ୍ତକୁ ସେ ବିରୋଧ କରିଛନ୍ତି । ଚାବି ହଜିବା ଘଟଣାରେ ପୁଲିସ ଖୋଜିବା କଥା । କମିଶନ କଣ ଚାବି କୋଉଠି ହଜିଲା କୋଉଠି ରହିଲା ତାହା ଖୋଜିବେ କି ବୋଲି ଜଗନ୍ନାଥ ସେନା କହିଛନ୍ତି । ପୂର୍ବରୁ ସେ କଟକ ସର୍କିଟ ହାଉସରେ ତାଙ୍କର କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । କମିଶନ ଚାବି ହଜିବା ଘଟଣା ନେଇ ଲୋକଙ୍କଠାରୁ ସତ୍ୟପାଠ ନେଉଥିଲେ । କୁହାଯାଉଛି ସେଭଳି କିଛି ଉତ୍ସାହଜନକ ଭାବରେ ସତ୍ୟପାଠ ଆସିନାହିଁ । ଏଣୁ କମିଶନ ଶ୍ରୀ ଦାଶ ପୁରୀ ଆସି ଆଲୋଚନା କରିବା ଲାଗି ପଦକ୍ଷେପ ନେଇଛନ୍ତି । ଜଷ୍ଟିସ ଦାଶଙ୍କ ପଦକ୍ଷେପକୁ ସମସ୍ତେ ଅନାଇଛନ୍ତି । ତାଙ୍କି ରିପୋର୍ଟକୁ ଆଧାର କରି ସରକାର ପଦକ୍ଷେପ ନେବେ ବୋଲି କହିଥିବାରୁ ଏହାକୁ ଗୁରୁତ୍ୱ ଦିଆଯାଉଛି । ଜଷ୍ଟିସ ଦାଶ ପୁରୀରେ ପହଞ୍ôଚବା ପରେ କହିଛନ୍ତି ସେ ଆସିଛନ୍ତି ପ୍ରଥମେ ଠାକୁରଙ୍କୁ ଦର୍ଶନ କରିବା ପାଇଁ । ତାଙ୍କ ରିପୋର୍ଟକୁ ଲୋକେ ଅନାଇଥିଲା ବେଳେ କଣ ତଥ୍ୟ ଆସୁଛି ତାହା ଉପରେ ନଜର ରଖିଛନ୍ତି । ଏଣୁ ଜଷ୍ଟିସ ଦାଶ ଏତେଶୀଘ୍ର ତାଙ୍କ ରିପୋର୍ଟ ଦେଉଛନ୍ତି ତାହା ଉପରେ ସବୁ କିଛି ନିର୍ଭର କରିବ ।
ହାଇକୋର୍ଟଙ୍କ ନିର୍ଦ୍ଦେଶ ବଳରେ ଶ୍ରୀମନ୍ଦିରର ରତ୍ନଭଣ୍ଡାର ସ୍ଥିତି କିପରି ରହିଛି ତାହା ଯାଞ୍ଚ କରିବାକୁ ଟିମ ଯାଇଥିଲା । କିନ୍ତୁ ଚାବି ନ ଥିବାରୁ ରତ୍ନଭଣ୍ଡାରର ଗର୍ଭଗୃହକୁ ଟିମ ଯାଇପାରି ନ ଥିଲେ । ବାହାରୁ ଦେଖି ପଳାଇ ଆସିଥିଲେ । ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଚାବି ନ ଥିବା କଥା ଜିଲ୍ଲା ପ୍ରଶାସନ ଦର୍ଶାଇଲା । ଏହାକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରାଗଲା । ଚାବି କୁଆଡ଼େ ଗଲା ତାହା ଖୋଜିବା ପାଇଁ ଜିଲ୍ଲାପାଳଙ୍କୁ କୁହାଗଲା । ଜିଲ୍ଲାପାଳ ଟିମ ଗଠନ କରି ଖୋଜିଲେ କିନ୍ତୁ ଏହି ସମୟ ଭିତରେ ରାଜ୍ୟ ସରକାର ବିଚାରବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇସାରିଥିଲେ । ତଦନ୍ତ ନିର୍ଦ୍ଦେଶ ପରେ ହଠାତ ଜିଲ୍ଲାପାଳ ଜଣାଇଲେ ଯେ, ଟ୍ରେଜେରୀ ଭିତରୁ ରତ୍ନଭଣ୍ଡାରରୁ ଏକ ନକଲି ଚାବି ମିଳିଛି । ଏହି ନକଲି ଚାବି କଥା ବାହାରକୁ ଆସିଲା ପରେ ତାକୁ ନେଇ ବହୁ ହୋହଲ୍ଲା ହେଲା । ନକଲି ଚାବି କେଉଁଠୁ ଆସିଲା, ସେଠି କିଏ ରଖିଥିଲା, ପୂର୍ବତନ ମନ୍ତ୍ରୀମାନେ କହିଲେ ନକଲି ଚାବିବୋଲି କିଛି ନ ଥିଲା । ଜିଲ୍ଲାପାଳ କେଉଁଠୁ ଏହି ଚାବି ଆଣିଲେ ତାକୁ ନେଇ ଚାଲିଲା ରାଜନୀତି । ଏହି ଘଟଣାକୁ ବି ତଦନ୍ତ କମିଶନ ଅନୁଧ୍ୟାନ କରିବେ ବୋଲି ସରକାର ଜଣାଇଲେ । ଏବେ କମିଶନ ତାଙ୍କ ତଦନ୍ତ ଆରମ୍ଭ କରୁଥିôବାରୁ କେବେ ରିପୋର୍ଟ ଦେଉଛନ୍ତି ତାହାକୁ ଅପେକ୍ଷା ।

ONA

Leave a Reply

Top