You are here
Home > ଲାଟେଷ୍ଟ > ପାରଦୀପରେ ମହାନଦୀରୁ ମା’ ଓ ତିନି ପିଲାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ 

ପାରଦୀପରେ ମହାନଦୀରୁ ମା’ ଓ ତିନି ପିଲାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ଅଭିଯୋଗ 

ପାରଦୀପ : ପାରଦୀପ ଜଗନ୍ନାଥପୁର ଗାଁରେ ମହାନଦୀରେ ଭାସୁଥିବା ୪ଟି ମୃତ ଦେହ ଉଦ୍ଧାର କରାଯାଇଛି । ଏମାନେ ସମସ୍ତେ ଗୋଟିଏ ପରିବାରର, ମାଆ, ୨ଝିଅ ଏବଂ ଗୋଟିଏ ପୁଅ । ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଜଗନ୍ନାଥପୁର ପାଖ ଶନିମନ୍ଦିର ପାଖରେ ମୃତ ଦେହ ଗୁଡ଼ିକ ଭାସୁଥିଲା । ସମ୍ପତ୍ତି ପାଇଁ ଏମାନଙ୍କୁ ହତ୍ୟା ପରେ ଫିଙ୍ଗି ଦିଆଯାଇଥିବା ଭଳି ସଂଗୀନ ଅଭିଯୋଗ ଆସିଛି  । ପାଣିରେ ଭାସୁଥିଲା ପୁରା ପରିବାର ମୃତ ଦେହ । ପାରାଦୀପ କୁଜଙ୍ଗ ଜଗନ୍ନାଥପୁର ଶନିମନ୍ଦିର ପାଖ ମହାନଦୀରେ ୪ଟି ମୃତ ଦେହ ଭାସୁଥିବା ଦେଖି ଚହଳ ପଡି ଯାଇଥିଲା । ଭିଡ ଜମି ଯାଇଥିଲା ନଦୀ କୂଳରେ । କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ଏବଂ ଓଡ୍ରାଫ ଟିମ୍ ସହାୟତାରେ ମୃତଦେହ ଉଦ୍ଧାର କରିଥିଲା । ଆଉ ଏହାପରେ ଜଣା ପଡିଥିଲା ମୃତକମାନେ ହେଉଛନ୍ତି ଗୋଟିଏ ପରିବାରର, ମାଆ, ୨ ଝିଅ ଓ ଗୋଟିଏ ପୁଅ । ସ୍ଥାନୀୟ ଜଗନ୍ନାଥପୁର ଗାଁର ଅନନ୍ତ ସେଠୀଙ୍କ ପତ୍ନୀ ମାନିନୀ, ୪ ବର୍ଷର ପୁଅ ବାବୁନା, ୬ବର୍ଷର ଝିଅ ଦିଶା ଓ ୯ବର୍ଷର ଝିଅ ବର୍ଷା । ମାଆ, ଦୁଇ ଝିଅ ଓ ପୁଅ ଗତକାଲିଠାରୁ ଘରେ ନ ଥିଲେ। ରାତିରେ ବି ଘରକୁ ନ ଫେରିନଥିଲେ । ସେମାନେ କେଉଁ ସମ୍ପର୍କୀୟଙ୍କ ଘରକୁ ଯାଇଛନ୍ତି ବୋଲି ଗ୍ରାମବାସୀ ଭାବିଥିଲେ ।କିନ୍ତୁ ଆଜି ମୃତ ଦେହ ଉଦ୍ଧାର ପରେ ସମସ୍ତେ ହତବାକ ହୋଇ ଯାଇଛନ୍ତି ।

ପୁରା ପରିବାରର ମୃତ୍ୟୁ ନେଇ ସନ୍ଦେହ ବଢି ଯାଇଛି । କାରଣ ମାସକ ତଳେ ମୃତକଙ୍କ ପିତା ଅନନ୍ତ ସେଠୀ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହା ପଛରେ କିଛି ନିକଟ ସଂପର୍କୀୟଙ୍କ ହାତ ଥିବା ସନ୍ଦେହ କରାଯାଉଥିଲା । ଆଉ ମାସ ପରେ ପୁରା ପରିବାରର ମୃତ୍ୟୁ ରହସ୍ୟମୟ ହୋଇ ଯାଇଛି ।

ମାଆ, ପୁଅ ଓ ଝିଅଙ୍କ ମୃତ୍ୟୁର କାରଣ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। ତେବେ ସମ୍ପତ୍ତି ପାଇଁ ଏମାନଙ୍କୁ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ସଂଗୀନ ଅଭିଯୋଗ ଆସିଛି ।

ONA

Leave a Reply

Top