You are here
Home > ଲାଟେଷ୍ଟ > ମହାପ୍ରଭୁ ଆଜି ମଧ୍ୟ ଓପାସରେ: ପୋତାଗଲା ଅମୁଣିହା ଭୋଗ

ମହାପ୍ରଭୁ ଆଜି ମଧ୍ୟ ଓପାସରେ: ପୋତାଗଲା ଅମୁଣିହା ଭୋଗ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଏବେ ମଧ୍ୟ ଅବ୍ୟବସ୍ଥା ଓ ନୀତି ବିଭ୍ରାଟ ଲାଗି ରହିଛି । ମହାପ୍ରଭୁ ଗୋଟିଏ ଦିନ ଓପାସରେ ରହିବା ପରେ ଆଜି ମଧ୍ୟ ରହିଛନ୍ତି ଉପାସରେ । ଦିନ ଗୋଟାଏ ସୁଦ୍ଧା ମହାପ୍ରଭୁଙ୍କ ମହାପ୍ରସାଦ ପ୍ରସ୍ତୁତି ଆରମ୍ଭ ହୋଇପାରିନାହିଁ । ଗତ ରାତିରେ ମହାପ୍ରଭୁଙ୍କ ପହୁଡ଼ ପଡ଼ିନଥିଲା ।

ରୋଷଘରେ ଏବେ ମଧ୍ୟ ଅମୁଣିହା ଭୋଗ ରହିଯାଇଥିବାରୁ ରୋଷଘର ହୋମ ଓ ପୂଜା ଆରମ୍ଭ ହୋଇପାରିନାହିଁ । ସୁଆରମାନେ ସେମାନଙ୍କ ଦାବିରୁ ଓହରୁନାହାନ୍ତି । ୫୦ ଲକ୍ଷଟଙ୍କା କ୍ଷତିପୂରଣ ଦାବି କଲେ ସୁଆର । ସୁଆର ଓ ମହାସୁଆରମାନେ ଏନେଇ ଧାରଣାରେ ବସିଛନ୍ତି ।

ସେପଟେ ବିଧାନସଭାରେ ଶ୍ରୀମନ୍ଦିରରେ ନୀତି ବିଭ୍ରାଟକୁ ନେଇ ହୋ ହଲ୍ଲା ହୋଇଛି । ବାଚସ୍ପତି ଏହି ସମସ୍ୟାକୁ ଦୂର କରିବାକୁ ଏକ ସର୍ବଦଳୀୟ ବୈଠକ ଡ଼କାଇଛନ୍ତି । କଥାହେଲା ୧୦ ତାରିଖ ଦିନ ହାଇକୋର୍ଟ ୧୬ ତାରିଖ ଦିନ ଜଗମୋହନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ଜଗମୋହନ ଠିକ୍ ସମୟରେ ଖୋଲାଯାଇଥିଲେ ମଧ୍ୟ ପାଳିଆ ସେବକ ଭିତରକୁ ଯିବାକୁ ନିର୍ଦ୍ଦେଶ ଦେଇଥିଲେ । ତେଣୁ ସୁଆର ଓ ମହାସୁଆର ସେବକମାନେ ଅସନ୍ତୁଷ୍ଟ ରହିଥିଲେ । ଏନେଇ ନୀତିକାନ୍ତିରେ ବିଭ୍ରାଟ ଆରମ୍ଭ ହୋଇଯାଇଛି ।

ଏପର୍ଯ୍ୟନ୍ତ ରୋଷଘର ପ୍ରସ୍ତୁତି ହୋଇପାରିନାହିଁ । ମହାପ୍ରଭୁଙ୍କ ମହାପ୍ରସାଦ ହଜାର ହଜାର ଭକ୍ତ ମଧ୍ୟ ପାଇ ପାରିନାହିଁ । କୋଇଲି ବୈକୁଣ୍ଠରେ ଗତକାଲିର ଅମୁଣିହାକୁ ପୋତାଯାଇଛି । ତେବେ ସରକାର ଏହି ପରିସ୍ଥିତିର ମୁକାବିଲା ଲାଗି ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ଆଲୋଚନା ହେଉଛି ।

ONA

Leave a Reply

Top