You are here
Home > ଇଣ୍ଡିଆ > ସବୁଠୁ ମୋଟା ପିଲାର ଅସ୍ତ୍ରୋପଚାର ,ଫାଷ୍ଟଫୁଡ ଖାଇବାରୁ ୧୪ ବର୍ଷରେ ହୋଇଥିଲା ୨୩୭ କେଜି ଓଜନ

ସବୁଠୁ ମୋଟା ପିଲାର ଅସ୍ତ୍ରୋପଚାର ,ଫାଷ୍ଟଫୁଡ ଖାଇବାରୁ ୧୪ ବର୍ଷରେ ହୋଇଥିଲା ୨୩୭ କେଜି ଓଜନ

ଦିଲ୍ଲୀ : ସବୁଠୁ ମୋଟା ପିଲାର ଅସ୍ତ୍ରୋପଚାର । ପଶ୍ଚିମ ଦିଲ୍ଲୀର ଉତ୍ତର ନଗର ବାସିନ୍ଦା ମିହିର ଜୈନଙ୍କ ମେଦ ବହୁଳତା ହ୍ରାସ ଲାଗି ଅସ୍ତ୍ରୋପଚାର କରିଛନ୍ତି ଦିଲ୍ଲୀ ଡାକ୍ତର । ଅସ୍ତ୍ରୋପଚାର  ପୂର୍ବରୁ ୧୪ ବର୍ଷୀୟ ମିହିରଙ୍କ ଓଜନ ୨୩୭ କିଲୋଗ୍ରାମ  ଥିଲା ଏବଂ ସେ ବିଶ୍ବର ସବୁଠୁ ଓଜନିଆ ବାଳକ ଭାବେ ଗଣାଯାଉଥିଲେ ।କିଛି ମାସ ତଳେ ଦିଲ୍ଲୀର ସାକେଟ ସ୍ଥିତ  ସାକେଟ ହସପିଟାଲରେ ମିହିରଙ୍କୁ  ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରରେ ଅସ୍ତ୍ରେପଚାର କରିଛନ୍ତି ଡାକ୍ତର ପ୍ରଦୀପ ଚୌଧୁରୀ ।ଏବେ ମିହିରଙ୍କ ଓଜନ ୧୭୭ କିଲୋଗ୍ରାମ ହୋଇଛି ।ଆଗାମି ୩ ବର୍ଷରେ ତାଙ୍କ ଓଜନ  ୧ ଶହ କିଲୋଗ୍ରାମକୁ ହ୍ରାସ ଲାଗି ଡାକ୍ତର ଲକ୍ଷ୍ୟ ରଖିଛନ୍ତି ।୨୦୦୩ ମସିହାରେ ଜନ୍ମିତ ମିହିରଙ୍କ ଓଜନ  ଜନ୍ମ ବେଳେ ଅଢେଇ କିଲୋଗ୍ରାମ ଥିଲା । କିନ୍ତୁ ୫ ବର୍ଷ ବୟସରେ ତାଙ୍କ ଓଜନ ୬୦ ରୁ ୭୦ କିଲୋଗ୍ରାମ ଥିବା ବେଳେ ୧୪ ବର୍ଷରେ ୨୩୭ କିଲୋ ହୋଇଥିଲା । ଛିଡା ହୋଇ ପାରୁନଥିଲେ ମିହିର ।ଖାଦ୍ୟ ଅଭ୍ୟାସ ଯୋଗୁଁ ମିହିରଙ୍କ ଏପରି ଅବସ୍ଥା ଥିଲା । ପାସ୍ତା ଏବଂ ପିଜା ଖାଇବାକୁ ବେଶି ଭଲପାଉଥିବା ମିହିରଙ୍କ ଖାଦ୍ୟ ମୁଖ୍ୟତଃ ଫାଷ୍ଟ ଫୁଡ୍ ଥିଲା

ONA

Leave a Reply

Top