You are here
Home > ଲାଟେଷ୍ଟ > ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା

ଗୋଟିଏ ପରିବାରର ୪ଜଣଙ୍କୁ ହତ୍ୟା

ବାଲେଶ୍ୱର: ବାଲେଶ୍ୱର ସଦରଥାନା ପୁରୁଷୋତ୍ତୋମପୁର ପାଗାନଈ ପୋଲ ନିକଟରେ ରହୁଥିବା ସତ୍ୟରଞ୍ଜନ ମଣ୍ଡଳଙ୍କ ପରିବାର ପାଇଁ ଗତକାଲି ଥିଲା କାଳରାତ୍ରୀ  । ରାତ୍ରୀର ଅନ୍ଧକାର ମଧ୍ୟରେ ଘରେ ପଶି ଦୁର୍ବୃତ୍ତମାନେ ମଣ୍ଡଳଙ୍କ ପରିବାରର ୪ଜଣଙ୍କୁ ଅତି ବିଭିତ୍ସ ଭାବେ ହତ୍ୟା କରିଛନ୍ତି  । କେବଳ ସେତିକି ନୁହେଁ , ଦୁର୍ବୃତ୍ତମାନେ ଶ୍ରୀମଣ୍ଡଳଙ୍କ ପତ୍ନୀ ପ୍ରତିଭା ମଣ୍ଡଳଙ୍କ ମୁଣ୍ଡ କାଟି ନେଇ ଘରଠାରୁ ୨୦୦ ମିଟର ଦୂରରେ ଫିଙ୍ଗି ଦେଇଥିଲେ  । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଜମିଜମା ବିବାଦକୁ କେନ୍ଦ୍ର କରି  ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ସନେ୍ଦହ କରୁଛି । ଘଟଣା କ୍ରମରେ ସତ୍ୟରଞ୍ଜନ ମଣ୍ଡଳ ବାହାରେ ରହି କାମ କରନ୍ତି  । ଘରେ ତାଙ୍କର ପତ୍ନୀ ପ୍ରତିଭା ମଣ୍ଡଳ, ୧୪ ବର୍ଷର ପୁଅ ସୁଜନ ମଣ୍ଡଳ ଓ ୧୮ ବର୍ଷର ଝିଅ ସୁମନ ମଣ୍ଡଳ ରୁହନ୍ତି  । ଗତକାଲି ତାଙ୍କର ଜଣେ ସମ୍ପର୍କୀୟ ଭରତ ମାଝି(୧୪ବର୍ଷ) ତାଙ୍କ ଘରକୁ ଆସିଥିଲେ  । ତେବେ ରାତିରେ ସମସ୍ତେ ଖାଇପିଇ ଶୋଇଥିବା ବେଳେ ଆଜି ସକାଳୁ ପ୍ରତିଭା ମଣ୍ଡଳକଙ୍କ ମୁଣ୍ଡ ଘରଠାରୁ  ୨୦୦ ମିଟର ଦୂରରେ ପଡିଥିବା ଦେଖି ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା । ଖବର ପାଇ ବାଲେଶ୍ୱର ଏସପି ନୀତିଶେଖର, ଡିଏସ୍ପି ଅମରେଶ ପଣ୍ଡା ଓ ସଦର ଥାନା ଇନସ୍ପେକ୍ଟର ଦୟାନିଧି ଦାଶ ସାଇଣ୍ଟିଫିକ୍  ଟିମ୍ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ । ତେବେ ଘର ଭିତରେ ୪ଟି ଶବ ପଡିଥିବା ପୋଲିସ ଅଧିକାରୀ ଦେଖିବାକୁ ପାଇଥିଲେ । ଘଟଣା ସ୍ଥଲରୁ ଖଣ୍ଡା, କଟୁରୀ, ଅଫୁଟା ଗୁଳି ଜବତ କରାଯାଇଛି । ମୃତ ଦେବ ନିକଟରେ ୪ଟି ଖୋକା ପଡିଥିବା ଦେଖିବାକୁ ମିଳିଛି । ଗତକାଲି ମୋଟରସାଇକେଲରେ ହତ୍ୟାକାରୀ ଆସିଥିବା ଗାଁ ଲୋକେ କହିଛନ୍ତି । ସନ୍ଧାନୀ କୁକୁର ସହାୟତାରେ ପୋଲିସ ତନାଘନା ଚଳାଇଛି । ତେବେ ଜମିଜମା ବିବାଦକୁ ନେଇ ଏଭଳି ହତ୍ୟା କାଣ୍ଡା ହୋଇଥିବା ପୋଲିସ ଅନୁମାନ କରୁଛି ।

ONA

Leave a Reply

Top