You are here
Home > Breaking News > ଓଏସଏସଟିଇଟି ଗାଇଡଲାଇନରେ ବିଭ୍ରାଟ : ହୋଇପାରିବନି ହାଇସ୍କୁଲ ଶିକ୍ଷକ ନିଯୁକ୍ତି

ଓଏସଏସଟିଇଟି ଗାଇଡଲାଇନରେ ବିଭ୍ରାଟ : ହୋଇପାରିବନି ହାଇସ୍କୁଲ ଶିକ୍ଷକ ନିଯୁକ୍ତି

  1. ପଢିଲା ବେଳକୁ ଗୋଟିଏ ନିୟମ ଚାକିରି ବେଳକୁ ଅଲଗା
  2. ଖେଳୁଛି ସ୍କୁଲ ଗଣଶିକ୍ଷା ବିଭାଗ
  3. ଓଟିଇଟି ପାଇଁ ଯୋଗ୍ୟ, ଓଏସଏସଟିଇଟି ପାଇଁ ଅଯୋଗ୍ୟ
  4. ଉଦ୍ଦିଷ୍ଟ ସ୍କୁଲ ବିଷୟରୁ ସମସ୍ୟା
  5. ବଞ୍ଚିତ ହେବେ ବହୁ ବି.ଏଡ. ଯୋଗ୍ୟତାଧାରୀ

ଭୁବନେଶ୍ୱର: ବି.ଏଡ. ପଢିବା ପାଇଁ ଗୋଟିଏ ନିୟମ । ଆଉ ଏବେ ହାଇସ୍କୁଲ ସ୍ତରରେ ଶିକ୍ଷକ ନିଯୁକ୍ତି ପାଇଁ ଓଏସଏସଟିଇଟି ଲାଗି ଆବେଦନ କରିବା ବେଳକୁ ଆଉ ଗୋଟିଏ ନିୟମ । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏପରି ନିୟମ ବଦଳ ଖେଳ ଯୋଗୁଁ ହଜାର ହଜାର  ବି.ଏଡ ତାଲିମଧାରୀ ଓଏସଏସଟିଇଟି ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି । ହେଲେ ଗାଇଡଲାଇନରେ ଥିବା ତ୍ରୁଟିକୁ ସଂଶୋଧନ କରାଯାଉନାହିଁ । ଏହାକୁ ନେଇ ବି.ଏଡ ତାଲିମଧାରୀ ଓ ବି.ଏଡ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

