You are here
Home > ବଡ଼ଖବର > ବିଶ୍ରାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ବିଶ୍ରାରେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ

ଭୁବନେଶ୍ୱର: ରାଜ୍ୟରେ ଦୁଷ୍କର୍ମ ଥମିବାର ନାଁ ଧରୁନି । ଦୈନିକ ରାଜ୍ୟର କୌଣସି ନା କୌଣସି ପ୍ରାନ୍ତରରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଦୁଷ୍କର୍ମ ପରେ ହତ୍ୟା ଘଟଣା ଘଟିଚାଲିଛି । ଆଜି ବିଶ୍ରାଥାନା ଅଂଚଳରେ ଜଣେ ନାବାଳିକାକୁ ଗଣବଳାକ୍ରାର କରାଯାଇଛି । ଝିଅଟି ଘରକୁ ଆସୁଥିବା ବାଟରେ ତାକୁ କିଛି ଯୁବକ ପାଖ ଜଙ୍ଗଲକୁ ଟେକି ନେଇ ବଳାକ୍ରାର କରିଥିଲେ । ଝିଅଟି ଉଦ୍ଧାର ହେବା ପରେ ଏ ବିଷୟରେ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକେ ଆସି ବିଶ୍ରାଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତିକରି ପୁଲିସ ଖୋଜାଖୋଜି କରି ୪ ଜଣ ଯୁବକଙ୍କୁ ଅଟକ ରଖିଛି । ସମ୍ପୃକ୍ତ ନାବାଳିକାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଛି । ସଂପୃକ୍ତ ଯୁବକମାନଙ୍କୁ ବି ଡାକ୍ତରୀମାଇନା କରାଯିବ ବୋଲି କୁହାଯାଇଛି । ଗୁରୁବାର ଟିଟିଲାଗଡ଼ରେ ମଧ୍ୟ ଜଣେ ମହିଳାଙ୍କୁ ଗଣବଳାକ୍ରାର ପରେ ହତ୍ୟା କରାଯାଇଥିବା ଖବର ଆସିଥିଲା । ଅତି ନୃଶଂସଭାବେ ଏହି କାର୍ଯ୍ୟ ଦୁର୍ବୃତ ମାନେ କରିଥିଲେ । ମହିଳାଙ୍କୁ ବଳାକ୍ରାର ପରେ ତାଙ୍କୁ ମାରି ସମ୍ପୂର୍ଣ୍ଣ ଉଲଂଗ୍ନ କରି ଗଛରେ ବାନ୍ଧି ଦେଇଥିଲେ ।

ONA

Leave a Reply

Top