You are here
Home > ଲାଟେଷ୍ଟ > ପୂର୍ବାଞ୍ଚଳ ଆନ୍ତରାଜ୍ୟ ନଦୀଜଳ ବୈଠକ : ମହାନଦୀ ସହ କୋଏଲ ଓ ଶଙ୍ଖ ନଦୀ ସମସ୍ୟା ଉଠାଇଲା ଓଡିଶା,ପୁଣି ବସିବ ୩ ରାଜ୍ୟର ବୈଠକ

ପୂର୍ବାଞ୍ଚଳ ଆନ୍ତରାଜ୍ୟ ନଦୀଜଳ ବୈଠକ : ମହାନଦୀ ସହ କୋଏଲ ଓ ଶଙ୍ଖ ନଦୀ ସମସ୍ୟା ଉଠାଇଲା ଓଡିଶା,ପୁଣି ବସିବ ୩ ରାଜ୍ୟର ବୈଠକ

ଭୁବନେଶ୍ବର : କଲିକତା ଠାରେ ବସିଥିବା ପୂର୍ବାଞ୍ଚଳ ଆନ୍ତରାଜ୍ୟ ନଦୀଜଳ ବୈଠକ ସରିଛି । କେନ୍ଦ୍ର ଜଳସଂପଦ ରାଷ୍ଟ୍ର ମନ୍ତ୍ରୀ ଅର୍ଜୁନ ରାମ ମେଗାଓ୍ବାଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଓଡିଶା,ଛତିଶଗଡ,ଝାଡଖଣ୍ଡ,ପଶ୍ଚିମବଙ୍ଗ,ବିହାର ଯୋଗଦେଇଥିଲେ । ୫ ରାଜ୍ୟକୁ ନେଇ ବସିଥିବା ଏହି ବୈଠକରେ ଆନ୍ତରାଜ୍ୟ ନଦୀ ଜଳ ସମସ୍ୟା ନେଇ ଆଲୋଚୋନା ହୋଇଛି । ଏଥିରେ କୋଏଲ ଓ ଶଙ୍ଖ ନଦୀରେ ଝାଡଖଣ୍ଡ କରୁଥିବା ପ୍ରକଲ୍ଫକୁ ନେଇ ପଶ୍ଚିମବଙ୍ଗ ସହ ଆପତ୍ତି ଉଠାଇଛି ଓଡିଶା । ଏହା ଉପରେ ୧୫ ଦିନ ଭିତରେ ଏହି ୩ ରାଜ୍ୟ ଓଡିଶା,ପଶ୍ଚିମବଙ୍ଗ ଓ ଝାଡଖଣ୍ଡକୁ ନେଇ ଆଉ ଏକ ବୈଠକ ବସିବ ବୋଲି ସ୍ଥିର ହୋଇଛି । ଏଥିସବ ମହାନଦୀ ପ୍ରସଙ୍ଗରେ ଟ୍ରିବ୍ୟୁନାଲ ଗଠନ ହୋଇଥିଲେବି ଏଯାଏ ଓଡିଶା ଟର୍ମ ଅଫ ରେଫରେନ୍ସ ପାଇ ନଥିବା ବୈଠକରେ ଉଠାଇଛି ଓଡିଶା । ଏନେଇ ବୈଠକରେ ଯୋଗ ଦେଇଥିବା ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ONA

Leave a Reply

Top