You are here
Home > ଅଧିକ ଖବର > ଜଗତସିଂହପୁରରେ ପୁଣି ନାବାଳିକା ଗଣଦୁଷ୍କର୍ମ: ପଢିବାକୁ ଗଲାବେଳେ ବାଟରୁ ଟେକିନେଲେ

ଜଗତସିଂହପୁରରେ ପୁଣି ନାବାଳିକା ଗଣଦୁଷ୍କର୍ମ: ପଢିବାକୁ ଗଲାବେଳେ ବାଟରୁ ଟେକିନେଲେ

ଜଗତସିଂହପୁର: ଦୁଇଦିନ ପରେ ପୁଣି ଜଗତସିଂହପୁରରେ ଘଟିଛି ନାବାଳିକା ଗଣଦୁଷ୍କର୍ମ । ଟିୟୁସନ ପଢିବାକୁ ଗଲାବେଳେ ନବମ ଶ୍ରେଣୀର ନାବାଳିକାକୁ ରାସ୍ତାରୁ ଟେକିନେଇ ଗଣଦୁଷ୍କର୍ମ କଲେ ଦୁର୍ବୁର୍ତ୍ତମାନେ । ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁର ଫାଣ୍ଡି ଅଞ୍ଚଳରେ ଏହି ଲଜ୍ଜାଜନକ ଗଣଦୁଷ୍କର୍ମ ଘଟିଛି । ଏହି ଘଟଣା ଜଗତସିଂହପୁର ସମେତ ସାରା ରାଜ୍ୟକୁ ଚକିତ କରିଦେଇଛି । କାରଣ ୨ଦିନ ପୂର୍ବରୁ ଜରେ ୫ବର୍ଷର ଶିଶୁକନ୍ୟା ଗଣଦୁଷ୍କର୍ମର ଶିକାର ହୋଇଥିଲା ।

ଗତକାଲି ଜଣେ ୧୪ ବର୍ଷର ନାବାଳିକା ଟିୟୁସନ ଯିବା ବେଳେ ୩ଜଣ ଯୁବକ ତାଙ୍କୁ ବାଟ ଓଗାଳିଥିଲେ । ଯୁବତୀଟି କିଛି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ହିଁ ଟେକିନେଲେ ଏହି ୩ଜଣ ଦୁର୍ବୃତ୍ତ । କୋମଳମତି ଝିଅଟିକୁ ଏକୁଟିଆ ପାଇ ଗାଁ ନିକଟରେ ଥିବା ବାଉଁଶ ବୁଦା ମଧ୍ୟରେ ଜଣ ଜଣ କରି ୩ ଜଣ ଯୁବକ ଦୁଷ୍କର୍ମ କରିଚାଲିଥିଲେ । ପୀଡ଼ିତା ଜଣକ ଧର୍ଷିତା ହେବା ପରେ ବାଉଁଶବୁଦାରୁ କାଇଦାକରି ଖସି ଆସିଥିଲା । ଘରେ ସମସ୍ତ ଘଟଣା କାନ୍ଦି କାନ୍ଦି କହିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣା ସମ୍ପର୍କରେ ଜାଣି ୩ ଜଣ ଯୁବକଙ୍କୁ ଥାନାରେ ଅଟକ ରଖିଛି । ତେବେ ଏହି ତିନିଜଣ ଦୁଷ୍କର୍ମକାରୀଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ଜଣାପଡ଼ିଛି ।

ଏଠାରେ ସୂଚନାଯୋଗ୍ୟ ଯେ,ଜଗତସିଂହପୁର ଜିଲ୍ଲାରେ ଏଇ ୨ଦିନ ପୂର୍ବରୁ ମାତ୍ର ୫ବର୍ଷର ଶିଶୁକନ୍ୟାକୁ ୨ଜଣ ନାବାଳକ ଗଣଦୁଷ୍କର୍ମ କରିଥିଲେ । ପିଲାଟି ସ୍କୁଲରୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା । ତେବେ ଓଡ଼ିଶା ସମେତ ସାରା ଦେଶର ବିଭିନ୍ନ ସ୍ଥାନରେ ଏପରି ନାବାଳିକାଙ୍କ ଉପରେ ହେଉଥିବା ଅତ୍ୟାଚାର ହ୍ରାସ ପାଇବା ପରିବର୍ତ୍ତେ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି । ଏପରି ଅପରାଧର ମାତ୍ରାଧିକ ବୃଦ୍ଧି ପ୍ରଶାସନ, ପୋଲିସ ତଥା ବୁଦ୍ଧିଜୀବୀ ମହଲରେ ଏକ ଚିନ୍ତାର ବିଷୟ ପାଲଟିଛି ।

ONA

Leave a Reply

Top