You are here
Home > ଲାଟେଷ୍ଟ > ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଜ୍ୟପାଳ ଶାସନ

ଜାମ୍ମୁ ଓ କାଶ୍ମୀରରେ ଲାଗୁ ହେଲା ରାଜ୍ୟପାଳ ଶାସନ

ଭୁବନେଶ୍ବର : ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିବା ପରେ ରାଜ୍ୟରେ ଅଷ୍ଟମ ଥର ପାଇଁ ରାଜ୍ୟପାଳ ଶାସନ ଲାଗୁ କରାଯାଇଛି। ଗତକାଲି ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପରେ ମେହବୁବା ମୁଫତି ଇସ୍ତଫା ଦେଇଥିଲେ। ରାଜ୍ୟପାଳ ଶାସନ ଲାଗୁ ହେବା ପରେ ସୁରକ୍ଷା ବାହିନୀ କାର୍ଯ୍ୟ କରିବାରେ ଅଧିକ ସହଜ ହେବ ବୋଲି କହିଥିବା ବେଳେ ସେପଟେ ଜାତିସଂଘରେ ମାନବାଧିକାର ସେଲ୍‌ ଆଜି ତାର ରିପୋର୍ଟ ପ୍ରଦାନ କରିଛି। ……

ଲାଗୁ ହେଲା ରାଜ୍ୟପାଳ ଶାସନ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାକୁ ମଞ୍ଜୁରୀ ଦେବା ପରେ ଆଜିଠାରୁ ରାଜ୍ୟପାଳ ଶାସନ ଲାଗୁ ହୋଇଛି। ଗତକାଲି ସରକାରରୁ ବିଜେପି ସମର୍ଥନ ପ୍ରତ୍ୟାହାର କରିନେବା ସହିତ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଇସ୍ତଫା ଦେଇଥିଲେ। ବର୍ତ୍ତମାନର ପରିସ୍ଥିତିରେ ନୂଆ ମେଣ୍ଟ ଫର୍ମୁଲାର ମଧ୍ୟ ସମ୍ଭାବନା ନାହିଁ । ରାଜ୍ୟରେ ଅଷ୍ଟମ ଥର ପାଇଁ ରାଜ୍ୟପାଳ ଶାସନ ଲାଗୁ ହୋଇଥିବା ବେଳେ ୨୦୦୮ରୁ ଏନଏନ ଭୋରାଙ୍କ କାର୍ଯ୍ୟକାଳ ମଧ୍ୟରେ ୪ ଥର ଲାଗୁ ହେଲାଣି। ଏବେ କେନ୍ଦ୍ର ଗୃହମନ୍ତ୍ରଣାଳୟ ପରିସ୍ଥିତି ଉପରେ ନିୟନ୍ତ୍ରଣ ରଖିବ।

ଜାମ୍ମୁ କାଶ୍ମୀରରେ ଧାରା ୩୫୬ରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇନଥାଏ, ବରଂ ଧାରା ୩୭୦ ସେକ୍ସନ ୯୨ ଅନୁସାରେ ରାଜ୍ୟପାଳ ଶାସନ ଲାଗୁ ହୋଇଥାଏ। ବେଳକାଳ ଦେଖି ବିଜେପି ସରକାରରୁ ସମର୍ଥନ ପ୍ରତ୍ୟାହାର କରିଛି ।  ଯେମିତିକି ମାସ କାଳ ରାଜ୍ୟପାଳ ଶାସନ ଲାଗୁ ହେବ ଏବଂ ପରେ ପରେ  ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ ହେବ । ସେହି ସମୟରେ ପାର୍ଲାମେଣ୍ଟର ଶୀତ ଅଧିବେଶନ ଶେଷ ହୋଇଯାଇଥିବ ତେଣୁ ସଂସଦର ଅନୁମତି ନେବାକୁ ବି ପଡ଼ିବନି। ଏହାଦ୍ବାରା ବିଜେପି ତାର କାଶ୍ମୀର ନୀତିକୁ ନେଇ ନୂଆ ଅଙ୍କ କଷିଛି। ଯାହାକୁ ବିରୋଧୀ ବି ଠିକ୍‌ ବାରିନେଇଛନ୍ତି।

ସେପଟେ ଜାତିସଂଘର ମାନବାଧିକାର କମିଶନର ଜୈଦ ରାଡ ଅଲ ହୁସେନ ଆଜି ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ଯେଉଁଥିରେ ଜାମ୍ମୁ ଓ କାଶ୍ମୀରରେ ତୁରନ୍ତ କିଛି କରିବା ଲାଗି ଅନୁରୋଧ କରିଛନ୍ତି। କାଶ୍ମୀରର ସ୍ଥିତି ତଦାରଖ କରିବାକୁ ତାଙ୍କୁ ସୁଯୋଗ ଦିଆଯାଇନଥିବାରୁ ଏକ କମିଟି ଗଠନ କରିବା ପାଇଁ ସେ ଦାବି କରିଛନ୍ତି। ଏ ହେଉଛି ସେହି ରିପୋର୍ଟ ଯେଉଁଥିରେ ସେ ସିରିଆ ସହିତ ବିଶ୍ବର କିଛି ଅଶାନ୍ତ ସ୍ଥାନ ବାବଦରେ ଉଲ୍ଲେଖ କରିଛନ୍ତି ଆଉ ଏଥିରେ କାଶ୍ମୀରକୁ ସ୍ଥାନ ଦେଇଛନ୍ତି। ତେବେ ଏହି ରିପୋର୍ଟକୁ ଏକପାଖିଆ କହି ଭାରତ ପୂର୍ବରୁ ପ୍ରତ୍ୟାଖ୍ୟାନ କରିଛି।

କାଶ୍ମୀରରେ ସାମ୍ବାଦିକ ସୁଜାତ ବୁଖାରୀଙ୍କ ହତ୍ୟାକୁ ନେଇ ୟୁଏନଏଚସିଏଚଆର ରିପୋର୍ଟରେ ମଧ୍ୟ ନିନ୍ଦା କରାଯାଇଛି। ଏଣେ କାଶ୍ମୀରରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପୁଞ୍ଛ ଜିଲ୍ଲା ରେ ସହିଦ ଔରଙ୍ଗଜେବଙ୍କ ଘରେ ପହଞ୍ଚି ପ୍ରତିରକ୍ଷା ମନ୍ତ୍ରୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଓ ପରିବାର ସହିତ କଥା ହୋଇଛନ୍ତି। ରମଜାନ ଅସ୍ତ୍ରବିରତି ପରେ ପଥରବାଜ୍‌ କମିଛି ଉନ୍ମତ୍ତ ହୋଇପଡିଥିବା ଆତଙ୍କବାଦୀ ବି ନିୟନ୍ତ୍ରଣକୁ ଆସୁଛନ୍ତି । ଆଉ ଏଣେ କାଶ୍ମୀର ନେଇ କେନ୍ଦ୍ର ଏକ ନୂଆ ରଣନୀତିର ଆଭାସ ଦେଉଛି।

ONA

Leave a Reply

Top