You are here
Home > କର୍ପୋରେଟ୍ > ବଲାଙ୍ଗିରରେ ହେବଏଲ୍ପିଜି ବଟଲିଂ ପ୍ଲାଣ୍ଟ୍ ,୨୧ରେ ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଗେହଲଟ

ବଲାଙ୍ଗିରରେ ହେବଏଲ୍ପିଜି ବଟଲିଂ ପ୍ଲାଣ୍ଟ୍ ,୨୧ରେ ଶିଳାନ୍ୟାସ କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଗେହଲଟ

ଭୁବନେଶ୍ୱର : ବଲାଙ୍ଗିର ଜିଲ୍ଲା ବରଖାନି ଗାଁରେ ଭାରତ ପେଟ୍ରୋଲିୟମ୍ (ବିପିସିଏଲ୍) ତରଫରୁ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ୍ ନିର୍ମାଣ ହେବ । ଖୋର୍ଦ୍ଧାରେ ବିପିସିଏଲ୍ର ଅନ୍ୟ ଏକ ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ୍ ରହିଛି । ବିପିସିଏଲ୍ ପାଇଁ ବଲାଙ୍ଗିରରେ ନିର୍ମାଣ ହେବାକୁ ଯାଉଥିବା ଏହି ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ
ଓଡ଼ିଶାରେ ଦ୍ୱିତୀୟ । ଏଥିପାଇଁ ୧୦୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଏହି ପ୍ଲାଣ୍ଟ୍ରୁ ବାର୍ଷିକ ୪୨ ଲକ୍ଷ ସିଲିଣ୍ଡର୍ ଉତ୍ପାଦନ କରାଯିବ । ଆସନ୍ତା ୨୧ରେ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଶିଳାନ୍ୟାସ କରିବେ । ଆଜି ସାମ୍ବାଦିକ ସମ୍ମିଳନୀରେ ଭାରତ ପେଟ୍ରୋଲିୟମ୍ର ପୂର୍ବାଞ୍ଚଳ ଏଲ୍ପିଜି ମ୍ୟାନେଜର୍ ଅତୁଲ କୁମାର କହିଛନ୍ତି, ବଲାଙ୍ଗିର ଷ୍ଟେସନ ଠାରୁ ୧୨ କିମି ଦୂରରେ ଅବସ୍ଥିତ ବରଖାନି ଗାଁରେ ଏହି ଏଲ୍ପିଜି ପ୍ଲାଣ୍ଟ୍ ନିର୍ମାଣ କରାଯିବ । ଏହି ପ୍ଲାଣ୍ଟ୍ ୨୩ ଏକର ବିଶିଷ୍ଟ ସ୍ଥାନରେ ନିର୍ମାଣ କରାଯିବ । ୨୦୨୦ ମାର୍ଚ୍ଚ ସୁଦ୍ଧା ଏହା କାର୍ଯ୍ୟକ୍ଷମ ହେବ । ବଲାଙ୍ଗିରର ଏହି ପ୍ଲାଣ୍ଟ୍ କାର୍ଯ୍ୟକ୍ଷମ ହେବା ପରେ ଓଡ଼ିଶାର ୧୪ଟି ଜିଲ୍ଲା ଏଲ୍ପିଜି ଉପଭୋକ୍ତା ଉପକୃତ ହେବେ ବୋଲି ଶ୍ରୀ କୁମାର କହିଛନ୍ତି । ବାଲେଶ୍ୱର, ଝାରସୁଗୁଡ଼ା, ଖୋର୍ଦ୍ଧା ଓ ଜଟଣୀରେ ଅନ୍ୟ ତୈଳ କମ୍ପାନୀଗୁଡ଼ିକର ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ୍ ରହିଛି । ଏହି ୪ଟି ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ୍ଗୁଡ଼ିକର ବାର୍ଷିକ ୨.୮୦ କୋଟି ଟଙ୍କାର ସିଲିଣ୍ଡର୍ ଉତ୍ପାଦନ କ୍ଷମତା ରହିଛି । ବଲାଙ୍ଗିରରେ ପ୍ରସ୍ତାବିତ ଏହି ଏଲ୍ପିଜି ବଟ୍ଲିଂ ପ୍ଲାଣ୍ଟ୍ ସହିତ ତୈଳ କମ୍ପାନୀଗୁଡ଼ିକ ଅନ୍ୟ ଦୁଇଟି ପ୍ଲାଣ୍ଟ୍ ଭୁବନେଶ୍ୱର ଏବଂ ରାୟଗଡ଼ାରେ ନିର୍ମାଣ କରିବାର ଯୋଜନା କରିଛନ୍ତି ।

ONA

Leave a Reply

Top