You are here
Home > ବଡ଼ଖବର > ଓଡ଼ିଶା କଥା ବୁଝିବାକୁ ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି: ଜୁଏଲ

ଓଡ଼ିଶା କଥା ବୁଝିବାକୁ ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି: ଜୁଏଲ

ଭୁବନେଶ୍ୱର: ରାଜନୀତିରେ ସବୁବେଳେ ଚର୍ଚ୍ଚା ହୋଇ ଆସୁଛି ଯେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ଅଘୋଷିତ ମଙ୍ଗ ଧରିଛନ୍ତି । ତାଙ୍କୁ ଓଡ଼ିଶା କଥା ବୁଝିବା ପାଇଁ ଦାୟିତ୍ୱ ଦିଆଯାଇଛି । ହେଲେ ଏ କଥାକୁ ଅଧିକ ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ । ରାଉରକେଲାରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ଓଡ଼ିଶା କଥା ବୁଝିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଦେଇଛନ୍ତି ବୋଲି ଜୁଏଲ କହିଛନ୍ତି ।
ରାଉରକେଲା ରେଳଷ୍ଟେଶନ୍ରେ ‘ମେମୁ’ଟ୍ରେନ୍ର ଶୁଭାରମ୍ଭ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜୁଏଲ୍ ଯୋଗ ଦେଇଥିଲେ । ବର୍ତ୍ତମାନ ଦିଲ୍ଲୀପ ରାୟ ତାଙ୍କୁ ରାଉରକେଲାରେ ଅଡୁଆ ପରିସ୍ଥିତିରେ ପକାଇଛନ୍ତି । ବ୍ରାହ୍ମଣୀ ସେତୁ ଓ ଆଇଜିଏଚ୍କୁ ସୁପରସ୍ପେସିଆଲିଟି ହସ୍ପିଟାଲ୍ ଘଟଣାରେ କେନ୍ଦ୍ରର ବିଳମ୍ବ ନେଇ ଦିଲୀପ ଆକ୍ଷେପ କରିଚାଲିଛନ୍ତି । ଜୁଏଲ୍ ମାଟିକୁ ଗୁରୁତ୍ୱ ନ ଦେଇ ପାର୍ଟିକୁ ଗୁରୁତ୍ୱ ଦେଉଛନ୍ତି ଅର୍ଥାତ୍ ରାଉରକେଲା ଓ ସୁନ୍ଦରଗଡ଼ରେ ବିକାଶ କଥାକୁ ଭୁଲି ଦଳୀୟ ଦଳ କଥାରେ ପରିଚାଳିତ ହେଉଛନ୍ତି ବୋଲି ଦିଲ୍ଳୀପ ଅଭିଯେଗା କରିଛନ୍ତି । ନିକଟରେ ଏହି ହସ୍ପିଟାଲ୍ ଦାବି ନେଇ ପାଦରେ ଚାଲିଚାଲି ରାଉରକେଲାରୁ ଦିଲ୍ଳୀ ପହଞ୍ôଚଥିବା ମୁକ୍ତିକାନ୍ତ ବିଶ୍ୱାଳ ଘଟଣା ବେଶ୍ ଚର୍ଚ୍ଚା ହୋଇଥିଲା । ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ଯାଇ ସେ ନିଷ୍ଫଳ ହୋଇ ଫେରିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ସାକ୍ଷାତ କରିବାକୁ ସୁଯୋଗ ଦେଲେନାହିଁ । ଅନ୍ୟପଟରେ କେନ୍ଦ୍ରମନ୍ତ୍ରୀ ଥାଇ ଜୁଏଲ ସାକ୍ଷାତ କରାଇବାର ବ୍ୟବସ୍ଥା ନ କରି ମନା କରିଦେଲେ । ଏହି ଘଟଣାକୁ ନେଇ ଜୁଏଲ୍ଙ୍କୁ ନିଜ ଅଞ୍ଚଳରେ ବହୁ ସମାଲୋଚନାର ଶୀକାର ହେବାକୁ ପଡ଼ିଛି । ଏହି ଅବସରରେ ଜୁଏଲ୍ ଯେତେବେଳେ ନିଜ ମାଟିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ଆସିଲା