You are here
Home > ବଡ଼ଖବର > ପ୍ଲାଷ୍ଟିକ ଦିଅ ଟଙ୍କା ନିଅ

ପ୍ଲାଷ୍ଟିକ ଦିଅ ଟଙ୍କା ନିଅ

ଭୁନନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣାକ୍ରମେ ପ୍ରଶାସନ ପକ୍ଷରୁ ପ୍ଲାଷ୍ଟିକ ବ୍ୟବହାର ନିଷେଧକୁ କାର୍ଯ୍ୟକାରୀ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ ହୋଇଛି । ସରକାରଙ୍କ ସ୍ଲୋଗାନ ରଖାଯାଇଛି “ପ୍ଲାଷ୍ଟିକ ଦିଅ ଟଙ୍କା ନିଅ” । ପ୍ଲାଷ୍ଟିକ ବୋତଲ ଓ ଜରି ଦେଲେ ତାହା ବଦଳରେ ଲୋକଙ୍କୁ ସରକାର ଟଙ୍କା ଦେବେ । ଏଥିନେଇ ପ୍ରଶାସନିକସ୍ତରରେ ନିଷ୍ପତ୍ତି ହୋଇଛି ।
ମୁଖ୍ୟ ଶାସଚ ସଚିବ ଆଦିତ୍ୟ ପ୍ରଶାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ସଚିବାଳୟରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ନିଷ୍ପତ୍ତି ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ କୁହାଯାଇଛି । ଏମଫେଡ, ଜରି ଓ ପାଣିବଟଲ ଫେରାଇଲେ ଟଙ୍କା ମିଳିବ । ସେଥିପାଇଁ ଏଜେଣ୍ଟ ନିଯୁକ୍ତ କରାଯିବ । ଏଜେଣ୍ଟଙ୍କ ମାଧ୍ୟମରେ ଏହି ଜରି ଓ ବୋତଲ ସଂଗ୍ରହ ହେବ । ଅଗଷ୍ଟ ଶେଷ ସୁଦ୍ଧା ଜନସାଧାରଣଙ୍କ ଅବଗତି ନିମନ୍ତେ ସର୍ବସାଧାରଣ ସୂଚନା ଦିଆଯିବ । ମତାମତ ରଖିବାକୁ ଜନସାଧାରଣଙ୍କୁ ୧୫ ଦିନ ସମୟ ଦିଆଯିବ । ସେପ୍ଟେମ୍ବର ଶେଷ ସୁଦ୍ଧା ଆସିବ ପ୍ଲାଷ୍ଟିକ ନିଷେଧ ନିୟମ । ୨ ସପ୍ତାହ ମଧ୍ୟରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପଦାଧିକାରୀମାନଙ୍କୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଉଲ୍ଲେଖ ଯୋଗ୍ୟ ଯେ, ସମଗ୍୍ର ରାଜ୍ୟକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ ଘୋଷଣା କରିଛନ୍ତି । ପର୍ଯ୍ୟାୟକ୍ରମେ ଏହି କାର୍ଯ୍ୟ ଆରମ୍ଭ ହେବ । ଅକ୍ଟୋବର ୨ରୁ ପ୍ରଥମେ ରାଜ୍ୟର ମହାନଗରନିଗମ ଓ ପ୍ରମୁଖ ସହରରୁ ଆରମ୍ଭ କରାଯିବ ।

ONA

Leave a Reply

Top