You are here
Home > ଅଧିକ ଖବର > ୨୩ ବର୍ଷ ପରେ ହତ୍ୟାକାରୀ ଧରାପଡ଼ିଲା !

୨୩ ବର୍ଷ ପରେ ହତ୍ୟାକାରୀ ଧରାପଡ଼ିଲା !

ଯାଜପୁର/ଭୁବନେଶ୍ୱର: ଧରା ପଡ଼ିଲା ଜଘନ୍ୟ ହତ୍ୟାକାରୀ, ପୁଣି ୨୩ ବର୍ଷ ପରେ । ବିଶ୍ୱାସ ନହେଉଥିଲେ ବି ଏହା ସତ୍ୟ । ୨୩ ବର୍ଷ ପୂର୍ବରୁ ଯାଜପୁର କାଳିଆପାଣିରେ ଘଟିତ ବହୁଚର୍ଚ୍ଚିତ ଶ୍ୟାମାପଦ ହତ୍ୟାକାଣ୍ଡର ଫେରାର ଆସାମୀକୁ ସିବିଆଇ ଗିରଫ କରିଛି । ଏହି ହତ୍ୟାକାଣ୍ଡର ଫେରାର ଆସାମୀ କଳିଙ୍ଗନଗର ରଣାଚୁଣ୍ଡି ଗାଁର ଗଜେନ୍ଦ୍ର ମହନ୍ତକୁ ବାଲେଶ୍ୱରରୁ ଗିରଫ କରାଯାଇଛି ।

୧୯୯୩ ମସିହାରେ ସୁକିନ୍ଦା କାଳିଆପାଣି କୋମ ଭ୍ୟାଲି ଶ୍ରମିକ ଶ୍ୟାମପଦ ରାଉତଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିଲା । ଏହି ଚର୍ଚ୍ଚିତ ହତ୍ୟାକାଣ୍ଡର ତଦନ୍ତ କରୁଥିଲା ସିବିଆଇ । ଏନେଇ ୧୯ଜଣଙ୍କ ନାମରେ ମାମଲା ରୁଜୁ କରାଯାଇ ୧୧ ଜଣଙ୍କୁ ଗିରଫ କରାଯାଇଥିଲା । ୧୯୯୫ ମସିହାରେ ଆସାମୀ ଗଜେନ୍ଦ୍ରକୁ ସିବିଆଇ ଧରିଥିଲେ ମଧ୍ୟ କୌଶଳକ୍ରମେ ଖସି ପଳାଇଯାଇଥିଲା । ସେବେଠାରୁ ସିବିଆଇ ଖୋଜୁଥିଲା ହତ୍ୟାକାରୀ ଗଜେନ୍ଦ୍ର ମହନ୍ତକୁ ।

ଗତକାଲି ମଧ୍ୟରାତ୍ରରେ ରାଜ୍ୟ କ୍ରାଇମବ୍ରାଞ୍ଚ ପୋଲିସ ବାଲେଶ୍ୱରରୁ ଗିରଫ କରିଛି । ଆଜି ତାକୁ କ୍ୟାପିଟାଲ ଡ଼ାକ୍ତରଖାନାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ କୋର୍ଟକୁ ଚାଲାଣ କରାଯାଇଛି । ଦୀର୍ଘ ୨୩ ବର୍ଷ ପରେ ମଧ୍ୟ ହତ୍ୟାକାରୀ ଧରାପଡ଼ିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

ONA

Leave a Reply

Top