You are here
Home > ଏକ୍ସକ୍ଲୁସିଭ୍ > କୁଆଡ଼େ ଗଲା ଜୟଙ୍କ ବିଜୁ ଆଦର୍ଶ: ଶ୍ରାଦ୍ଧ ଦିବସରେ ସମାଧି ପୀଠକୁ ଗଲେନି କି ଶ୍ରଦ୍ଧାଞ୍ଜଳି ଦେଲେନି

କୁଆଡ଼େ ଗଲା ଜୟଙ୍କ ବିଜୁ ଆଦର୍ଶ: ଶ୍ରାଦ୍ଧ ଦିବସରେ ସମାଧି ପୀଠକୁ ଗଲେନି କି ଶ୍ରଦ୍ଧାଞ୍ଜଳି ଦେଲେନି

ଭୁବନେଶ୍ବର: ମୁଁ ବିଜୁ ପିବାରର ଲୋକ । ବିଜୁବାବୁ ହିଁ ମୋର ଆଦର୍ଶ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରୁଛି । ପ୍ରବାଦ ପୁରୁଷଙ୍କ ସହ ନିଜକୁ ଯୋଡି ସବୁବେଳେ ଏମିତି ମନ୍ତବ୍ୟ ରଖିଥାନ୍ତି ବିଜେଡିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡା । ବିଜୁଙ୍କ ନାଁ କହି ସବୁବେଳେ ନିଜକୁ ବିଜେଡିର ଟାଣୁଆ ନେତା ଭାବେ ଦେଖେଇ ହେବାକୁ ଚେଷ୍ଟା ବି କରିଥାନ୍ତି । ଏମିତିକି ବିଜେଡିର ପ୍ରତିଷ୍ଠାତା ସଦସ୍ୟ ବୋଲି କହିବାକୁ ମଧ୍ୟ ଭୁଲି ନଥିଲେ । ହେଲେ ଏବେ ବିଜୁ ବାବୁଙ୍କୁ ନେଇ ସାଂସଦ ଜୟଙ୍କ ଆଚରଣ ପୁଣି ଥରେ ତାଙ୍କୁ ଚର୍ଚ୍ଚାକୁ ଆଣିଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ବୈଜୟନ୍ତ କୁଆଡେ ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଭୁଲିଯାଇଛନ୍ତି ତାହା ପୁଣି ଥରେ ତାଙ୍କୁ ସମାଲୋଚିତ କରିଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ହେଉ ବା ଜୟନ୍ତୀ ।ଏହି ଦୁଇ ଦିନକୁ ସାଂସଦ ବୈଜୟନ୍ତ ପଣ୍ଡା କେଭେ ଭୁଲି ନଥାନ୍ତି । ଯେଉଁଠି ଥିଲେ ବି ସେ ଏହି ଦୁଇ ଦିନରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି । ଯେଉଁଠି ବି ଥିଲେ ବୈଜୟନ୍ତ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ପୁରୀ ସ୍ବର୍ଗଦ୍ବାର ଯାଇ ବିଜୁବାବୁଙ୍କ ସମାଧିରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଜଣାନ୍ତି । ଏମିତି ବର୍ଷ ବର୍ଷ ଧରି କରି ଆସୁଥିଲେ ଜୟ । ଏହା ବି ତାଙ୍କ ଟିଭି ଚ୍ୟାନେଲରେ ପ୍ରସାରଣ ହୁଏ । ହେଲେ ଏଥର ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସକୁ ଯେମିତି ବୈଜୟନ୍ତ ଭୁଲି ଯାଇଛନ୍ତି । ପୁରୀ ସ୍ବର୍ଗ ଦ୍ବାର ସମାଧୀ ପୀଠରେ ବୌଜୟନ୍ତଙ୍କୁ ଦେଖିବାକୁ ମିଳିଲାନି । ସ୍ବର୍ଗ ଦ୍ବାର ଯାଇ ବିଜୁଙ୍କ ସମାଧିରେ ଫୁଲ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇବାର ଖବର ବି ତାଙ୍କ ଟିଭି ଚ୍ୟାନେଲରେ ଦେଖାଗଲାନି । ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । କୁହାଯାଉଛି ବୈଜୟନ୍ତ କୁଆଡେ ବିଜୁଙ୍କୁ ଅନ୍ତରରେ ଭଲ ପାଉ ନଥିଲେ ବଂର ବିଜେଡିରେ ଥିବାରୁ ନିଜ ରାଜନୈତିକ ସ୍ବାର୍ଥ ଲାଗି ଏମିତି ଦେଖେଇ ହେବାକୁ ବିଜୁ ବିଜୁ ଭଜୁଥିଲେ । ଜନ୍ମ ଦିନ ହେଉକି ଶ୍ରାଦ୍ଧ ବାର୍ଷିକୀ ସମାଧିରେ ଫୁଲ ଦେଇ କେବଳ ଖବର ପ୍ରସାରଣ କରାଉଥିଲେ । ହେଲେ ଏବେ ବିଜେଡିରୁ ନିଲମ୍ବନ ହେଲା ପରେ ସବୁ କିଛି ଭୁଲିଗଲେ ଜୟ । ଏମିତିକି ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସରେ ସେ ପୁରୀ ସ୍ବର୍ଗଦ୍ବାର ଯାଇ ଶ୍ରଦ୍ଧାଞ୍ଜଳି ବି ଦେଲେନାହିଁ । ଏସବୁକୁ ଦେଖି ସମାଲୋଚକ ମୁହଁ ବନ୍ଦ ରଖନ୍ତେ ବା କିପରି । ଏସବୁକୁ ପରଖି ସମାଲୋଚକ ଯୁକ୍ତି ବାଢିଛନ୍ତି ଜୟ କେବଳ ସମାଧୀ ପଲିଟିକ୍ସ କରୁଥିଲେ । ଯାହା ଏଥର ବନ୍ଦ ହୋଇଛି । ବିଜୁ ବାବୁଙ୍କ ପ୍ରତି ତାଙ୍କର ଆନ୍ତରିକତା ନଥିଲା ବରଂ ସବୁଥିରେ ସ୍ବାର୍ଥ ଲୁଚିରହିଥିବା ସ୍ପଷ୍ଟ ହୋଇଛି ବୋଲି ଯୁକ୍ତି ବାଢିଛନ୍ତି ସମାଲୋଚକ ।
ଜୟଙ୍କ ସମାଧୀ ପଲିଟିକ୍ସକୁ ନେଇ ଚର୍ଚ୍ଚା ନୂଆ ନୁହେଁ । ବିଜୁ ବାବୁଙ୍କ ଉପରେ ସଚିତ୍ର ପୁସ୍ତକ ‘ଦି ଟଲ୍ ମ୍ୟାନ’ ଉନ୍ମୋଚନ ଉତ୍ସବରେ ତାଙ୍କୁ ଡକାଯାଇ ନଥିଲା । ଏହି ସୁଯୋଗରେ ଏହାକୁ ରାଜନୈତିକ ରଙ୍ଗ ଦେବା ଲାଗି ଏବଂ ନବୀନଙ୍କୁ ନିନ୍ଦିତ କରିବା ଲାଗି ସେ ଏକ ମାଧ୍ୟମ ବାଛିଲେ । ଦି ଟଲ୍ ମ୍ୟାନ ଉନ୍ମୋଚନ ଉତ୍ସବ ଲାଗି ସମସ୍ତେ ଲାଗିଥିବାବେଳେ ବୈଜୟନ୍ତ ପୁରୀ ଯାଇ ସ୍ୱର୍ଗଦ୍ୱାରରେ ବିଜୁବାବୁଙ୍କ ସମାଧି ପାଖରେ ବସି କାନ୍ଦିଥିବା ଦେଖିବାକୁ ମିଳିଥିଲା । ତେବେ ପୂର୍ବରୁ ଜୟ ସମାଧି ପଲିଟିକ୍ସ ନବୀନଙ୍କୁ ନିନ୍ଧିତ କରିବାକୁ ଥିବାବେଳେ,ଏବେ ସେଇ ସମାଧି ପଲିଟିକ୍ସ ତାଙ୍କୁ ସମାୋଲଚିତ କରିଛି ।

ONA

Leave a Reply

Top