          ଟିଚର୍ସ ଅନ କଲକୁ ନେଇ ବହୁ ବାଦାନୁବାଦ ପରେ ରାଜ୍ୟ ସରକାର ହାଇସ୍କୁଲରେ ଶିକ୍ଷକ ନିଯୁକ୍ତି ପାଇଁ ଏବେ ପଦକ୍ଷେପ ଆରମ୍ଭ କରିଛନ୍ତି ପ୍ରଥମ ଥର ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷାଓଏସଏସଟିଇଟି ପାଇଁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ଗତ ୧୮ ତାରିଖରେ ବିଜ୍ଞପ୍ତି ନଂ ୯୩୮ ଜାରି କରିଛି ଏହାପରେ ଗତ ୨୧ ତାରିଖରୁ ଅନ୍ ଲାଇନରେ ଆବେଦନ ଆରମ୍ଭ ହୋଇଛି ଆବେଦନର ଶେଷ ଦିନ ରହିଛି ଆସନ୍ତା ମାସ ୧୧ ତାରିଖ ମଧ୍ୟ ରାତ୍ରି ଯାଏଁ ଓଟିଇଟି ପରି ଏହି ପରୀକ୍ଷା ପରିଚାଳନା ଦାୟିତ୍ୱ ମଧ୍ୟ ବୋର୍ଡକୁ ଦିଆଯାଇଛି ତେବେ ଓଏସଏସଟିଇଟି ପାଇଁ ଜାରି ଗାଇଡଲାଇନରେ ଗୁରୁତ୍ୱର ତ୍ରୁଟି ବହୁ ବି.ଏଡ ତାଲିମଧାରୀଙ୍କ ପାଇଁ କାଳ ହୋଇଛି ଜାରି ଗାଇଡଲାଇନ ଅନୁଯାୟୀ, ଓଏସଏସଟିଇଟି ପାଇଁ ବି.ଏଡ ତାଲିମପ୍ରାପ୍ତମାନେ ଆବେଦନ କରିପାରିବେ ଏଥିପାଇଁ ସେମାନେ ବି.ଏରେ ୫୦ ପ୍ରତିଶତ ମାର୍କ(ଏସସି/ଏସଟି/ଏସଇବିସି/ଭିନ୍ନକ୍ଷମଙ୍କ ପାଇଁ ୪୫ ପ୍ରତିଶତ ମାର୍କ) ରଖିଥିବା ଦରକାର ଏଥିସହ ସେମାନେ ସ୍ନାତକରେ ଦୁଇଟି ବିଦ୍ୟାଳୟ ବିଷୟ ରଖି ପାସ କରିଥିବା ଆବଶ୍ୟକ ସେ ଭିତରୁ ଓଡିଆ, ଇଂରାଜି, ହିନ୍ଦୀ ସଂସ୍କୃତ ମଧ୍ୟରୁ ଗୋଟିକୁ ଛାତ୍ରଛାତ୍ରୀମାନେ ସମ୍ମାନ/ପାସ ଅପସନାଲ୍/ଇଲେକ୍ଟିଭ ବିଷୟ ରଖିଥିବା ଦରକାର ଯାହାକୁ ନେଇ ଏବେ ଉଠିଛି ବିବାଦ କାହିଁକିନା ବି.ଏଡ ପଢିବା ପାଇଁ ଆବେଦନ ବେଳେ ଏପରି ନିୟମ ନଥିଲା ବି.ଏଡ ପାଇଁ ନିୟମ ଥିଲା ଯେ, କଳା ବିଭାଗର ଛାତ୍ରଛାତ୍ରୀମାନେ ଦୁଇଟି ସ୍କୁଲ ବିଷୟ ରଖି ସ୍ନାତକ କରିଥିବା ଦରକାର ସେଥି ମଧ୍ୟରୁ ଇତିହାସ, ଭୂଗୋଳ, ଅର୍ଥନୀତି, ରାଜନୀତି ବିଜ୍ଞାନ, ଗଣିତ କଂପ୍ୟୁଟର ବିଜ୍ଞାନ ମଧ୍ୟରୁ ଗୋଟିଏ ଏବଂ ଇଂରାଜୀ, ଓଡିଆ, ହିନ୍ଦୀ ସଂସ୍କୃତ ଭିତରୁ ଗୋଟିଏରେ ସର୍ବନିମ୍ନ ୨୦୦ ମାର୍କରେ ପରୀକ୍ଷା ଦେଇଥିବା ଦରକାର ହେଲେ ସେତେବେଳେ ଓଡିଆ, ଇଂରାଜି, ହିନ୍ଦୀ ସଂସ୍କୃତ ମଧ୍ୟରୁ ଗୋଟିକୁ ଛାତ୍ରଛାତ୍ରୀମାନେ କେବଳ ସମ୍ମାନ/ପାସ/ଅପସନାଲ/ଇଲେକ୍ଟିଭ ବିଷୟ ରଖିଥିବା ଦରକାର ବୋଲି ଉଲ୍ଲେଖ ନଥିଲା ଏଥିଯୋଗୁଁ ଓଡିଆ, ଇଂରାଜି, ହିନ୍ଦୀ ସଂସ୍କୃତକୁ ବାଧ୍ୟତାମୂଳକ ବିଷୟ ରଖିଥିବା ବହୁ ଛାତ୍ରଛାତ୍ରୀ ପ୍ରତିବର୍ଷ ବିଏଡରେ ନାମ ଲେଖାଇଛନ୍ତି ହେଲେ ହଠାତ ପ୍ରଥମ ଥର ପାଇଁ ଓଏସଏସଟିଇଟି ହେବାକୁ ଯାଉଥିବା ବେଳେ ଗାଇଡଲାଇନରେ ବାଧ୍ୟତାମୂଳକ ବିଷୟ ଶବ୍ଦକୁ ଉଠାଇ ଦେଇ କେଁ କାଢିବା ଯୋଗୁ ହାଇସ୍କୁଲ ଶିକ୍ଷକତା ପାଇଁ ବହୁ ଆଶାୟୀଙ୍କ ଆଶାରେ ପାଣି ଭରିଯାଇଛି

