You are here
Home > ବଡ଼ଖବର > ଜାଗା ମିଶନ: ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଆବଂଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଜାଗା ମିଶନ: ବସ୍ତିବାସିନ୍ଦାଙ୍କୁ ଜମିପଟ୍ଟା ଆବଂଟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ସଚିବାଳୟଠାରେ ଜାଗା ମିଶନ କାର୍ଯ୍ୟକ୍ରମ ସମୀକ୍ଷା କରି ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହିତ ବସ୍ତିରେ ରହୁଥିବା ପରିବାରଗୁଡ଼ିକୁ ସୁଲଭ ବାସଗୃହ, ପାଇପ ପାଣିର ସୁବିଧା, ଏଲ୍ଇଡି ଷ୍ଟ୍ରିଟ୍ ଲାଇଟ ଓ ଅନ୍ୟାନ୍ୟ ଭିତିଭୂମି ସୁବିଧା ଯୋଗାଇ ଦେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜଗା ମିଶନ (କ୍ଟୟସଗ୍ଦଷବ ଖସଙ୍ଖରବଭକ୍ଷର ଐବଭସଗ୍ଧବଗ୍ଧ ଗସଗ୍ଦଗ୍ଦସକ୍ଟଦ୍ଭ) କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ମୁନିସିପାଲଟି ଓ ଏନ୍ଏସି ଅଞ୍ଚଳରେ ଥିବା ୧୯୨୨ଟି ବସ୍ତିର ୧ ଲକ୍ଷ ୮୬ ହଜାର ପରିବାରକୁ ଜମିପଟ୍ଟା ଯୋଗାଇ ଦେବାପାଇଁ ଲକ୍ଷ୍ୟ ରଖାଯାଇଛି ।
ବୈଠକରୁ ଜଣାଯାଇଛି ଯେ ଗତବର୍ଷ ଅକ୍ଟୋବର ମାସରେ ମୁନିସିପାଲଟି ଓ ଏନ୍ଏସି ଅଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାମାନଙ୍କୁ ଜମି ଅଧିକାର ଯୋଗାଇ ଦେବାପାଇଁ ଆଇିନ ପ୍ରଣୟନ କରାଯାଇଥିଲା । ଚଳିତବର୍ଷ ମାର୍ଚ୍ଚ ମାସରେ ଏହି କାର୍ଯ୍ୟକ୍ରମକୁ ବୈଷୟିକ ସହାୟତା ଯୋଗାଇ ଦେବାପାଇଁ ଟାଟା ଟ୍ରଷ୍ଟ ସହିତ ବୁଝାମଣ ପତ୍ର ସ୍ୱାକ୍ଷରିତ ହୋଇଥିଲା । ମଇ ୭ ତାରିଖରେ ଜାଗା ମିଶନର ପାଇଲଟ ପ୍ରକଳ୍ପ ଭାବରେ ୯ଟି ପୌରସଂସ୍ଥାର ୪୬ଟି ବସ୍ତିରେ ୨୦୦୦ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ପଟ୍ଟା ଆବଣ୍ଟନ କରିଥିଲେ । ବର୍ତମାନ ବିଭିନ୍ନ ବସ୍ତି ଅଞ୍ଚଳରେ ପାନୀୟଜଳ ଓ ଅନ୍ୟାନ୍ୟ ସୁବିଧା ପାଇଁ ୪୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି ।
ବର୍ତମାନ ସମସ୍ତ ବସ୍ତି ଅଞ୍ଚଳରେ ଏଥିପାଇଁ ସର୍ଭେ ପ୍ରକ୍ରିୟା ଜାରି ରହିଛି । ୩ଟି ବୈଷୟିକ ସଂସ୍ଥା ସହାୟତାରେ ୯୯ଟି ପୌରସଂସ୍ଥା ଅଞ୍ଚଳରେ ଡ୍ରୋନ୍ ସର୍ଭେ ସମ୍ପୂର୍ଣ୍ଣ ହୋଇଛି । ସରକାରୀ ଅଧିକାରୀମାନଙ୍କ ସହ ୨୬ଟି ଅଣସରକାରୀ ସଂସ୍ଥା ମଧ୍ୟ ଏହି କାର୍ଯ୍ୟ ପାଇଁ ନିୟୋଜିତ ହୋଇଛନ୍ତି । ଚଳିତ ମାସ ଅଗଷ୍ଟ ୩୧ ସୁଦ୍ଧା ସର୍ଭେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ବୈଠକରେ ସୂଚନା ଦିଆଯାଇଥିଲା । ସମସ୍ତି ୧୦୯ଟି ମୁନିସିପାଲଟି ଓ ଏନ୍ଏସି ପାଇଁ ବସ୍ତି ଥଇଥାନ (ଟକ୍ସଭବଦ୍ଭ ଇକ୍ସରବ ଝକ୍ଷଙ୍କଜ୍ଞ ଜରଷବଭସକ୍ଷସଗ୍ଧବଗ୍ଧସକ୍ଟଦ୍ଭ ଌ ଜରୟରଙ୍ଖରକ୍ଷକ୍ଟକ୍ଟ୍ରଜ୍ଞରଦ୍ଭଗ୍ଧଗ୍ଧ ଉକ୍ଟଜ୍ଞଜ୍ଞସଗ୍ଧଗ୍ଧରର) ଓ ପୁର୍ନବିକାଶ କମିଟି ଗଠିତ ହୋଇସାରିଛି । ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ରାଜସ୍ୱ ବିଭାଗ ପ୍ରମୁଖ ସଚିବ, ଗୃହ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉପସ୍ଥିତ ଥିଲେ ।

ONA

Leave a Reply

Top