You are here
Home > Uncategorized > ବାହୁଡିବେ ଜଗା କାଳିଆ : ୨ ମାସ ଭିତରେ ଦିଲ୍ଲୀ ଏମ୍‌ସରୁ ସୁସ୍ଥ ହୋଇ ଓଡ଼ିଶା ଆସିବେ ଦୁଇ ଭାଇ

ବାହୁଡିବେ ଜଗା କାଳିଆ : ୨ ମାସ ଭିତରେ ଦିଲ୍ଲୀ ଏମ୍‌ସରୁ ସୁସ୍ଥ ହୋଇ ଓଡ଼ିଶା ଆସିବେ ଦୁଇ ଭାଇ

ଭୁବନେଶ୍ୱର : ସଂପୂର୍ଣ୍ଣ ସୁସ୍ଥ ହେଲେଣି ଜଗା କାଳିଆ ଜଗା ଭଳି କାଳିଆ ବି ସାଧାରଣ ଭାବେ ଖାଇବା ଆରମ୍ଭ କଲାଣି ତା ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ଆସିଲାଣି ତେଣୁ ଆଉ ମାସେ କିମ୍ବା ୨ମାସ ମଧ୍ୟରେ ଉଭୟ ଶିଶୁ ଦିଲ୍ଲୀ ଏମ୍ସରୁ ଓଡ଼ିଶା ଆସିବେ ବୋଲି ଆଶା କରାଯାଉଛି ….

ଜଗା ହସୁଛି, ବୁଲୁଛି, ଖେଳୁଛି । ଆଉ ଏବେ କାଳିଆ ବି ହସିଲାଣି ।ଡେରି ପଛେ ହେଉ ଜଗା ଭଳି କାଳିଆ ବି ଏବେ ସାଧାରଣ ଭାବେ ଖାଇବା ଆରମ୍ଭ କରିଛି।  ତା ନାକରୁ ଖାଦ୍ୟ ନଳୀ ବାହାର କରିଦିଆଯାଇଛି।  ଏମସ ନ୍ୟୁରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ଦୀପକ ଗୁପ୍ତା କହିଛନ୍ତି ଜଗା କଥା କହିବା ଆରମ୍ଭ କରିଛି।  ସେପଟେ କାଳିଆର ସ୍ବସ୍ଥ୍ୟରେ ବହୁତ ଉନ୍ନତି ଆସିଛି। ତେଣୁ ଦୁଇ ଶିଶୁଙ୍କ ସ୍ବାସ୍ଥ୍ୟରେ ଦ୍ରୁତ ଉନ୍ନତି ଆସିଛି । ଖୁବ୍‌ ଶିଘ୍ର ଜଗା ଭଳି କାଳିଆ ବି ହସିବ ଓ ଖେଳିବା ଆରମ୍ଭ କରିବ ।ଏମିତି ହେଲେ ଦୁଇ ଭାଇଙ୍କୁ ଆସନ୍ତା ମାସେ କିମ୍ବା ମାସ ଭିତରେ ଦିଲ୍ଲୀ ଏମ୍ସରୁ ଓଡ଼ିଶା ପଠାଯିବ ବୋଲି ଏମ୍ସ ଯୋଜନା କରିଛି ।

ଗତ କିଛି ଦିନ ତଳେ ଏମସରୁ ଦୁଇ ଭାଇଙ୍କର ଏକ ଭିଡିଓ ଆସିଥିଲା । ଯେଉଁଥିରେ କାଳିଆ ଶୋଇ ରହିଥିବା ବେଳେ ଜଗା ତାର ହାତ ଧରି ଖେଳୁଥିବା ବେଳେ ସେମାନଙ୍କୁ ତେଲ ମାଲିସ କରାଯାଉଥିଲା । ଆଉ ଦୁଇ ଭାଇ ବେଶ ଖୁସି ଜଣାପଡୁଥିଲେ । ସେତେବେଳେ ହିଁ ଲାଗୁଥିଲା ଦୁଇ ଭାଇ ପୁରା ଫିଟ୍‌ ହୋଇଯିବେ । ଆଉ ଏବେ ସେମାନେ ସଂପୂର୍ଣ୍ଣ ସୁସ୍ଥ ହୋଇ ଆସୁଥିବା ଖବର ଆସିଛି ।

୨୦୧୭ ଜୁଲାଇ ୧୩ ରେ ଦୀଲ୍ଲି ଏମ୍ସରେ ପହଞ୍ଚିଥିଲେ ଯୋଡା ମୁଣ୍ଡ ଶିଶୁ ଜଗା କାଳିଆ। ଡାକ୍ତର ଅଶୋକ ମହାପାତ୍ରଙ୍କ ନେତୃତ୍ବରେ ୧୨ ବିଭାଗର ୪୦ ଜଣ ବିଶେଷଜ୍ଞ ଡାକ୍ତର ଅଗଷ୍ଟ ୨୮ରେ ଦୁଇ ଭାଇଙ୍କ ମୁଣ୍ଡରେ ପ୍ରଥମ ପର୍ଯ୍ୟାୟ ଅସ୍ତ୍ରୋପଚାର କରିଥିଲେ।  ଅକ୍ଟୋବର ୨୫ରେ ହୋଇଥିଲା ଦ୍ବିତୀୟ ପର୍ଯ୍ୟାୟ ଅସ୍ତ୍ରପ୍ରଚାର। ୨୫ରୁ ୨୭ ଘଣ୍ଟା ଅପରେସନ୍ ପରେ ଦୁଇ ଭାଇଙ୍କୁ ଅଲଗା କରାଯାଇଥିଲା । ଆଉ ଜଗା କାଳିଆ ପାଇଥିଲେ ନୂଆ ଜୀବନ । ଏହା ପରଠାରୁ ଏମସ ଡାକ୍ତର ଓ ନର୍ସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅଛନ୍ତି ଦୁଇ ଶିଶୁ । ବିରଳରୁ ବିରଳ ତମ ଏହି ଅସ୍ତ୍ରୋପ୍ରଚାର ଭାରତୀୟ ମେଡିକାଲ୍‌ ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଦୁଇ ପୁଅଙ୍କୁ କୋଳରେ ନେଇ ବାପାମା ଙ୍କ ଚିନ୍ତା ବି ଦୂର ହୋଇଛି।

ONA

Leave a Reply

Top