You are here
Home > Breaking News > ଲୌହଦାନବ ନେଲା ୧୧୪ ଜୀବନ : କାନପୁରରେ ପାଟନା-ଇନ୍ଦୋର ଏକ୍ସପ୍ରେସ ଲାଇନଚ୍ୟୁତ୍

ଲୌହଦାନବ ନେଲା ୧୧୪ ଜୀବନ : କାନପୁରରେ ପାଟନା-ଇନ୍ଦୋର ଏକ୍ସପ୍ରେସ ଲାଇନଚ୍ୟୁତ୍

ମୃତକଙ୍କ ପରିବାରକୁ ସାଢେ ୧୨ଲକ୍ଷ ସହାୟତା ଘୋଷଣା
ଉଦ୍ଧାର କାର୍ଯ୍ୟରେ ଲୋଡାଗଲା ସେନାର ସହାୟତା
ଶତାଧିକ ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ 

କାନପୁର :ପୁଣି ଲୌହଦାନବ ନେଇଛି ଜୀବନ। ଉତ୍ତରପ୍ରଦେଶର କାନପୁରରେ ଭୟାବହ ଟ୍ରେନ ଦୁର୍ଘଟଣା ପାଟନାଇନ୍ଦୋର ଏକ୍ସପ୍ରେସ ଦୁର୍ଘଟଣାଗସ୍ତ ହୋଇଛି କାନପୁର ପୁଖୁରାୟାନଠାରେ ପାଟନାଇନ୍ଦୋର ଏକ୍ସପ୍ରେସର ୧୪ଟି ବଗି ଲାଇନଚ୍ୟୁତ ହୋଇଯାଇଛି ଦୁର୍ଘଟଣାରେ ୧୧୪ଜଣଙ୍କ ମୃତ୍ୟୁ ହୋଇଛି ଶତାଧିକ ଆହତ ହୋଇଛନ୍ତି ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଥିବାରୁ  ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା ରହିଛି   ଦୁର୍ଘଟଣା ଏମିତି ଭୟଙ୍କର ଥିଲା ଯେ ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଥିଲା। ରେଳ ବିଭାଗର ବରିଷ୍ଠ ଅଧିକାରୀ,  ରେସ୍କ୍ୟୁ ଟିମ୍ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ଡେରା ପକାଇଥିଲେ। ଆହତଙ୍କୁ ଆଖପାଖ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିଲେ ମଧ୍ୟ ଟ୍ରାକ୍ ରେ ଫାଟ ଯୋଗୁଁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ଦୁର୍ଘଟଣାରେ ଏସ୍କୋଚ୍ ସବୁଠାରୁ ଅଧିକ କ୍ଷତିଗସ୍ତ ହୋଇଛି ଆଜି ଭୋର ୩ଟାରେ ଏହି ଦୁର୍ଘଟଣା ଘଟିଥିଲା ଘଟଣାର ତଦନ୍ତ ପାଇଁ ରେଳଓ୍ବେ ସେଫଟି କମିଶନରଙ୍କୁ ନିର୍ଦେଶ ଦେଇଛନ୍ତି ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ଭୋର ୩ଟାରେ ଘଟିଥିଲା ଦୁର୍ଘଟଣା ଯାତ୍ରୀ ଯିଏ ଯୁଆଡେ ଶୋଇ ଯାଇଥିଲେ ହଠାତ୍ ବିସ୍ଫୋରଣ ଶବ୍ଦ ଶୁଣି ସମସ୍ତେ ତଟସ୍ତ ହୋଇପଡିଥିଲେ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଉତ୍ତରପ୍ରଦେଶ ମୁଖ୍ଯମନ୍ତ୍ରୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ରେଳ ମନ୍ତ୍ରୀ ମୃତକଙ୍କ ପରିବାରଙ୍କୁ ସହାୟତାର ହାତ ବଢାଇଛନ୍ତି  ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ମୃତକଙ୍କ ପରିବାର ପାଇବେ ୧୨ ଲକ୍ଷ ୫୦ ହଜାର ଟଙ୍କାର  ସହାୟତା ରାଶି ମୃତକଙ୍କ ପରିବାରଙ୍କୁ ଲକ୍ଷ ୫୦ ହଜାର ଟଙ୍କା ଗୁରୁତରଙ୍କୁ ୫୦ ହଜାର ଟଙ୍କା,   ସାମାନ୍ୟ ଆହତହୋଇଥିବା ଯାତ୍ରୀମାନଙ୍କୁ ୨୫ ହଜାର ଟଙ୍କା ସହାୟତା ରାଶି ଦେବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି।  ଉତ୍ତରପ୍ରଦେଶ ମୁଖ୍ୟ ମନ୍ତ୍ରୀ ଅଖିଳେଶ ଯାଦବ ମୃତକଙ୍କ ପରିବାରଙ୍କୁ ଲକ୍ଷ ଟଙ୍କା  ଓ ଗୁରୁତର ଆହତମାନଙ୍କ ପାଇଁ  ୫୦ ହଜାର ଟଙ୍କା  ସହାୟତା ରାଶି ଘୋଷଣା କରିଛନ୍ତି ମୃତକଙ୍କ ପରିବାରଙ୍କୁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ଲକ୍ଷ ଅନୁକମ୍ପାମୁଳକ ରାଶି ସହାୟତା ଦେବାକୁ ଘୋଷଣା କରିଛନ୍ତି   ଗୁରୁତର ଆହତମାନଙ୍କ ପାଇଁ ଘୋଷଣା କରିଛନ୍ତି ୫୦ ହଜାର ଟଙ୍କା ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମୃତକମାନଙ୍କ ପରିବାର ପାଇଁ ଲକ୍ଷ ଟଙ୍କା ଗୁରୁତର ଆହତମାନଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ରାଶି ସେ ଘୋଷଣା କରିଛନ୍ତି

ONA

Leave a Reply

Top