You are here
Home > ଲାଟେଷ୍ଟ > ମୁହଁ ଖୋଲିଲେ ମୃତ ରିଷିଙ୍କ ବାନ୍ଧବୀ : ସିଡି ବିଷୟରେ କିଛି ଜାଣନ୍ତି ନାହିଁ

ମୁହଁ ଖୋଲିଲେ ମୃତ ରିଷିଙ୍କ ବାନ୍ଧବୀ : ସିଡି ବିଷୟରେ କିଛି ଜାଣନ୍ତି ନାହିଁ

ଭୁବନେଶ୍ୱର: ମାନବାଧିକାର କମିଶନରଙ୍କ ଦ୍ୱାରସ୍ତ ହୋଇଛନ୍ତି ମୃତ ରିଷିଙ୍କ ତଥାକଥିତ ବାନ୍ଧବୀ । ନିଜ ମା’ଙ୍କ ସହ ଯୁବତୀ ଜଣଙ୍କ କମିଶନଙ୍କୁ ଭେଟିବାକୁ ଯାଇଥିଲେ । ସେମାନଙ୍କ ସହ କିଛି ସାମାଜିକ  କର୍ମୀ ଥିଲେ । ରିଷିଙ୍କ ବାନ୍ଧବୀ ଓ ତାଙ୍କ ପରିବାର ଲୋକଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରାଯାଉଥିବାରୁ ଏହାର ସୁରକ୍ଷା ଲାଗି ସେ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ସେମାନଙ୍କ ପରିବାର ସହିତ ଭିଡ଼ିଓର କୌଣସି ସମ୍ପର୍କ ନ ଥିବା ସ୍ଥଳେ ସେମାନଙ୍କୁ ବଦନାମ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ରିଷି ବାନ୍ଧବୀ ଏବଂ ତାଙ୍କ ପରିବାର ଲୋକେ ଆୟୋଗକଙ୍କୁ ସାକ୍ଷାତ କରିପାରି ନ ଥିଲେ । ତେବେ ମାନବାଧିକାର ଆୟୋଗଙ୍କ କାର୍ଯ୍ୟାଳୟ ପକ୍ଷରୁ ସେମାନଙ୍କ ଅଭିଯୋଗପତ୍ରକୁ ଗ୍ରହଣ କରାଯାଇଛି ।
  ସେପଟେ ମୁହଁ ଖୋଲିଛନ୍ତି ରିଷିଙ୍କ ରହସ୍ୟମୟୀ ବାନ୍ଧବୀ । ରିଷି +୨ ପଢ଼ିଲା ବେଳେ ତାଙ୍କର କେବଳ ବନ୍ଧୁ ଥିଲା । ସେ ରିଷିଙ୍କୁ ପ୍ରେମ କରୁ ନଥିଲେ । ରିଷି ହୁଏତ ତାଙ୍କୁ ଏକପାଖିଆ ପ୍ରେମ କରୁଥିବେ , ହେଲେ ସେ ରିଷିଙ୍କୁ ପ୍ରେମ କରୁନଥିଲେ ବୋଲି କହିଛନ୍ତି  । ବିବାଦୀୟ ସେକ୍ସ ସିଡି ବିଷୟରେ କିଛି ଜାଣି ନାହାନ୍ତି  । ତାଙ୍କୁ ଅଯଥାରେ ବଦନାମ କରାଯାଉଥିବା ସେ କହିଛନ୍ତି  । ସତ ଯାହା ସାମ୍ନାକୁ ଆସିବ, ସେ ପୋଲିସ ଆଗରେ ସବୁ ସତ କଥା କହିବେ  । ଏହା ସହୁ ରାଜନୈତିକ ଚାଲ ଓ ଏକ ପ୍ରକାରର ଚକ୍ରାନ୍ତ ବୋଲି ସେ କହିଛନ୍ତି  । ବନ୍ଧୁ ହୋଇଥିଲେ ବି ରିଷିଙ୍କର କିପରି ମୃତୁ୍ୟ ଘଟିଲା ସେ ଜାଣି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି ବାନ୍ଧବୀ । ବିବାଦୀୟ ଭିଡିଓ ସିଡି ବିଷୟରେ  ସେ ଗଣମାଧ୍ୟମରୁ ଜାଣିବାକୁ ପାଇଥିବା ସୂଚନା ଦେଇଛନ୍ତି ।
     ସେପଟେ କମିଶନରେଟ ପୋଲିସ ପକ୍ଷରୁ ରିଷିଙ୍କ ବାନ୍ଧବୀଙ୍କୁ ଚିହ୍ନଟ କରାଯାଇଥିବା କୁହାଯାଇଛି । ଏ ନେଇ ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ ସୂଚନା ଦେଇ କହିଛନ୍ତି, ରିଷିଙ୍କ ବାନ୍ଧବୀଙ୍କୁ ଚିହ୍ନଟ କରାଯାଇଛି । ଶୀଘ୍ରତାଙ୍କୁ ଜେରା କରାଯିବ । ଯେଉଁମାନଙ୍କ  ପାଖରେ ଏହି ଘଟଣାରେ କିଛି ବି ସୂଚନା ରହିଛି ସମସ୍ତଙ୍କୁ ଜେରା ପାଇଁ ଡକାଯିବ । ସେହିପରି ଯେଉଁ ବିବାଦୀୟ ଭିଡ଼ିଓର ପ୍ରଦର୍ଶନକୁ ବିରୋଧ କରି ମେୟର ଶ୍ରୀ ଜେନା ପୋଲିସ ଓ ସିଭିଲ ଜଜ ସିନିଅର ଡିଭିଜନ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ, ତାହାର ଫୋରେନ୍ସିକ ଯାଞ୍ଚ କରାଯିବ ।
ଗତ ୨୨ ତାରିଖରୁ ମେୟରଙ୍କ ଇସ୍ତଫା ଦାବିରେ ବିଏମସି କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିବା ଭୁବନେଶ୍ୱର କଂଗ୍ରେସ ପକ୍ଷରୁ ଆନେ୍ଦାଳନ ତୀବ୍ରତର କରାଯାଇଛି । ମହିଳା କଂଗ୍ରେସ ପକ୍ଷରୁ ମେୟରଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା । ମହିଳା କଂଗ୍ରେସ ପକ୍ଷରୁ ଏହି ରିଷିର ବାନ୍ଧବୀ ଓ ମେୟରଙ୍କୁ ପୋଲିସ ପଚରାଉଚରା କରାଯିବା ଦାବି କରାଯାଇଛି । ଋଷିର ମା’ ଗତକାଲି ଥାନାରେ ହାଜର ହୋଇ ରିଷିର ବନ୍ଧୁ ସୌରଭ ନନ୍ଦ ଓ ବାନ୍ଧବୀଙ୍କୁ ପଚରାଉଚରା କରାଯିବା ଲାଗି ଦାବି କରିଥିଲେ ।

ONA

Leave a Reply

Top