You are here
Home > ଲାଟେଷ୍ଟ > ବିବାହ କଲେ ବୀରେନ୍ଦ୍ର

ବିବାହ କଲେ ବୀରେନ୍ଦ୍ର

ଝାରସୁଗୁଡା: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଲିମ୍ପିଆନ ତଥା ଓଡ଼ିଶା ହକି ତାରକା ବୀରେନ୍ଦ୍ର ଲାକ୍ରା । ତାଙ୍କ ଜୀବନ ସାଥୀ ହୋଇଛନ୍ତି ଝାରସୁଗୁଡା ଜିଲ୍ଲା ଅମଲିପାଲି ପୋଲିସ କଲୋନୀର ରସ୍ମିତା କେର୍କେଟା । ଝାରସୁଗୁଡାରେ ଏକ ଚର୍ଚ୍ଚରେ ବର୍ଣ୍ଣାଢ଼୍ୟ ପରିବେଶରେ ଉଭୟଙ୍କ ବାହାଘର ସମ୍ପର୍ଣ୍ଣ ହୋଇଛି । ଏଥିରେ ଭାରତୀୟ ହକି ଟିମର ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ଅନ୍ୟାନ୍ୟ ହକି ତାରକା ଯୋଗ ଦେଇଥିଲେ । ବୀରେନ୍ଦ୍ରଙ୍କ ଘର ସୁନ୍ଦରଗଡ ଜିଲ୍ଲା ଗୁରୁଣ୍ଡିଆ ବ୍ଲକ ଲଛଡା ଗାଁରେ । ହକି ପରିବାରରୁ ଆସିଥିବା ବୀରେନ୍ଦ୍ର ୧୯୯୦ ଫେବୃଆରୀ ୩ ରେ ଝାଡଖଣ୍ଡର ସିମଡେଗା ଜିଲ୍ଲାରେ  ଜନ୍ମଗ୍ରହଣ କରିଥିଲେ । ସେ ଜଣେ ପେଶାଦାର ହକି ଖେଳାଳି ଭାବେ ଟିମ ଇଣ୍ଡିଆ ପାଇଁ ଖେଳିଛନ୍ତି । ବୀରେନ୍ଦ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ଭାରତୀୟ ଦଳର ସଦସ୍ୟ ଥିଲେ । ବୀରେନ୍ଦ୍ରଙ୍କ ବଡ ଭାଇ ବିମଳ ଜଣେ ମିଡଫିଲ୍ଡର ଓ ଭଉଣୀ ଅଶୁନ୍ତା ଲାକ୍ରା ମଧ୍ୟ ଭାରତୀୟ ମହିଳା ଦଳରେ ଖେଳିବା ସହ ଅଧିନାୟିକା ଭାବେ ଗୁରୁ ଦାୟିତ୍ୱ ତୁଲାଇଛନ୍ତି । ବୀରେନ୍ଦ୍ର ହକି ଇଣ୍ଡିଆ ଲିଗ୍ରେ ରାଞ୍ଚି ରେଜ୍ ପକ୍ଷରୁ ଖେଳୁଛନ୍ତି । ୨୦୧୫ରେ ରାୟପୁରରେ ଆୟୋଜିତ ହକି ବିଶ୍ୱଲିଗ୍ରେ ବ୍ରୋଞ୍ଜ ବିଜୟୀ ଭାରତୀ ଦଳର ସମସ୍ୟ ଥିଲେ ବୀରେନ୍ଦ୍ର । ସେହିପରି ୨୦୧୪ ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ, ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ରୌପ୍ୟ ଓ ୨୦୧୨ ମାଲେସିଆରେ ଆୟୋଜିତ  ସୁଲତାନ ଆଜଲାନ ଶାହ କପ୍ରେ ବ୍ରୋଞ୍ଜ ପଦକ ହାତେଇ ଥିବା ଭାରତୀୟ ଦଳର  ସଦସ୍ୟ ଥିଲେ ବୀରେନ୍ଦ୍ର ।

ONA

Leave a Reply

Top