ସେତେବେଳେ ସେ ତାଙ୍କ ମନ କଥା ଖୋଲି କହିଛନ୍ତି । ସେ କିଭଳି ଭାବେ ରାଜନୀତିକୁ ଆସି ଗୁରୁତ୍ୱ ପାଇଛନ୍ତି ଓ ସାଧାରଣ ଜୀବନ କିପରି ବିତାଉଛନ୍ତି ସେ ବିଷୟ ବଖାଣିଥିଲେ । ଜୁଏଲ କହିଥିଲେ ସେ ୨ ଥର ବିଧାକୟ ଓ ୪ ଥର ସାଂସଦ ହେବାର ସୁଯୋଗ ପାଇଛନ୍ତି । କେନ୍ଦ୍ରରେ ୨ ଜଣ ପ୍ରଧାନମନ୍ତ୍ରୀଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀ ହୋଇପାରିଛନ୍ତି । ଜାତୀୟସ୍ତରରେ ଦଳ ପକ୍ଷରୁ ଟିକେଟ୍ ବଣ୍ଟନ ପାଇଁ ଗଠିତ ୧୫ ଜଣିଆ ସର୍ବୋଚ୍ଚ କମିଟିରେ ସେ ୧୯ ବର୍ଷ ହେଲା ସଦସ୍ୟ ରହିଛନ୍ତି । ଏଭଳି କ୍ଷମତାର ଅଧିକାରୀ ଥିଲେ ବି ସେ କେବେ ଏହାର ଦୁରୁପଯୋଗ କରିନାହାଁନ୍ତି । ବର୍ତ୍ତମାନ ଓଡ଼ିଶା କଥା ବୁଝିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି । ତେବେ ସେ ଓଡ଼ିଶା, ସୁନ୍ଦରଗଡ଼ ଜିଲ୍ଲାର ବିକାଶ ପାଇଁ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି । ସେ ହେଉଛନ୍ତି ଜଣେ ଆଦିବାସୀ ଚଷା ପୁଅ । ଜୀବନରେ କେବେ ରାଜନୀତି କରିବେ ବୋଲି ଭାବି ନ ଥିଲେ । ଏସ୍ଟିଆଇରେ ପଢ଼ୁଥିଲା ବେଳେ ସାଙ୍ଗମାନଙ୍କ ସହିତ ରେଳଷ୍ଟ୍ରେଶନ୍ରେ ବି ବୁଲୁଥିଲେ । ପରେ ତାଙ୍କୁ ଲୋକଙ୍କ ସେବା କରିବାରେ ସୁଯୋଗ ମିଳିଛି ।ତାଙ୍କର ଆର୍ôଥକ ଅଭିବ୍ୟୁଦ୍ଧି ମଧ୍ୟ ଘଟିଛି ବୋଲି କହିଥିଲେ । ଝୁମ୍ପୁଡ଼ି ଘରୁ କୋଠାଘରକୁ ବି ଯାଇଛନ୍ତି । ଏହା ତାଙ୍କ ପାରିବାରିକ ଚାଷ କାର୍ଯ୍ୟ ପାଇଁ ସମ୍ଭବ ହୋଇଛି ।
ଜୁଏଲ୍ କହିଛନ୍ତି ଜଣେ ନିର୍ବାଚିତ ପ୍ରତିନିଧିର କର୍ତ୍ତବ୍ୟ ହେଉଛି ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ । ଏଥିପାଇଁ ତାଙ୍କ ଦ୍ୱାରା ସବୁବେଳେ ଖୋଲା ରହିଛି । ଦିଲ୍ଳୀରେ ଗୋଟିଏ ରୋଷେଇରେ ତାଙ୍କ ପରିବାର ସହିତ ଅତିଥିଙ୍କ ସକ୍ରାର କରାଯାଇଥାଏ । ବଣେଇକୁ ଗଲେ ସେ ସରକାରୀ ଡାକବଙ୍ଗଳାରେ ନ ରହି ଗାଁରେ ରହିବାକୁ ଭଲ ପାଇଥାନ୍ତି । ରାଉରକେଲା ହାଉସରେ ସେ ଲୋକଙ୍କ ବିକାଶ ପାଇଁ ରହିଥାନ୍ତି । ତାଙ୍କର ମୂଳ ଲକ୍ଷ ହେଉଛି ସୁନ୍ଦରଗଡ଼ ଜିଲ୍ଲା ଲୋକଙ୍କ ବିକାଶ । ଯେଉଁ ନେତାଙ୍କର ନୀତି ଓ ନିୟତ ଠିକ୍ ଥିବ ଓ ସ୍ୱଚ୍ଛତାର ସହ ସେବା କରିବାର ଲକ୍ଷ୍ୟ ଥିବ ତେବେ ଯେତେ ବିଥ୍ୟା ଅପପ୍ରଚାର କଲେ ବି ତାର କିଛି କ୍ଷତିହେବ ନାହିଁ ବୋଲି କହିଥିଲେ ।

ONA

Leave a Reply

Top