          ଗୋଟିଏପଟେ ବି.ଏଡ ତାଲିମପ୍ରାପ୍ତଙ୍କ ଅଭାବ ଥିବା ରାଜ୍ୟ ସରକାର କହୁଛନ୍ତି ଯେଉଁଥିପାଇଁ ଭିତ୍ତିଭୂମି ବିକାଶ ବିନା ବି.ଏଡ କଲେଜଗୁଡିକରେ ସିଟ୍ ବଢାଯାଉଥିବା ବେଳେ ଓଏସଏସିଇଟି ଗାଇଡଲାଇନରେ ସ୍କୁଲ ବିଷୟଜନିତ ତ୍ରୁଟିକୁ ନେଇ ଉଦବେଗ ପ୍ରକାଶ ପାଇଛି ଓଏସଏସଟିଇଟି ଗାଇଡଲାଇନରେ ତ୍ରୁଟି ଯୋଗୁଁ କିଛି ମାସ ତଳେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ମଧ୍ୟରୁ ଅଧିକାଂଶ ମଧ୍ୟ ସମଦଶା ଭୋଗୁଛନ୍ତି ସେହିପରି ଯେଉଁ ବି.ଟେକ ଛାତ୍ରଛାତ୍ରୀମାନେ ବି.ଏଡ ତାଲିମ ନେଉଛନ୍ତି ସେମାନେ ମଧ୍ୟ ଗାଇଡଲାଇନରେ ଥିବା ଭୁଲ ବିଷୟ କମ୍ବିନେସନ ଯୋଗୁଁ ଆବେଦନ କରିପାରୁନାହାନ୍ତି କେବଳ ଗାଇଡଲାଇନ ନୁହେଁ ସିଲାବସରେ ମଧ୍ୟ କିଛି ଗୁରୁତର ତ୍ରୁଟି ଥିବା ଅଭିଯୋଗ ହୋଇଛି ଓଏସଏସଟିଇଟିରେ କଳା ବିଭାଗର ବି.ଏଡ ପ୍ରାର୍ଥୀଙ୍କୁ ମୋଟ ୧୫୦ ନମ୍ବରରେ ପରୀକ୍ଷା ଦେବାକୁ ପଡିବ ସେମାନଙ୍କ ପାଇଁ ସେକ୍ସନ୩ରେ ଦୁଇଟି କମ୍ବିନେସନ ରଖାଯାଇଛି ପ୍ରଥମ କମ୍ବିନେସନରେ ଇତିହାସ ରାଜନୀତି ବିଜ୍ଞାନ(୧୫ ମାର୍କ), ଭୂଗୋଳ ଅର୍ଥନୀତିରେ (୧୫ ମାର୍କ) ଏବଂ ଇଂରାଜୀରେ ୩୦ ନମ୍ବର ପ୍ରଶ୍ନ ପଡିବ ଦ୍ୱିତୀୟ କମ୍ବିନେସନରେ ଇତିହାସ ରାଜନୀତି ବିଜ୍ଞାନ(୧୫ ମାର୍କ), ଭୂଗୋଳ ଅର୍ଥନୀତି(୧୫ ନମ୍ବର) ଓଡିଆରେ ୩୦ ନମ୍ବର ଆସିବ ବୋଲି ସିଲାବସ ଆରମ୍ଭରେ ଲେଖାଯାଇଛି ହେଲେ ସିଲାବସ ଭିତରେ ୧୫ ନମ୍ବର ଓଡିଆ ୧୫ ନମ୍ବର ଇଂରାଜୀରେ ପ୍ରଶ୍ନ ଆସିବ ବୋଲି ଉଲ୍ଲେଖ ଥିବାରୁ ଏହାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ବଡକଥା ହେଲାଓଡିଶା ଶିକ୍ଷା ଯୋଗ୍ୟତା ପରୀକ୍ଷା(ଓଟିଇଟି) ଦେବାକୁ ଯେଉଁ ବି.ଏଡଧାରୀମାନେ ଯୋଗ୍ୟ ସେମାନେ ଭୁଲ ଗାଇଡଲାଇନ ପାଇଁ ବର୍ତ୍ତମାନ ଓଏସଏସଟିଇଟି ଦେବାକୁ ଅଯୋଗ୍ୟ ତେଣୁ ଓଏସଏସଟିଇଟି ଗାଇଡଲାଇନ ସିଲାବସରେ ଥିବା ତ୍ରୁଟିକୁ ତୁରନ୍ତ ସଂଶୋଧନ କରିବାକୁ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ନିକଟରେ ଦାବି କରାଯାଇଛି

ONA

Leave a Reply

Top