You are here
Home > ବଡ଼ଖବର > ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଜାଭେରୀ ଶପଥ ନେଲେ

ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଜାଭେରୀ ଶପଥ ନେଲେ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ କଳ୍ପେସ ସତ୍ୟେନ୍ଦ୍ର ଜାଭେରୀ ଆଜି ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ମୁଖ୍ୟ ବିଚାରପତିଙ୍କୁ ଶପଥପାଠ କରାଇଛନ୍ତି । ହାଇକୋର୍ଟ ପରିସରରେ ଏହି ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ହାଇକୋର୍ଟର ସମସ୍ତ ବିଚାରପତି ଓ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ । ଜଷ୍ଟିସ ଜାଭେରୀ ରାଜସ୍ଥାନ ହାଇକୋର୍ଟର ବିଚାରପତି ଥିଲେ । ପୂର୍ବରୁ ସେ ଗୁଜୁରାଟ ହାଇକୋର୍ଟର ବିଚାରପତି ଥିଲେ ।

ONA

Leave a Reply

Top