You are here
Home > ଲାଟେଷ୍ଟ > ରେଳ ଦୁର୍ଘଟଣା: ୧୨ ସପ୍ତାହରେ ୪ ଦୁର୍ଘଟଣା, ୩୦୦ଙ୍କ ଜୀବନ ଯାଇଛି

ରେଳ ଦୁର୍ଘଟଣା: ୧୨ ସପ୍ତାହରେ ୪ ଦୁର୍ଘଟଣା, ୩୦୦ଙ୍କ ଜୀବନ ଯାଇଛି

ଭୁବନେଶ୍ୱର: ହୀରାଖଣ୍ଡ ଏକ୍ସପ୍ରେସ ଦୁର୍ଘଟଣାରେ ବହୁ ଯାତ୍ରୀଙ୍କ ମୃତାହତ ଘଟଣା ବିଭିନ୍ନ ମହଲକୁ ଆନେ୍ଦାଳିତ କରିଛି । ରାଜ୍ୟରେ ବାରମ୍ବାର ରେଳ ଦୁର୍ଘଟଣାରେ ବହୁ ଜୀବନ ଯାଉଛି । ଏ ଦିଗରେ ରେଳମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟିଦେବାକୁ ବିଜେଡ଼ି ଦାବି କରିଛି । ଉଲ୍ଳେଖଯୋଗ୍ୟ ଯେ ହୀରାଖଣ୍ଡ ରେଳ ଦୁର୍ଘଟଣାରେ ୪୩ଜଣଙ୍କ ମୃତୁ୍ୟ ଘଟିବା ସହିତ ୫୦ରୁ ଊଦ୍ଧ୍ୱର୍ ବିଭିନ୍ନ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ମୃତକଙ୍କ ପରିବାର ଓ ଆହତଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁକମ୍ପା ରାଶି ଘୋଷଣା ହୋଇଛି । ମାତ୍ର ଓଡ଼ିଶାରେ ଘନ ଘନ ଦୁର୍ଘଟଣା ଘଟିବା ଏବଂ ଏଥିରେ ବହୁ ସଂଖ୍ୟାରେ ଯାତ୍ରୀ ମୃତାହତ ହେବା ଘଟଣା ସତ୍ତ୍ୱେ ରେଳ ମନ୍ତ୍ରାଳୟ ଯାତ୍ରୀ ସୁରକ୍ଷା ପ୍ରତି ଗୁରୁତ୍ୱ ଦେଉ ନଥିବା ବିଜେଡ଼ି ଅଭିଯୋଗ କରିଛି । ବିଜୁ ଜନତା ଦଳର ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଯେ ରେଳ ବିଭାଗ ନବୀକରଣ ପ୍ରକ୍ରିୟା ଚାଲୁରଖିଛି, ମାତ୍ର ଯାତ୍ରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ । ବିଗତ ୧୨ ସପ୍ତାହ ମଧ୍ୟରେ ୪ଟି ବଡ଼ ଦୁର୍ଘଟଣା ଘଟିସାରିଛି । ଯେଉଁଥିରେ ପ୍ରାୟ ୩୦୦ରୁ ଊଦ୍ଧ୍ୱର୍ ଯାତ୍ରୀ ପ୍ରାଣ ହରାଇଲେଣି । ଏଭଳି ସ୍ଥଳେ ବୁଲେଟ ଟ୍ରେନ ପ୍ରଚଳନ, ନୂଆ ଫ୍ରେଟ କରିଡର ଏବଂ ରେଲୱେ ନବୀକରଣ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସନ୍ତା ବଜେଟରେ ରେଳଯାତ୍ରା ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି । କନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭୁ ଏଥିପ୍ରତି ଧ୍ୟାନ ଦେବାକୁ ସେ ଦାବି କରିଛନ୍ତି । ଅନୁରୂପ ଭାବେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଯାତ୍ରୀଙ୍କୁ କେବଳ ସହାନୁଭୂତି ଦେଖାଇ ଅନୁକମ୍ପା ରାଶି ଦେଇ କେନ୍ଦ୍ର ଚୁପ ରହିଯାଉଛି ବୋଲି ଅଭିଯୋଗ କରିବା ସହିତ ରାଜ୍ୟରେ ରେଳ ବିକାଶ ଓ ଯାତ୍ରୀ ସୁରକ୍ଷା ପ୍ରତି କେନ୍ଦ୍ର ସରକାରଙ୍କ ଆନ୍ତରିକତା ନାହିଁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ବିଜେପି ବରିଷ୍ଠ ନେତା ସୁରେଶ ପୁଜାରୀ କହିଛନ୍ତି ସେ ସବୁ କଥାରେ କେନ୍ଦ୍ରର ତ୍ରୁଟି ଦେଖିଲେ ଚଳିବ ନାହିଁ । ରେଳ ମନ୍ତ୍ରାଳୟ ଆଧୁନିକୀକରଣ ଓ ଯାତ୍ରୀ ସୁରକ୍ଷା ଦିଗ ପ୍ରତି ଯଥେଷ୍ଟ ଗୁରୁତ୍ୱ ଦେଉଛନ୍ତି । ସବୁ କଥାରେ କେନ୍ଦ୍ରର ତ୍ରୁଟି ଦେଖିବା ବନ୍ଦ କଲେ ରେଳ ମନ୍ତ୍ରାଳୟ ଦ୍ୱାରା ନିଆଯାଉଥିବା ପଦକ୍ଷେପ ଦ୍ୱାରା ଜନସାଧାରଣ ଉପକୃତ ହେବେ ବୋଲି ସେ କହିଛନ୍ତି ।

ONA

Leave a Reply

Top